ସୁମିତିଙ୍କ ସହ ରାତିର ସମ୍ପର୍କ ବଖାଣିଲେ ତପସ୍ୱନୀ ।

ertya

ସ୍ୱାମୀ-ସ୍ତ୍ରୀ ଗୋଟିଏ ଘରେ ରହିଲେ ଖାଲି କଣ ସେ-କ୍ସ କରିବେ? ସମ୍ପର୍କର ଅର୍ଥ କଣ ବୋଧହୁଏ ସୁମିତଙ୍କୁ ଜଣାନାହିଁ।  ମୋ ଲୁହର ମୂଲ୍ୟ କେତେ ମୁଁ ବୁଝିଛି। ସେ ମୋଠାରୁ ଖସିଯିବାକୁ ଚାହୁଁଛନ୍ତି, ମୁଁ ଲଢ଼ି ଲଢ଼ି ତାଙ୍କୁ ନେଇକି ଆସିବି ବୋଲି ଦିନେ କହିଥିଲେ ଡିମ୍ପଲ । ଯାହା ଏବେ ସତ ପ୍ରମାଣିତ ହୋଇଛି । କିନ୍ତୁ କେଁ କାଢୁଛନ୍ତି ଶ୍ୱଶୁର….

ଡିମ୍ପଲଙ୍କ ଶ୍ୱଶୁର କଣ କହିଛନ୍ତି ଜାଣନ୍ତୁ ….

କୋର୍ଟଙ୍କ ରାୟ ପରେ ମଧ୍ୟ ବାହାରୁ ନାହିଁ ସମାଧାନର ବାଟ । ପୁଣି ସୁମିତ ଓ ଡିମ୍ପଲଙ୍କ ଭିତରେ ଅଟକିଛି କେଁ । ଡିମ୍ପଲଙ୍କ ଜିଦ୍, ସ୍ୱାମୀ ସୁମିତ୍‌ଙ୍କ ସହ ବେଡ୍‌ରୁମ୍‌ରେ ରହିବେ । ସେପଟେ ଶ୍ୱଶୁର ଘର ଲୋକ ଉପରମହଲାରେ ରହିବାକୁ ଅନୁମତି ଦେଇଛନ୍ତି । ଏଥିସହ ଦୁଇଦିନର ସମୟ ମଧ୍ୟ ମାଗିଛନ୍ତି ସୁମିତଙ୍କ ପରିବାର । ଆଜି ଡିମ୍ପଲ ଶ୍ୱଶୂର ଘରେ ରହିବାକୁ ଜିଲ୍ଲା ଦୌରାଜଜ୍ ରାୟ ଦେବା ପରେ ପୋଲିସ ଓ ମାଜିଷ୍ଟ୍ରେଟ ସୁମିତଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା ଜାରି ରଖିଛନ୍ତି ।

ଯଦିଓ କୋର୍ଟଙ୍କ ରାୟକୁ ସମ୍ମାନ ଜଣାଇ ଶ୍ବଶୂର ଘର ଲୋକ ଡିମ୍ପଲଙ୍କୁ ରଖିବାକୁ ରାଜି ହୋଇଥିଲେ, ମାତ୍ର ଉପରମହଲାରେ ରଖିବାକୁ ଉପସ୍ଥିତ ଅଧିକାରୀଙ୍କୁ ଜଣାଇଥିଲେ । ହେଲେଶ୍ୱଶୁରଘର ଲୋକଙ୍କ ଏ ସର୍ତ୍ତରେ ରାଜି ହୋଇନାହାନ୍ତି ଡିମ୍ପଲ । କହିଛନ୍ତି, ଉପରମହଲା ରହିବା ଯୋଗ୍ୟ ନୁହେଁ । ଏପରିକି ପ୍ରଶାସନିକ ଅଧିକାରୀ ମଧ୍ୟ ଉପରଘର ରହିବା ଯୋଗ୍ୟ ନୁହେଁ ବୋଲି ଜଣାଇଥିବା କହିଛନ୍ତି ଡିମ୍ପଲ । ସେପଟେ ସୁମିତଙ୍କ ବାପା ଓ ତାଙ୍କ ଓକିଲ କହିଛନ୍ତି ତଳେ ରହିବାକୁ ଜାଗା ନାହିଁ । ଏଣୁ ତାଙ୍କୁ ଉପର ଘରେ ରହିବାକୁ କୁହାଯାଇଛି ।

ତେବେ ଏହିସବୁ ଭିତରେ ସୁମିତଙ୍କ ଘରେ ଡିମ୍ପଲ ରହୁଥିଲେ ମଧ୍ୟ ସୁମିତଙ୍କ ସହିତ କୌଣସି କଥା ବାର୍ତ୍ତା ହୋଇନାହିଁ କି ସୁମିତଙ୍କ ଘର ଲୋକ ତାଙ୍କ ସହିତ କୌଣସି ସମ୍ପର୍କ ନ ରଖୁଥିବା କଥା କହିଛନ୍ତି ଡିମ୍ପଲ ।

ଦେଢ ମାସ ତଳେ ଘର ସାମନାରେ ଧାରଣା ଦେଇଥିଲେ ଡିମ୍ପଲ । ଘର ଆଗରେ ମାଣବସା ଗୁରୁବାର ପାଳି କରିଥିଲେ ପ୍ରତିବାଦ । ନିକଟରେ ଡିମ୍ପଲ ଓ ସୁମିତ ଏକାଠି ରହିବାକୁ ମଧ୍ୟ ଦେଇଥିଲେ ନିର୍ଦ୍ଦେଶ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଉଭୟ ଏକାଠି ହୋଇଥିଲେ ମଧ୍ୟ ସଂପର୍କରେ ସୁଧାର ଆସିନଥିଲା ।

Leave a Reply

Your email address will not be published. Required fields are marked *