ହେ ଭଗବାନ ! ଏହି ମହାନ ଅଭିନେତ୍ରୀଙ୍କର ହେଲେ ସାଙ୍ଘାତିକ ଅବସ୍ତା । ହସ୍ପିଟାଲରେ କରୁଛନ୍ତି ମୃତ୍ୟୁ ସହ ସଂଘର୍ଷ

dukha

2023 ରେ ପ୍ରତିଦିନ କାହାର ନା କାହାର ମୃତ୍ୟୁ ଖବର ଆମ ସମସ୍ତଙ୍କୁ ଶୁଣିବାକୁ ମିଳୁଛି । ସେଥିରେ ଅନେକ ତାରକା ଓ ଫିଲ୍ମ ଅଭିନେତା ରହିଛନ୍ତି ଯୋଉଁ ମାନଙ୍କ ବିଷୟରେ ଅନେକ ଦୁଃଖ ଖବର ଏହି ବର୍ଷ ଶୁଣିବାକୁ ମିଳିଛି । ତେବେ ବର୍ଷ ଶେଷ ବେଳକୁ ପୁଣି ବଲିଉଡର ଆସିଛି ଦୁଃଖର ଖବର ।

୦ ଦଶକର ଜଣାଶୁଣା ଚଳଚ୍ଚିତ୍ର ଅଭିନେତ୍ରୀ ତନୁଜା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଛି। ତାଙ୍କୁ ମୁମ୍ବାଇର ଜୁହୁସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତନୁଜା ବର୍ତ୍ତମାନ ଡାକ୍ତରଖାନାର ଆଇସିୟୁରେ ଅଛନ୍ତି। ତାଙ୍କ ସହ କ’ଣ ହୋଇଛି ସେ ସମ୍ପର୍କରେ ଅଧିକ ସୂଚନା ନାହିଁ।

ତନୁଜାଙ୍କ ଅବସ୍ଥା କେମିତି ଅଛି?

ପିଟିଆଇ ରିପୋର୍ଟ ଅନୁଯାୟୀ ବୟସ ସମ୍ବନ୍ଧୀୟ ରୋଗ ହେତୁ ତନୁଜାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ଅବସ୍ଥା ସୁଧୁରୁଛି। ତାଙ୍କୁ ଅଣ୍ଡରଅବଜରବେସନ୍‌ରେ ଅଛନ୍ତି । ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। କହିବାକୁ ଗଲେ ୮୦ବର୍ଷ ବୟସ୍କା ଅଭିନେତ୍ରୀ ତନୁଜା ବର୍ତ୍ତମାନ ଡାକ୍ତରଙ୍କ ତତ୍ତ୍ବାବଧାନ ଅଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟ ଉପରେ ନିରନ୍ତର ନଜର ରଖାଯାଉଛି।

କହିବାକୁ ଗଲେ ତନୁଜା ୨୩ ସେପ୍ଟେମ୍ବର ୧୯୪୩ ରେ ଜନ୍ମଗ୍ରହଣ । ଏହି ଅଭିନେତ୍ରୀ ଅଳ୍ପ ବୟସରେ ଅଭିନୟ କରି ସମସ୍ତଙ୍କୁ ଚକିତ କରିଥିଲେ । ମାତ୍ର ୧୬ ବର୍ଷ ବୟସରେ ତନୁଜାଙ୍କ ପ୍ରଥମ ଚଳଚ୍ଚିତ୍ର ‘ଛବିଲି’ ରିଲିଜ୍ ହୋଇଥିଲା  ଏହା ବ୍ୟତୀତ ତନୁଜା ‘ବାହରେନ୍ ଫିର ଭୀ ଆୟେଙ୍ଗି’, ‘ହାଥୀ ମେରେ ସାଥି’ ଏବଂ ‘ମେରେ ଜୀବନ ସାଥି’ ଭଳି ଚଳଚ୍ଚିତ୍ର ପାଇଁ ଜଣାଶୁଣା। ତନୁଜା ଅନେକ ବଙ୍ଗୀୟ ଚଳଚ୍ଚିତ୍ର ମଧ୍ୟ କରିଛନ୍ତି।

Leave a Reply

Your email address will not be published. Required fields are marked *