ପୁଣି ଚର୍ଚ୍ଚାରେ ପ୍ରକୃତି ମିଶ୍ର । ବିଗବସରେ କଲେ କି ଓଡିଶାର ବେଜିତ ?

prakruti m

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି ଚର୍ଚ୍ଚାରେ ପ୍ରକୃତି ମିଶ୍ର ତେବେ ବନ୍ଧୁଗଣ ଭାରତ ବର୍ଷ ର ସବୁଠୁ ଚର୍ଚ୍ଚିତ ରିଆଲିଟି ସୋ ବିଗ୍ ବସ୍ ରେ ପ୍ରକୃତି ନଜର ଆସିବା ନେଇ ବହୁତ ଚର୍ଚ୍ଚା ଜୋର ଧରିଛି । ତେବେ ଓଲିଉଡ ର ଜଣା ସୁଣା ଅଭିନେତ୍ରୀ ପ୍ରକୃତି ମିଶ୍ର । କିଛି ଦିନ ତଳେ ବାବୁସାନ ମହାନ୍ତି ଙ୍କୁ ନେଇ ବିବାଦ ରେ ଥିବା ଅଭିନେତ୍ରୀ ଙ୍କୁ ଏହି ବଡ ସୁଯୋଗ ମିଳିବା ପାଇଁ ଯାଉଥିବାର ଜଣା ପଡିଛି ।

ତେବେ ଏହି ଦିନରେ ସୂଚନା ଅନୁସାରେ ଅକ୍ଟୋବର 1 ରେ ବିଗବସ୍ ସିଜନ 16 ଆରମ୍ଭ ହେବାକୁ ଯାଉଥିବା ବେଳେ ଏହିଥିରେ ପ୍ରତିଯୋଗୀ ଭାବେ ଏହିଥିରେ ପ୍ରତିଯୋଗୀ ଭାବେ ନଜର ଆସିବେ ପ୍ରକୃତି ମିଶ୍ର । ତେବେ ବଲିଉଡ ଖବର ପ୍ରକାଶ କରୁଥିବା ୱେବସାଇଟ ଫିଲ୍ମିବିଟ୍ । ଏହି ଦିନ ରେ ଏମିତି କିଛି ଖବର ପ୍ରକାଶ କରିଛି । ପ୍ରକୃତି ଙ୍କୁ ବିଗ୍ ବସ୍ ର ସୁଯୋଗ ମିଳିଛି ବୋଲି ଉକ୍ତ ୱେବସାଇଟ ସୂଚନା ଦେଇଛି ।

Prakruti m

ଏହି ଖବର ଏବେ ମୁମ୍ବାଇ ରୁ ଆସି ଓଲିଉଡ ରେ ପହଁଚିଛି । ଯଦି ଏମିତି ହୁଏ ତେବେ ଓଲିଉଡ ର ସୁଇଟହାର୍ଟ କୁହାଜାଇ ଥିବା ପ୍ରକୃତି ପୁଣିଥରେ ଜାତୀୟ ସ୍ତରରେ ହଲଚଲ ସୃଷ୍ଟି କରି ନିଜର ପତିଆରା ରଖିବେ। ଓଡ଼ିଶାରେ କିଛି ଫିଲ୍ମ କରିବା ପରେ ମୁମ୍ବାଇ ଚାଲି ଯାଇଥିବା ପ୍ରକୃତି । ବର୍ତ୍ତମାନ ଅଭିନେତା ନାନା ପାଟେକରଙ୍କ ସହ ଏକ ହିନ୍ଦୀ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି ।

ତେବେ ବନ୍ଧୁଗଣ ପ୍ରକୃତି ଏହା ପୂର୍ବରୁ ଆଣ୍ଡ ଟିଭି ରେ ବେଟି ବିଜନେସ ୱାଲି ରେ ମୂଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲେ । ଏହା ସହିତ ସେ ଚର୍ଚ୍ଚିତ ରିଆଲିଟି ସୋ ଏସ୍ ଅଫ୍ ସ୍ପେସ୍-2 ମଧ୍ୟ ପ୍ରତିଯୋଗୀ ହୋଇଥିଲେ । ଏହି ସୋ ରେ ତାଙ୍କୁ ଦର୍ଶକ ଙ୍କୁ ଭଲପାଇବା ମିଳିବା ସହିତ ବହୁତ ଲୋକପ୍ରିୟତା ସେ ସାଉଣ୍ଟି ଥିଲେ ।

prakruti

ସେମିତି ରେ ନିଜର ଅଭିନୟ ରେ ଚଚ୍ଚା ରେ ରହୁଥିବା ପ୍ରକୃତି ଙ୍କୁ କିଛି ଦିନ ତଳେ ଭୁବନେଶ୍ୱର ର ବିଚ୍ ରାସ୍ତାରେ ମାଡ ଖାଇବାକୁ ପଡିଥିଲା । ତେବେ ଓଲିଉଡ ସୁପର ଷ୍ଟାର ବାବୁସାନ ମହାନ୍ତି ଙ୍କ ପତ୍ନୀ ତୃପ୍ତି ଙ୍କ ଠାରୁ ବିଚ୍ ରାସ୍ତା ରେ ଧକ୍କା ଓ ଗାଳି ଖାଇବା ପରେ ତାହାକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା ।

ଏବେ ଏହି ବିବାଦ ମଧ୍ୟରେ ତାଙ୍କୁ ବିଗବସ୍ ଟିକେଟ ଦେଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ବନ୍ଧୁଗଣ ପ୍ରକୃତି ଙ୍କୁ ବିଗ୍ ବସ୍ ରେ ସୁଯୋଗ ମିଳୁଛି କି ନାହିଁ ତାହା ନିଶ୍ଚିତ ଭାବେ ବିଗ୍ ବସ୍ ର ଚୂଡାନ୍ତ ପ୍ରତିଯୋଗୀ ମାନଙ୍କ ଲିଷ୍ଟ ଆସିଲେ ହିଁ ଜଣା ପଡିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *