30 ନଭେମ୍ବର 2019 : ଶନିବାର ରାଶିଫଳ : ଆଜିର ଦୀନରେ ଏହି ସବୁ ରାଶିଙ୍କ ଉପରେ ଶନିଦେବ ହେଲେ ପ୍ରସନ୍ନ

rasi-phala

ମେଷ : ଏହିସମୟରେ ଆପଣଙ୍କୁ କିଛି ବଦଳାଇବାକୁ ପଡ଼ିବ ଯାହା ପାଇଁ ଆପଣ କିଛି ଚ଼ିନ୍ତାରେ ରହିବେ, କିନ୍ତୁ ମନେରଖନ୍ତୁ ଏହି ପରିବର୍ତ୍ତନ ଆପଣଙ୍କ ପାଇଁ କିଛି ନୂଆ ସୁଯୋଗ ଆଣିଦେବ ଏବଂ ଆପଣଙ୍କର ଚ଼ିନ୍ତାଧାରାକୁ ବଢ଼ାଇବାରେ ସହାୟକ ହେବ । ବାଣୀର ମଧୁରତା ଆପଣଙ୍କୁ ନୂଆ ସମ୍ବନ୍ଧ ବନାଇବା ପାଇଁ ମଧ୍ୟ କାମରେ ଆସିବ। ଆର୍ଥିକ ଆୟୋଜନ ମଧ୍ୟ ଆଜି ଆପଣ ଭଲ ଭାବରେ କରି ପାରିବେ। ଆଜିର ସମ୍ପୂର୍ଣ୍ଣ ଦିନ ଆନନ୍ଦର ସହିତ ବିତିବ। ଚାକିରିରେ ସହଯୋଗ ମିଳିବ। ମଧ୍ୟାହ୍ନ ପରେ ରୋଗାକ୍ରାନ୍ତ ବ୍ୟକ୍ତିଙ୍କର ସ୍ଵାସ୍ଥ୍ୟରେ ସୁଧାର ହେବ ଏବଂ ଅଧୂରା କାର୍ଯ୍ୟ ପୂର୍ଣ୍ଣ ହେବ।।ପ୍ରତିକାର-ଗାଈକୁ ଖାଇବାକୁ ଦିଅନ୍ତୁ।

ବୃଷ : ବିଦେଶ ସହ ସଂଯୋଗ କରୁଥିବା ଯେକୌଣସି କାର୍ଯ୍ୟରୁ ଆପଣଙ୍କୁ ସଫଳତା ମିଳିପାରେ । ଯଦି ଆପଣ କୌଣସି ବିଦେଶୀ ବନ୍ଧୁଙ୍କ ପାଖରୁ ଚାକିରିର ସାହାଯ୍ୟ ପାଇବା ପାଇଁ ଆଶା କରୁଥାନ୍ତି , ତେବେ ଆପଣ ସଫଳ ହେବେ କିମ୍ବା କୌଣସି ଆନ୍ତର୍ଜାତିକ ଚୁକ୍ତି ହୋଇପାରେ । ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ଆଧ୍ୟାତ୍ମ ପ୍ରତି ଆକର୍ଷଣ ବଢ଼ିବ। କାର୍ଯ୍ୟାଳୟ କିମ୍ବା ବ୍ୟବସାୟରେ କାର୍ଯ୍ୟଭାର ଅଧିକ ରହିବ। ବିଦେଶ ଯିବାକୁ ଇଚ୍ଛୁକ ଲୋକମାନଙ୍କ ପାଇଁ ଯୋଗ ଭଲ। ମଧ୍ୟାହ୍ନ ପରେ ନୂଆ କାର୍ଯ୍ୟର ଆୟୋଜନ କରି ପାରିବେ। ରୋକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ବ୍ୟବସାୟରେ ବୃଦ୍ଧିର ସଂଭାବନା ଅଛି। ଗୃହସ୍ଥ ଜୀବନରେ ମଧୁରତା ରହିବ। ମାନ-ସମ୍ମାନ ମିଳିବ।ପ୍ରତିକାର-ବୃଦ୍ଧ ବୃଦ୍ଧାଙ୍କୁ ସାହାଯ୍ୟ କରନ୍ତୁ

ମିଥୁନ : ଆପଣତ ସେ କଳିକଜିଆର ଭାଗିଦାର ନୁହଁନ୍ତି କିନ୍ତୁ ସମାଧାନ କରିବା ପାଇଁ ଆପଣଙ୍କୁ ସାକ୍ଷୀ ରୂପରେ ଡ଼କା ଯାଇ ପାରେ, ଆପଣ କାହା ପକ୍ଷରେ ନ ଯାଇ ସତ୍ୟ ସାଙ୍ଗରେ ରହିବେ, ଏଥିରୁ ଆପଣଙ୍କ ସହକର୍ମୀ ଆପଣଙ୍କ ଠାରୁ ବହୁତ ପ୍ରଭାବିତ ହେବେ । ଖାଦ୍ୟ-ପେୟରେ ଆଜି ବିଶେଷ ଧ୍ୟାନ ରଖିବାର ଆବଶ୍ୟକତା ଅଛି। ଦିନ ସମୟରେ ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ସମୟ ଅନୁକୂଳ ନୁହେଁ। ଅଧିକ କାର୍ଯ୍ୟରେ ଶିଥିଲତା ଏବଂ ମାନସିକ ବ୍ୟଗ୍ରତାର ଅନୁଭବ କରିବେ। ଯାତ୍ରା ଲାଭଦାୟୀ ନୁହେଁ। ଧାର୍ମିକ କାର୍ଯ୍ୟ ହେବ। ବିଦେଶରେ ସ୍ଥିତ ସ୍ଵଜନମାନଙ୍କର ଭଲ ସମାଚାର ମିଳିବ। ବ୍ୟାପାରରେ ଆର୍ଥିକ ଲାଭ ହେବ। ନୂଆ ଆୟୋଜନ ପାଇଁ ଅନୁକୂଳ ପରିସ୍ଥିତି ହେବ।ପ୍ରତିକାର-ଗୁଡ଼ ଓ ଗହମ ଷଣ୍ଢକୁ ଖାଇବାକୁ ଦିଅନ୍ତୁ

କର୍କଟ : ଆଜି ଆପଣଙ୍କ ଅଟକିଥିବା ସରକାରୀ ସମୃଦ୍ଧି କାର୍ଯ୍ୟ ଗୁଡ଼ିକ ପୂରଣ ହୋଇଯିବ । ସେହି ସଂସ୍ଥା ଗୁଡ଼ିକରୁ ହିଁ ଆପଣଙ୍କର କାର୍ଯ୍ୟକୁ ପ୍ରାଥମିକତା ମିଳିବ ଯେଉଁଠି କି ଆପଣଙ୍କର କାର୍ଯ୍ୟଉପରେ ଏପର୍ଯ୍ୟନ୍ତ ଧ୍ୟାନ ଦିଆଯାଉନଥିଲା । ସ୍ଵାସ୍ଥ୍ୟ ନରମ ରହିପାରେ। ଛାତୀରେ ଯନ୍ତ୍ରଣା କିମ୍ବା ଅନ୍ୟ କୌଣସି ଅସୁବିଧା ଅନୁଭବ କରିପାରନ୍ତି। ପରିବାରରେ ସଦସ୍ୟମାନଙ୍କ ସହିତ ବାଦ-ବିବାଦ ନ ହେଉ, ଏହାର ଧ୍ୟାନ ରଖିବେ। ଅର୍ଥ ଖର୍ଚ୍ଚ ହେବ। ସମୟରେ ଭୋଜନ ନ ମିଳିବା ଉପରେ କ୍ରୋଧ ଆସିପାରେ।ପ୍ରତିକାର– ମସୁରଡାଲି ଧର୍ମସ୍ଥାନରେ ଦେବେ

ସିଂହ : ଏହି ସମୟରେ ନିଜର ଲୋକମାନଙ୍କ ସହିତ ମଜା କରନ୍ତୁ ,କିନ୍ତୁ ଏହାସହ ନିଜ କାର୍ଯ୍ୟକୁ ମଧ୍ୟ ଠିକ୍ ସମୟରେ ସାରିବା ପାଇଁ ଚ଼େଷ୍ଟା କରନ୍ତୁ । ଘର ଏବଂ ବାହାରର କାର୍ଯ୍ୟ ମଧ୍ୟରେ ସନ୍ତୁଳନ ରକ୍ଷା ଆଜି ଆପଣଙ୍କର ମୂଳମନ୍ତ୍ର ହେବା ଉଚ଼ିତ୍ । ଭାଇ-ବନ୍ଧୁମାନଙ୍କ ସହିତ ସମ୍ବନ୍ଧ ସୌହାର୍ଦପୂର୍ଣ୍ଣ ରହିବ। ନିର୍ଦ୍ଧାରିତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଛୋଟ ଯାତ୍ରା କରିପାରନ୍ତି। ଭାଗ୍ୟବୃଦ୍ଧି ପାଇଁ ସୁଯୋଗ ଆସିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟ ପ୍ରାପ୍ତ କରି ପାରିବେ। ପ୍ରିୟ ବ୍ୟକ୍ତିଙ୍କର ନିକଟତା ଆପଣଙ୍କୁ ଖୁସି ଦେବ। ଆର୍ଥିକ ଲାଭ ହେବ।ପ୍ରତିକାର:- ଅସହାୟା ମାନଙ୍କୁ ସାହାଜ୍ୟ କରନ୍ତୁ।

କନ୍ୟା : ଆଜି ଦିନରେ ପରିବାର ଲୋକମାନଙ୍କ ସହ ଖୁବ୍ ଝଗଡା ହେବାର ସମ୍ଭାବନା ଅଛି । ଏଥିପାଇଁ କଥାବାର୍ତ୍ତା ଆଗରୁ ଖୁବ୍ ସତର୍କ ରହନ୍ତୁ । ହୁଏତ କଥାବାର୍ତ୍ତା କଲାବେଳେ କୌଣସି କାରଣରୁ ଉତ୍ତେଜିତ ହେଇପାରନ୍ତି କିମ୍ବା କ୍ରୋଧାନ୍ନିତ ହେଇପାରନ୍ତି । ନକାରାତ୍ମକ ବିଚାରରେ ମନ ଚିନ୍ତିତ ରହିବ। ପାରିବାରିକ ସଦସ୍ୟମାନଙ୍କ ସହିତ ଭୁଲ ବୁଝାବଣା ହୋଇପାରେ। ଅନାବଶ୍ୟକ ଖର୍ଚ୍ଚ ହୋଇପାରେ। ବିଦ୍ୟାର୍ଥିମାନଙ୍କପାଇଁ ସମୟ ଅନୁକୂଳ ଅଟେ, ପାଠପଢ଼ାରେ ମନ ଲାଗିବ। ଯାତ୍ରାର ସମ୍ଭାବନା ଅଛି। କିଣାକିଣିରେ ସଫଳତା ମିଳିବ।।ପ୍ରତିକାର– ଗାଈକୁ କିଛି ଖାଇବାକୁ ଦିଅନ୍ତୁ

ତୁଳା : ଆଜି ଆପଣ ନିଜ ଉପରେ କାର୍ଯ୍ୟ ବୋଧ ବଢ଼ି ଯାଇଛି ବୋଲି ଅନୁଭବ କରିବେ । ଏହି ଚ଼ିନ୍ତା ଘର ଏବଂ କାର୍ଯ୍ୟ ସହ ସମ୍ବନ୍ଧିତ ହୋଇଥାଇପାରେ । ଆଜି ଆପଣ ଶାନ୍ତ ରହି ନିଜର କାର୍ଯ୍ୟ ସମ୍ପାଦନ କରନ୍ତୁ । ବର୍ତ୍ତମାନ ସମୟରେ ଆପଣ ଭଲ ଭାବରେ ଆର୍ଥିକ ଯୋଜନା ସମ୍ପୂର୍ଣ୍ଣ କରି ପାରିବେ। ଆପଣଙ୍କ କଳାତ୍ମକ ଏବଂ ସୃଜନାତ୍ମକ ଶକ୍ତି ଶ୍ରେଷ୍ଠତମ ରହିବ। ଶାରୀରିକ ଏବଂ ମାନସିକ ରୂପରେ ଫୂର୍ତ୍ତି ରହିବ। ଦୃଢ଼ ବିଚାର ଏବଂ ଆତ୍ମବିଶ୍ଵାସରେ କାର୍ଯ୍ୟ ସମ୍ପୂର୍ଣ୍ଣ କରି ପାରିବେ। ଭାଗିଦାରୀ ସହିତ ମେଳ-ମିଳାପ ରହିବ।।ପ୍ରତିକାର– କୁକୁରକୁ ଖାଇବାକୁ ଦିଅନ୍ତୁ

ବିଚ୍ଛା : ଆଜି କାଲି ଯେଉଁ ସମସ୍ୟା ବଢି ଚ଼ାଲିଛି ଆପଣ ତାହାକୁ ଠିକ୍ ଭାବରେ ବୁଝି ଶେଷ କରିବା ପାଇଁ ଚ଼େଷ୍ଟା କରିବା ଉଚିତ୍ । ମାନସିକ ଶାନ୍ତି ପାଇଁ ବାହାରେ କେଉଁଠିବି ବୁଲିବାକୁ ଯାଆନ୍ତୁ କିମ୍ବା କୌଣସି ଭଲ ବହି ପଢ଼ି ପାରନ୍ତି । ମିତ୍ରମାନଙ୍କ ତରଫରୁ ଶୁଭ ସମାଚାର ମିଳିବାର ସମ୍ଭାବନା ଅଛି, ଲାଭ ହେବ। ଆମୋଦ-ପ୍ରମୋଦରେ ଅର୍ଥ ଖର୍ଚ୍ଚ ହୋଇପାରେ। ଦାମ୍ପତ୍ୟଜୀବନ ଭଲ ରହିବ। କୋର୍ଟ-କଚେରୀ ମାମଲାରେ ସମ୍ଭାଳିକରି କାର୍ଯ୍ୟ କରିବାକୁ ଉଚିତ ରହିବ। ଅଫିସ୍ ରେ ମହିଳାବର୍ଗଙ୍କଠାରୁ ଲାଭ ମିଳିବ।ପ୍ରତିକାର– ଘରୁ ବହାରରିବା ସମୟରେ ମୁହଁ ମିଠା କରି ବାହାରନ୍ତୁ

ଧନୁ : ଆଜି ଆପଣ କାହା ଉପରେ ନିର୍ଭର କରୁଛନ୍ତି । ଆପଣ ସମସ୍ତଙ୍କୁ ବିଶ୍ୱାସ ବହୁତ ଶିଘ୍ର କରିନିଅନ୍ତି ।ଏହି ଅଭ୍ୟାସକୁ ଆପଣ ପରିବର୍ତ୍ତନ କରନ୍ତୁ ନହେଲେ ଏହି ଅଭ୍ୟାସ ପାଇଁ ଆପଣ ପଛରେ ହଇରାଣରେ ପଡ଼ିବେ । ପ୍ରେମର ସୁଖଦ ଅନୁଭବ ହେବ। ସୌଭାଗ୍ୟ ପ୍ରାପ୍ତ କରିବେ। ଆର୍ଥିକ ଏବଂ ସାମାଜିକ ଦୃଷ୍ଟିରେ ଆଜି ଲାଭର ଦିନ। ଗୃହସ୍ଥ ଜୀବନରେ ଆନନ୍ଦ ଭରି ରହିବ। ମହିଳା ମିତ୍ରମାନଙ୍କଠାରୁ ଲାଭ ତଥା ତାଙ୍କ ସହିତ ଯାତ୍ରାର ଆୟୋଜନ ହେବ। ଆୟର ସାଧନରେ ବୃଦ୍ଧି ହେବ। ମାଙ୍ଗଳିକ କାର୍ଯ୍ୟ ହେବ।ପ୍ରତିକାର- ଅସହାୟକୁ ନିରାଶ କରିବେ ନାହିଁ

ମକର : ଆଜି ଆପଣ ସେହି ବ୍ୟକ୍ତି ଉପରେ ହତାଶ ଅନୁଭବ କରୁଛନ୍ତି ଯେଉଁ ମାନେ ଆପଣଙ୍କୁ ନିରାଶ କରିଛନ୍ତି । ଆପଣଙ୍କୁ ଏମିତି ଲାଗିବ, ଲୋକମାନେ ଦେଇଥିବା କଥା ଅନୁସାରେ କାମ କରୁନାହାନ୍ତି । ଆଜି ଆପଣ ମୁଣ୍ଡକୁ ଶାନ୍ତ ରଖିବାକୁ ହେବ । ନିଷେଧାତ୍ମକ ବିଚାରରୁ ଦୂରରେ ରହିବାକୁ ଉପଦେଶ। ନୂଆ କାର୍ଯ୍ୟର ପ୍ରାରମ୍ଭ ତଥା ସ୍ୱାସ୍ଥ୍ୟ ଉପଚାର ପ୍ରାରମ୍ଭ କରିବା ହୀତକର ନୁହେଁ। କ୍ରୋଧର ଭାବନାକୁ ନିୟନ୍ତ୍ରଣରେ ରଖିବେ। ନହେଲେ ଅନିଷ୍ଟକର ପ୍ରସଙ୍ଗର ସମ୍ଭାବନା ଅଛି। ଖର୍ଚ୍ଚ ଅଧିକ ହେବ। ଧନର ସଙ୍କଟ ଅନୁଭବ ହେବ। ନିଷେଧାତ୍ମକ ବିଚାରରୁ ଦୂରରେ ରହିବେ। ଆଧ୍ୟାତ୍ମିକତା ଏବଂ ଈଶ୍ଵରଙ୍କର ପ୍ରାର୍ଥନାରେ ଆଶ୍ୱସ୍ଥି ମିଳିବ।ପ୍ରତିକାର– କୁକୁରକୁ ଖାଇବାକୁ ଦିଅନ୍ତୁ।

କୁମ୍ଭ : ଛୋଟ ଛୋଟ କଥାରେ ଆଜି ଆପଣଙ୍କର ପରିବାର ଲୋକଙ୍କ ସହିତ ମତାନ୍ତର ହୋଇପାରେ । ଆଜି ଆପଣ ନିଜକୁ ବୋଧହୁଏ ଏକା ଅନୁଭବ କରିପାରନ୍ତି । ନିଜ ପରିବାରର ପସନ୍ଦ ଆପଣଙ୍କୁ ସମ୍ପୂର୍ଣ୍ଣ ଅଲଗା ବୋଲି ଆଜି ଆପଣ ମନେ କରିବେ । ନୂଆ କାର୍ଯ୍ୟର ପ୍ରେରଣା ମିଳିବ ଏବଂ ଆପଣ ତାଙ୍କୁ ପ୍ରାରମ୍ଭ କରିପାରିବେ। କୌଣସି ଧାର୍ମିକ ସ୍ଥଳ ଯାତ୍ରାକରି ଆପଣଙ୍କ ମନ ଭକ୍ତିମୟ ହୋଇଯିବ। ଲମ୍ବା ଯାତ୍ରାର ଯୋଗ ଅଛି। ଦୂର ସ୍ଥିତ ସ୍ନେହୀଜନ କିମ୍ବା ମିତ୍ରମାନଙ୍କର ଶୁଭ ସମାଚାର ମିଳିବ। ବ୍ୟାପାରରେ ଆର୍ଥିକ ଲାଭ ହୋଇପାରେ। ସ୍ଵାସ୍ଥ୍ୟ ମଧ୍ୟମ ରହିବ।ପ୍ରତିକାର– କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

ମୀନ : ଅସନ୍ତୋଷ ଓ ଅଶାନ୍ତିରେ ଦିନଟି କଟିବ । ବିଧିବଦ୍ଧକ ଚିନ୍ତା ମାଧ୍ୟମରେ କାରଣ ଖୋଜନ୍ତୁ । ଏହାର ସମାଧାନ ଅବଶ୍ୟ ବାହାରିବ । ଏଦୁଃସମୟ କିଛି କ୍ଷଣ ରହିଲା ପରେ ଅପସରି ଯିବ । ଆଜି ଆପଣ ପାରିବାରିକ ତଥା ସାମାଜିକ କଥାଗୁଡ଼ିକରେ ବିଶେଷ ଲିପ୍ତ ରହିବେ। ମିତ୍ରମାନଙ୍କସହ ଭେଟ ହେବ ଏବଂ ତାଙ୍କ ଖର୍ଚ୍ଚ କରିବାକୁ ପଡ଼ିବ। ରମଣୀୟ ସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ଅଛି। ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ଲାଭ ହେବ। ଜୀବନସାଥୀ ଇଚ୍ଛୁକଙ୍କୁ ଭଲ ଜୀବନସାଥୀ ମିଳିବାର ଯୋଗଅଛି।ପ୍ରତିକାର– ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

Leave a Reply

Your email address will not be published. Required fields are marked *