ବାପରେ ଏତେ ଟଙ୍କା କମିଗଲା ପେଟ୍ରୋଲ ଡିଜେଲ ଦର ।

Untitled-1

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିଛନ୍ତି। ଲିଟର ପିଛା ୨ ଟଙ୍କ। ଲେଖାଁଏ ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ଆଜିଠାରୁ ଏହି ନୂଆ ଦର ଲାଗୁ ହୋଇଛି । ପାଖାପାଖି ୨ ବର୍ଷ ପରେ ତେଲ ଦର କମିଛି। ଯାହା ଅନେକଙ୍କୁ ଆଶ୍ୱସ୍ତି ଆଣିଦେବ ବୋଲି ଆଶା କରାଯାଉଛି।

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ପୁରୀ ସୋସିଆଲ ମିଡିଆ ଏକ୍ସରେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଏଥିରେ ସେ ଲେଖିଛନ୍ତି, ଦେଶର କୋଟି କୋଟି ପରିବାରର ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ନିଷ୍ପତ୍ତିି ନେଇଛନ୍ତି।
ଦେଶରେ ପ୍ରତିଦିନ ୫୮ ଲକ୍ଷ ଭାରିଯାନ, ୬ କୋଟି କାର ଏବଂ ୨୭ କୋଟି ଦୁଇ ଚକିଆ ଯାନ ଡିଜେଲ ଓ ପେଟ୍ରୋଲ ଉପରେ ନିର୍ଭରଶୀଳ। ତେଣୁ ଡିଜେଲ ଦର କମିବା ଫଳରେ ପରିବହନ ଗାଡ଼ିର ଭଡ଼ା ଦାମ୍ କମିବା ଆଶା କରାଯାଉଛି। ଖାଉଟିଙ୍କ ଖର୍ଚ୍ଚ ବି କମିବା ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *