14 ଅପ୍ରେଲ 2020 ରାଶିଫଳ – କେମିତି କଟିବ ଆପଣଙ୍କର ଭାଗ୍ୟ

rasi-phala

ମେଷ – ଦିନଟି ଆପଣଙ୍କ ଖଟାମିଠା ରହିବ । ଆଜି ଆପଣ କୌଣସି ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନେବା ଦରକାର । ଅଫିସରେ ଗୁରୁତ୍ବ ପୂର୍ଣ୍ଣ ଫଇସଲା ନେବା ପୂର୍ବରୁ ଥରଟି ଭଲ ଭାବରେ ଭାବନ୍ତୁ । ଆଜି କୈାଣସି ଗୁରୁତ୍ୱପୂର୍ଣ୍ଣ କାମରେ ନିଜକୁ ନିୟୋଜିତ କରି ବିଶ୍ରାମହୀନ କାମ କରିବାକୁ ପଡିପାରେ । ରାଜନୀତିରେ ପ୍ରଶଂସିତ ହେବେ । ଭାଇଭାଇ, ସାହିପଡୋଶୀ, ବନ୍ଧୁବାନ୍ଧବ କିମ୍ବା ସହକର୍ମୀଙ୍କ ସହ କଳହ ଲାଗିପାରେ । ଅପରିଚିତ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ କରିଲେ କ୍ଷତିରେ ପଡ଼ିପାରନ୍ତି । ପାରିବାରିକ ଜୀବନ ସୁଖମୟ ହେବ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ସମଲେଶ୍ୱରୀ ।

ବୃଷ – ଭଗବାନଙ୍କ ଉପରେ ବିଶ୍ଵାସ ରଖନ୍ତୁ; ସମସ୍ତ କାର୍ଯ୍ୟ ଯଥାବିଦ୍ଧି ସମୟରେ ସମାପ୍ତ ହେବ । ବକ୍ରୀ ଶନି କେତୁଯୁକ୍ତ ହୋଇ ରାଶିକୁ ଅବଲୋକନ କରୁଥିବାରୁ ସବୁ ଭଲ ଥିଲେ ମଧ୍ୟ ବନ୍ଧୁଙ୍କ ସହ ଶତ୍ରୁତା ହୋଇପାରେ । ରାଜନୀତି କ୍ଷେତ୍ରରେ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ । ଆର୍ଥିକ କାରବାରରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିବେ । ରେ ଅସାବଧାନତା ବଶତଃ ମୂଲ୍ୟବାନ ଦବ୍ର୍ୟ ନଷ୍ଟ ହୋଇପାରେ । ପୁରାତନ ରୋଗପ୍ରତି ସାବଧାନ ରହିଲେ ଭଲ । କୌଣସି ଅଶୁଭ ସମାଚାର ମଧ୍ୟ ଶୁଣିବାକୁ ମିଳିପାରେ । ଶୁଭରଙ୍ଗ: ମେରୁନ । ଆରାଧନା: ହର ପାର୍ବତୀ ।

ମିଥୁନ – ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲ । ରବିଙ୍କ ସ୍ଥିତି ପ୍ରଭାବରେ ବନ୍ଧୁମାନଙ୍କ ସହାନୁଭୂତିର ସୁଯୋଗ ଲାଭ କରି ନିଜକୁ ଧନ୍ୟ ମନେ କରିବେ । ଆଜି ଆପଣ କୌଣସି ପାରିବାରିକ ସମାରୋହର ଯୋଗ ଦେବେ । ସ୍ଥଗିତ କାମକୁ ପୂରା ଦମରେ କରିବାପାଇଁ ନିଷ୍ପତି ନେବେ ଏବଂ ଅବଶ୍ୟ ତାହା କାର୍ଯ୍ୟକାରୀ ହୋଇପାରିବ । ଚାକିରି କ୍ଷେତ୍ରରେ ଉଚ୍ଚଅଧିକାରୀ ପ୍ରସନ୍ନ ରହିବେ । ଗତକାଲିର କୈାଣସି ଘଟଣା ସକାଶେ ଅସୁବିଧା ନହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିପାରେ । ଜୀବନସାଥୀଙ୍କ ସହିତ ସୁସଂପର୍କ ବଜାୟ ରହିବ । ବାଦ ବିବାଦ ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

କର୍କଟ – ଆଜି ପୂରା ଦିନ ଊର୍ଜା ଭରା ରହିବେ । ତୃତୀୟାଧିପ ରାଶିରେ ରହିଥିବାରୁ ସହକର୍ମୀ କିମ୍ବା ଆତ୍ମୀୟମାନଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । କର୍ମକ୍ଷେତ୍ରରେ କୈାଣସି ଶୁଭ ଖବର ମନକୁ ଆମୋଦିତ କରିବ । ରାଜନୀତିରେ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ । ଶତୃନାଶ, ମିତ୍ରଲାଭ ଓ ସମାଜରେ ଉଚ୍ଚ ସମ୍ମାନ ପାଇବେ । ଧୈର୍ଯ୍ୟ ଓ ବୁଦ୍ଧିବଳରେ ନିଜର କାର୍ଯ୍ୟ ହାସଲ କରିପାରିବେ । ବନ୍ଧୁ ମିତ୍ରମାନେ ସମର୍ଥନ ଓ ପରିବାର ଲୋକଙ୍କର ସାହାଯ୍ୟ ସହଯୋଗ ହେତୁ ଖୁସି ହେବେ । ବୈବାହିକ ଜୀବନ ଆନନ୍ଦମୟ ହେବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ଶ୍ରୀକୃଷ୍ଣ ।

ସିଂହ – ନିଜ ଉପରେ ବିଶ୍ଵାସ ରଖନ୍ତୁ, ବିଳମ୍ବ ହେଲେ ମଧ୍ୟ କାର୍ଯ୍ୟରେ ସଫଳତା ମିଳିବ । ଦ୍ୱାଦଶସ୍ଥ ରାହୁ ଯୋଗୁଁ କାର୍ଯ୍ୟରେ ପ୍ରତିବନ୍ଧକ ଓ ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟାକୁ କେନ୍ଦ୍ର କରି ମନ ଭଲ ରହିବ ନାହିଁ । କର୍ମଜୀବିମାନେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ହସଖୁସିରେ ଦିନଟି ବିତାଇବେ । ଚାକିରୀ କ୍ଷେତ୍ରରେ ଅଧିକାରୀଙ୍କ ଠାରୁ ସହଯୋଗ ମିଳିବ । ଅଯଥା ଯୁକ୍ତିତର୍କରୁ ଦୂରେଇ ରହି ଘର ଭିତରେ ସତର୍କରେ ନ ଚଳିଲେ ବିବାଦୀୟ ସ୍ଥିତି ସୃଷ୍ଟି ହୋଇପାରେ । କଳା, ସାହିତ୍ୟ, ରାଜନୀତି କ୍ଷେତ୍ରରେ ବେଶ୍‌ ଆଦୃତି ସହ ପ୍ରତିଷ୍ଠା ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ସବୁଜ ରଙ୍ଗ । ଆରାଧନା: ମାଆ ଭୈରବୀ ।

କନ୍ୟା – ଆଜି ଆପଣଙ୍କ ମନ ଧାର୍ମିକ ଭାବନା ଦିଗ ପ୍ରତି ଆକର୍ଷିତ ହେବ । ଅଷ୍ଟମାଧିପତି ଧନସ୍ଥାନସ୍ଥ ଯୋଗୁଁ ଆର୍ଥିକ ଅଭାବ ସଙ୍ଗକୁ ପ୍ରତ୍ୟେକ କାମ ବହୁତ ବିଳମ୍ବରେ ହେଉଥିବାରୁ ବ୍ୟସ୍ତତା ବଢିଯିବ । ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁ ସମ୍ପର୍କ କ୍ଷୁଣ୍ଣ ହେବା ଆଶଙ୍କା ରହିଛି । କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣାକୁ ସୁଧାରି ନେବାରେ ସମର୍ଥ ହେବେ କିନ୍ତୁ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ । ପରିବାରରେ ସ୍ନେହ, ଶ୍ରଦ୍ଧା ଓ ଅନାଦର ଭାବକୁ ନେଇ ମନରେ ଦୁଶ୍ଚିନ୍ତା ଲାଗି ରହିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ବିରଜା ।

ତୁଳା – ଦିନଟି ଯଦିଓ ପୂର୍ଣ୍ଣତଃ ମନ୍ଦ ନୁହେଁ ତଥାପି ବୁଝିବିଚାରୀ କାମ କରନ୍ତୁ ନତୁବା ସମସ୍ୟାକୁ ଡାକି ଆଣିଲା ଭଳି କାମ ହେବ । ସ୍ଵଗୃହକୁ ଶନିଙ୍କ ଦୃଷ୍ଟି ଅବଲୋକନ କରୁଥିବା ଯୋଗୁଁ ଆପଣ ପରିସ୍ଥିତି ବଶତଃ ଆଲୋଚନା କ୍ଷେତ୍ରରେ ଠିକ୍‌ କଥା କହି ପାରିବେ ନାହିଁ । ବନ୍ଧୁ ଗହଣରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପାରନ୍ତି । ଅର୍ଥ ସମ୍ପର୍କକୁ ନେଇ ବିବାଦ ଦେଖାଦେଇପାରେ । କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ଆପଣଙ୍କର କୌଣସି ପ୍ରକାର ଅସୁବିଧା ହେବ ନାହିଁ । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ । ଖାଦ୍ୟପାନୀୟ ପ୍ରତି ସଜାଗ ରହନ୍ତୁ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ତାରିଣୀ ।

ବିଛା – ଆଜି ଆପଣ ମାନସିକ ସ୍ତରରେ ଶାନ୍ତି ପାଇଁ ପାରିବେ । ରାଶ୍ୟାଧିପ ଏକାଦଶ ସ୍ଥାନରେ ରାହୁ ଓ କର୍ମାଧିପଙ୍କ ସହ ରହିଥିବାରୁ ଆଜିର କର୍ମକ୍ଷେତ୍ର ସମସ୍ୟା ବହୁଳ ହୋଇପାରେ । ପ୍ରତ୍ୟେକ କାମକୁ ସାହସର ସହ ସମ୍ପନ୍ନ କରିବାରେ ସଫଳତା ହାସଲ କରିବେ । ଅଫିସରେ କାର୍ଯ୍ୟଭାର ଅଧିକ ରହିବ, ଯାହାଫଳରେ ଖାଦ୍ୟ, ପାନୀୟ ପ୍ରତି ଧ୍ୟାନ ଦେବାକୁ ମଧ୍ୟ ସମୟ ପାଇବେ ନାହିଁ । ହାତକୁ ନେଇଥିବା କାମଟି ପୂର୍ଣ୍ଣାଙ୍ଗ କରିବା ସକାଶେ ଚେଷ୍ଟା ଅବ୍ୟାହତ ରଖନ୍ତୁ ଅବଶ୍ୟ ସମୟାନ୍ତରେ ଆଶା ପୂରଣ ହୋଇଯିବ । ଆର୍ଥିକ ପରିସ୍ଥିତିରେ କ୍ରମଶଃ ସୁଧାର ଆସିବ । କିନ୍ତୁ ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ, ଯାହାକି ସମସ୍ୟାକୁ ବୃଦ୍ଧି କରିପାରେ । ଅନ୍ୟର ବିବାଦୀୟ ଘଟଣାରେ ମୁଣ୍ଡ ପୁରନ୍ତୁ ନାହିଁ । ପାରିବାରିକ ସ୍ଥିତି ସୁଖମୟ ରହିବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ସମଲେଶ୍ଵରୀ ।

ଧନୁ – ମନରେ ସକାରାତ୍ମକ ଭାବନା ନେଇ କାର୍ଯ୍ୟ କରନ୍ତୁ, ବ୍ୟର୍ଥ ଚିନ୍ତାରୁ ମୁକ୍ତି ମିଳିବ । ଆଜି ପୂର୍ବାଷାଢ଼ା ଧନୁ ପାରିବାରିକ କ୍ଷେତ୍ରରେ ଉଲ୍ଲେଖନୀୟ କାମ କରି ଉଚ୍ଚ ପ୍ରଶଂସିତ ହେବେ । ଅଫିସରେ ଗୁରୁତ୍ବପୂର୍ଣ୍ଣ ଫଇସଲା ନେଇପାରନ୍ତି । କର୍ମକ୍ଷେତ୍ରରେ ପରସ୍ପର ଦୋଷାରୋପ କରି ଅଯଥା ବିବାଦୀୟ ପରିସ୍ଥିତି ସୃଷ୍ଟି କରିପାରନ୍ତି । ସାମାଜିକ କ୍ଷେତ୍ରରେ ପଡୋଶୀମାନେ ଭୁରିଭୁରି ପ୍ରଶଂସା କରିବେ । ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ନୂଆ ଲୋକଙ୍କ ସହିତ ସମ୍ପର୍କ ଗଢ଼ିବା ହେତୁ ଫାଇଦା ହେବ । ରାଗିବା ଭଳି କଥା କହିବା କାରଣରୁ ବନ୍ଧୁଙ୍କ ସହ ସାମୟିକ କଳହ ଦେଖାଦେଇପାରେ । ପରିବାର ଭିତରେ ଛୋଟକଥାକୁ ନେଇ ମତପାର୍ଥକ୍ୟ ଦେଖାଦେଇପାରେ । ଶୁଭରଙ୍ଗ: ହଳଦିଆ । ଆରାଧନା: ପ୍ରଭୁ ହନୁମାନ ।

ମକର – ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବ । ରାଶିରେ ହସ୍ତା ନକ୍ଷତ୍ର ଅବସ୍ଥାନ କରିଥିବା ଯୋଗୁଁ ଆଜି ଆପଣ ପ୍ରତିବନ୍ଧକ ମଧ୍ୟ ଦେଇ ଚଳିବାକୁ ପଡ଼ିବାର ଆଶଙ୍କା ରହିଛି । ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ମାଧ୍ୟମରେ ସମସ୍ୟା ଗୁଡିକର ସରଳ ସମାଧାନ କରିବା ପାଇଁ ଚେଷ୍ଟା କଲେ ଉପକୃତ ହେବେ । ଅଫିସ ସହକର୍ମୀଙ୍କ ସହ ଯୁକ୍ତିତର୍କ କରିବା ଫଳରେ ସମ୍ପର୍କରେ ବ୍ୟାହତ ହେବାର ଆଶଙ୍କା ରହିଛି । ସାଇତି ରଖିଥିବା ଅର୍ଥ ଅନ୍ୟ ବାଟରେ ଖର୍ଚ୍ଚ ହୋଇଯାଇପାରେ । ସ୍ଵାସ୍ଥ୍ୟ ସମସ୍ୟା ପୂର୍ବପରି ରହିବ । ପାରିବାରିକ ଜୀବନରେ ସ୍ନେହ, ଶ୍ରଦ୍ଧା ଓ ଆଦରର ଅଭାବ ଅନୁଭବ କରିବେ । ପ୍ରେମ ପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

କୁମ୍ଭ – ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିଲେ ମଧ୍ୟ ଆର୍ଥିକ ଅଭାବ ସମସ୍ତ ସମସ୍ୟାର ମୂଳ କାରଣ ହେବାର ସୂଚନା ରହିଛି । ରାଶିରେ ପାପଗ୍ରହ ଯୁକ୍ତ ପ୍ରଭାବରୁ ଜୀବନଯାତ୍ରାରେ ଅନେକ ବାଧାବିଘ୍ନ ଉତ୍ପନ୍ନ ହୋଇପାରେ । ଋଣ ଆଣିଥିବା ବ୍ୟକ୍ତିଙ୍କ ଠାରୁ କୁଟ ବାକ୍ୟ ଶୁଣିବାକୁ ପାଇବେ । ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଭଲ ରହିବ । ସହଯୋଗୀଙ୍କ ସହଯୋଗରେ ମାନ ପ୍ରତିଷ୍ଠା ବୃଦ୍ଧି ପାଇବ । ବୈବାହିକ ସମ୍ପର୍କ, ସାମୂହିକ କାର୍ଯ୍ୟ ଓ ଆନୁଷ୍ଠାନିକ ଆଲୋଚନାରେ ଲକ୍ଷ୍ୟ ହାସଲ କରିବେ । ନିଜ ପରିସରରେ ନିଜର ଲୋକମାନେ ମିଥ୍ୟା ଅଭିଯୋଗ କରିପାରନ୍ତି । ଦାଂପତ୍ୟ ଜୀବନରେ ମଧୁରତା ଆସିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମୀନ – କର୍ମକ୍ଷେତ୍ରରେ ଆପଣ ଯୋଦ୍ଧାଙ୍କ ଭଳି ରହିବେ । ଆଜି କୃତ୍ତିକା ନକ୍ଷତ୍ର ଏହି ରାଶିର ବ୍ୟକ୍ତିଙ୍କୁ ଆଶା କରୁଥିବା ଦିଗରୁ ସାହାଯ୍ୟ ମିଳିବ । ଦୀର୍ଘ ଦିନରୁ ଭାଙ୍ଗି ପଡିଥିବା କୈାଣସି ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ । ଚାକିରିରେ କୌଣସି ବିଶେଷ ଦାୟିତ୍ଵ ଗ୍ରହଣ କରିବେ ଓ ସହକର୍ମୀମାନେ ସହଯୋଗ କରବେ । ଭାବପ୍ରବଣବଶତଃ ଓଲଟା କଥା କହି ବନ୍ଧୁ ଗହଣରେ ଅପଦସ୍ଥ ହୋଇପାରନ୍ତି । ଆନୁଷ୍ଠାନିକ କାର୍ଯ୍ୟ ଓ ଧର୍ମାନୁଷ୍ଠାନ ଦିଗ ପ୍ରତି ମନ ଆକର୍ଷିତ ହେବ । ଆଲୋଚନା ପରିସରରେ ବନ୍ଧୁଙ୍କ ସାହାଯ୍ୟ, ସହଯୋଗ ଅବ୍ୟାହତ ରହିବ । ପରିବାରରେ ଭୁଲ୍‌ ବୁଝାମଣାରୁ ଆପଣ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ତାରିଣୀ ।

Leave a Reply

Your email address will not be published. Required fields are marked *