ଆସିଲା ବଡ ଖବର – ଅଭିଷେକଙ୍କୁ ଏହି ତାରିଖରେ ଛାଡ ପତ୍ର ଦେବେ ଐଶ୍ଵର୍ଯ୍ୟା ।

dow1

ଅଭିଷକ ଓ ଐଶ୍ଵର୍ଯ୍ୟା ହେଉଛନ୍ତି ବଲିଉଡର ଚର୍ଚିତ କପୁଲ । ବିଗବି ଅମିତା ବଚନଙ୍କ ପରିବାରରେ ବୋଧେ ହୁଏ ସବୁ କିଛି ଠିକ ଚାଲିନାହିଁ । ତାଙ୍କ ପୁଅ ଅଭିଷକ ଓ ବୋହୁ ଐଶ୍ଵର୍ଯ୍ୟା ଙ୍କ ମଧ୍ୟରେ ସୃଷ୍ଟି ହେବାକୁ ଜାଉଛି ବିବାହ ବିଛେଦ । ତେବେ କଣ ରହିଛି ଏହି ଖବର ପଛର ଖବର ଆସନ୍ତୁ ଜାଣି ନେବା ।

ବଲିଉଡ୍‌ର ଷ୍ଟାର କପଲ୍‌ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ। ବର୍ତ୍ତମାନ ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଦୀର୍ଘ ଦିନ ହେଲା ଆଲୋଚନା ଚାଲିଛି। ଏହି ଦମ୍ପତିଙ୍କ ମଧ୍ୟରେ କିଛି ଠିକ୍‌ ନ ଥିବା ଭଳି ଲାଗୁଛି। ଐଶ୍ୱର୍ଯ୍ୟା ଏବଂ ଅମିତାଭ ସୋସିଆଲ ମିଡିଆରେ ପରସ୍ପରକୁ ଅନଫଲୋ କରିବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଥିଲା।  ଏବେ ଅଭିଷେକ ବଚ୍ଚନଙ୍କ ବଙ୍ଗଳା ଅର୍ଥାତ୍ ‘ଜଲସା’ ଛାଡିଛନ୍ତି ଐଶ୍ଵର୍ଯ୍ୟା। ଏହି ଖବର ଏବେ  ଚର୍ଚ୍ଚା ଜୋର ଧରିଛି।

ମିଡିଆ ରିପୋର୍ଟ ଅନୁଯାୟୀ ଏହି ଖବର ଏବେ ହଇଚଇ ସୃଷ୍ଟି କରୁଛି। ଗଣମାଧ୍ୟମ ତଥା ସୋସିଆଲ ମିଡିଆରେ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ଛାଡପତ୍ର ହେବାର ଖବର ମଧ୍ୟ ରହିଛି। ବର୍ତ୍ତମାନ ଏକ ଖବର ଆସିଛି ଯେ ଉଭୟ କେବଳ ଝିଅ ଆରାଧ୍ୟାଙ୍କ କାରଣରୁ ଏକାଠି ରହୁଥିଲେ। ଏହି ଖବରରେ ମଧ୍ୟ କୁହାଯାଇଛି ଯେ ଗତ କିଛି ବର୍ଷ ହେଲା ଉଭୟ ନିଜ ସମ୍ପର୍କକୁ ନେଇ ସଂଘର୍ଷ କରିଆସୁଥିଲେ। ବର୍ତ୍ତମାନ ପରିସ୍ଥିତି ଠିକ୍‌ ସ୍ତରରେ ନାହିଁ ବୋଲି କୁହାଯାଉଛି।

ନିକଟରେ ଦେଖାଯାଇଥିଲା ଯେ ଐଶ୍ୱର୍ଯ୍ୟା ତାଙ୍କ ଜନ୍ମଦିନରେ ଆରାଧ୍ୟାଙ୍କ ସହ କେକ୍ କାଟୁଥିଲେ । କେବଳ ଏତିକି ନୁହେଁ ବଚ୍ଚନ ପରିବାରର କୌଣସି ସଦସ୍ୟ ସେଠାରେ ନଥିଲେ ।  ସେହିପରି ଯେତେବେଳେ ଐଶ୍ୱର୍ଯ୍ୟା ରାୟ ତାଙ୍କ ଶ୍ୱଶୁର ଅମିତାଭଙ୍କୁ ତାଙ୍କର ୮୧ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିଲେ, ସେତେବେଳେ ସେ ପରିବାରର କେତେକ ସଦସ୍ୟଙ୍କୁ ଫଟୋରୁ କ୍ରପ୍‌ ଦେଇଥିଲେ। ଏଥିରୁ ସେମାନଙ୍କୁ ନେଇ ଚାଲିଥିବା ଏହି ଛାଡପତ୍ର ଗୁଜବକୁ ଲାଗି ରହିଛି।

Leave a Reply

Your email address will not be published. Required fields are marked *