ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା କୁ ନେଇ ଆସିଗଲା ଆଉ କିଛି ବଡ ଖବର ଜାଣିରଖନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ଉପରେ ଆସିଗଲା ଆଉ କିଛି ବଡ ଖବର । ଜାହା ଆପଣ ମାନେ ସମସ୍ତେ ଜାଣି ରଖିବା ଜରୁରୀ ଅଟେ । ସରକାର ଗରିବ ହୀତାଧିକାରୀ ମାନଙ୍କ ପାଇଁ ଆୱାସ ଯୋଜନା ରେ 1 ଲକ୍ଷ 20 ହଜାର ଟଙ୍କାର ଅନୁଦାନ ଯୋଗେଇ ଦେଉଛନ୍ତି । ତେବେ ହୀତାଧିକାରୀ 4 ମାସ ଭିତରେ ଘର ସଂମ୍ପର୍ଣ୍ଣ କଲେ ବୁନସ ଭାବେ 20 ହାଜର ଟଙ୍କା ଯଦି 6 ମାସ ଭିତରେ ସଂମ୍ପର୍ଣ୍ଣ କଲେ ତେବେ ବୁନସ ଭାବେ 10 ହଜାର ଟଙ୍କା ମିଳିବାର ଯୋଜନା ରହିଛି । କିନ୍ତୁ ବ୍ଲକ୍ କର୍ମଚାରୀଙ୍କ ଖାମଖିଆଲି ପାଇଁ ହାଜର ହଜାର ହୀତାଧିକାରୀ ମାନେ ବୁନସ ପଇସା ପାଇବାରୁ ବଞ୍ଚିତ ହେବାର ଦେଖିବାକୁ ମିଳୁଛି ।PM

ତେବେ ଏହି ଉପରେ ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣିନେବା । ଯେମିତି କି ଆପଣ ମାନେ ସମସ୍ତେ ଜାଣିଥିବେ ଇନ୍ଦିରା ଆୱାସ ଯୋଜନା ର ଟଙ୍କା 3 ଟି କିସ୍ତିରେ ମିଳିଥାଏ । ତେବେ ପ୍ରଥମ କିସ୍ତି କାର୍ଯ୍ୟାଦେଶ ସହିତ ଦ୍ୱିତୀୟ କିସ୍ତି ଛାତ ସ୍ତର ସେଣ୍ଟରିଂ କାର୍ଯ୍ୟ ଶେଷ ହେବା ପରେ । ଆଉ ତୃତୀୟ କିସ୍ତି ଗୃହ ନିର୍ମାଣ ଶେଷ ହେବା ପରେ । ତେବେ ଫଳ ସ୍ଥାପନା କରି ଶେଷରେ ହୀତାଧିକାରୀ ଗୃହରେ ରହିବା ଆରମ୍ଭ କରେ ।

ଆଉ ଏହି ସମସ୍ତ କାର୍ଯ୍ଯ ଶେଷ ହେବା ପରେ ଆପଣ ମାନଙ୍କୁ ମିଳିଥାଏ ଆୱାସ ଯୋଜନା ରେ ବୁନସ । ହେଲେ ରାଜ୍ୟରେ ଏମିତି କିଛି ବ୍ଲକ୍ ରେ ବି ତୃତୀୟ କିସ୍ତି ମିଳୁ ନଥିବାରୁ ମାସ ମାସ ଛାତ ନ ପକେଇବା ଯୋଗୁଁ ବ୍ଲକ୍ କୁ ଦୈଡୁଛନ୍ତି । ଯାହାକୁ ନେଇ ହୀତାଧିକାରୀ ମାନଙ୍କ ମଧ୍ୟରେ ତୀବ୍ର ଅସୋନ୍ତଷ ପ୍ରକାଶ ପାଉଛି । ଏପଟେ ସରକାର ବର୍ଷା ସିଜିନ ରେ ଘର ଆବଣ୍ଟନ କରି ଥିବାରୁ ବହୁତ ଲୋକ ମାନେ ବର୍ଷା ପାଇଁ ଘର ମଧ୍ୟ କରି ନାହାଁନ୍ତି । ଯାହା ଫଳରେ ବି ସେମାନେ ମଧ୍ୟ ବୁନସ ପାଇବାରୁ ବଞ୍ଚିତ ହୋଇଛନ୍ତି ।pm

ହେଲେ ଏହି ଆୱାସ ଯୋଜନା ରେ ପୂର୍ବରୁ ସୂଚନା ଆସୁଥିଲା କି 6 ମାସ ପରିବର୍ତେ ଏହାକୁ 8 ମାସ କରିବାର ସୂଚନା ଥିଲା । ହେଲେ ଏହି ନେଇ ମଧ୍ୟ ବର୍ତମାନ ସମୟ ରେ କୈଣସି ବି ସୂଚନା ଆସି ନାହିଁ । ଅର୍ଥାତ 6 ମାସ ମଧ୍ୟରେ ଆପଣ ମାନେ ଘର ନିର୍ମାଣ କରିଛନ୍ତି । ତାହାଲେ ଆପଣ ମାନେ ବୁନସ ପାଇବା ପାଇଁ ଯୋଗ୍ୟ । ଯେଉଁ ମାନେ କରି ନାହାଁନ୍ତି ସେମାନଙ୍କୁ ଏହି ବୁନସ ମିଳିବ ନାହିଁ ।

Leave a Reply

Your email address will not be published. Required fields are marked *