ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏହି ସବୁ ସତ୍ୟ ଓ ରହସ୍ୟ ଆସନ୍ତୁ ଜାଣିବା

jaggnathan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅନେକ କିମ୍ବଦନ୍ତିରେ ମନ୍ଦିତ ଶ୍ରୀ ମନ୍ଦିର । ମାନବିୟ ଲୀଳା ରେ ରୁଦ୍ଧି ମନ୍ତା ଆମ କାଳିଆ ଠାକୁର କାଳିଆ ର ନୀତି ଦିନ ଚର୍ଯ୍ୟା ଓ ଶ୍ରୀ ମନ୍ଦିର ଭିତରେ ଥିବା ଭଇତର ସ୍ଥାନ ବିଷୟ ରେ ଅନେକ ଙ୍କୁ ଅଜଣା ସେମିତି କିଛି ଅଜଣା କଥା ସଂମ୍ପର୍କ ରେ ଆସନ୍ତୁ ଜାଣିନେବା ତେବେ କେମିତି ଭାଙ୍ଗେ ପ୍ରଭୁ ଜଗନ୍ନାଥ ଙ୍କ ନିଦ । ତେବେ ଶ୍ରୀ ମନ୍ଦିର ରେ ମହାପ୍ରଭୁ ଜଗନ୍ନାଥ ମାନବିୟ ଲୀଳା କରନ୍ତି । ପ୍ରତି ଦିନ ରାତ୍ର ଏକ ପ୍ରହର ଥାଏ ଠାକୁର ମାନଙ୍କ ନିଦ୍ରା ବଙ୍ଗ କରାଯାଏ ଚାରି ଶଙ୍ଖ , ମହୁରୀ , ବୀଣା , ପାଠ , ତାଳ , ସିଙ୍ଘା , ଘଣ୍ଟା ଭେରି ମୃତଙ୍ଗ ଏବଂ କମ ଏପରି 16 ଶବ୍ଦ ହେବା ପରେ ଗମ୍ବିରା ଦ୍ୱାର କବାଟ ଫିଟିଯାଏ । ଏହି ସମୟ ରେ ଲାଗି ପରିଛା , ପର କୋମଳ , ମୁଦି ରଥ , ସପ୍ରିୟ ବ୍ରାହ୍ମଣ, କାଳିଆ ପଣ୍ଡା ,ସିହଂର ପଶୁ ପାଳକ , ଅଖଣ୍ଡ ମେକାପ , ବାହାର କରବାଡୁ , ଭିତର କରବାଡୁ , ଶ୍ରୀ ମୂଖ ସିଂହାରି ଭିତର ସୁନା ଦିହୁଡି ସେବକ , ପତ୍ରି ବଡୁ, ଭିତର ଭଣ୍ଡାର ମେକାପ , ତାରେକ ମଦୁଲୀ , ଜ୍ୟୋତଷ ପାତ୍ର , ଦର ପଣିଆ , ଖଟଣୀ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହିବେ ।Jagannath

ତେବେ ସେଜ ଘର ମେକାପ ସେଜ ଉଠେଇ ଘର କୁ ନେବା ପରେ ଭଣ୍ଡାର , ମେକାପ , ସୁନା ବୈଠା ନେଇ ଶ୍ରୀ ଅଙ୍ଗ ମଣ୍ଡିଥାନ୍ତି , ତେବେ କେମିତି ଦାନ୍ତ ଘସନ୍ତି କାଳିଆ ଠାକୁର ଆସନ୍ତୁ ଜାଣିନେବା , ତେବେ ପ୍ରତି ଦିନ ରାତ୍ର ଏକ ପ୍ରହର ଥାଇ କାଳିଆ ଠାକୁର ଉଠନ୍ତି , ଏହା ପରେ ଆରମ୍ଭ ହୁଏ ନୀତି କାନ୍ତ । ଶ୍ରୀ ଅଙ୍ଗ ପଖାଳିବା ପରେ କାଳିଆ ଠାକୁର ସାଧାରଣ ମଣିଷ ପରି ପ୍ରତି ଦିନ ଦାନ୍ତ ଘସିଥାନ୍ତି । ଏହାକୁ କାଠି ଲାଗି ବୋଲି କୁହାଯାଏ । ଏହା ଲାଗି କୁମ୍ବାଟୁଆ ଦାନ୍ତ କାଠି , ପୋଡା ଗୁଆ ଗୁଣ୍ଡି , ସୁନା ଖଡିକା , ସୁନା ଜିଭ ଚଞ୍ଚା , ତ୍ରୀଫଳା ପାଣି , ଖରିଆ ପାହାଡା , ଅଅଁଳା , ପଞ୍ଚାମୃତ , ବଜା ଦହୀ ଦରକାର ହୋଇଥାଏ ।

ଏହା ସହିତ କୁଡୁଆ ରେ ତ୍ରିପ୍ତ ଜଳ , ଉଷ୍ମ ଜଳ , ଆସିବା ସହିତ ସରଷ , ଚନ୍ଦନ , ଅଭୂର , କର୍ପୁର , କସ୍ତୁରୀ ରେ ପ୍ରସ୍ତୁତ , ଚତୁସମ ଜଳ ବି ବ୍ୟବହାର ହୋଇଥାଏ । ତେବେ ରୋହିଣଈ କୁଣ୍ଡରୁ ଆସେ ପ୍ରଳୟ ତେବେ ବିମଳା ମନ୍ଦିର ସାମ୍ନା ରେ ରହିଛି ଏହି ରୋହୀଣୀ କୁଣ୍ଡ । ଏଠାରେ ପୂର୍ବର କୁଣ୍ଡ ଆଉ ନାହିଁ । ଗୋଟିଏ ଛୋଟ କୁଣ୍ଡ ଚଟାଣ ଉପରେ ତିଆରି ହୋଇଛି । ଚତୁର୍ଭୁଜ କାରର ଛୋଟ ମୂର୍ତ୍ତି । ପୁରୁଣା ଅନୁସାରେ ଶଙ୍ଖା କୃତି କ୍ଷେତ୍ରର ନାବି ବେଦ ରେ ଏହି କୁଣ୍ଡ ବିରାଜ ମାନ ଅଟେ । ତେବେ ପ୍ରଳୟ କାଳରେ ଏହି କୁଣ୍ଡରୁ ଜଳ ବାହାରି ବୃଦ୍ଧି ପାଏ । ପରେ ତାହା ନିମ୍ନ ହୋଇଥାଏ । ସେହିଥି ପାଇଁ ଏହାକୁ ରୋହଣ କୁଣ୍ଡ ବା ରୋହିଣୀ କୁଣ୍ଡ କୁହାଯାଏ । କେତେକ ପୁରାଣ ରେ ଏହି କୁଣ୍ଡରୁ ଦାରୁ ବ୍ରହ୍ମ ଙ୍କ ଆବିର୍ଭାବ ହୋଇଥିଲା ବୋଲି କୁହାଯାଏ । କଳ୍ପବଟ ଛାଇ ରେ ବ୍ରହ୍ମ ହତ୍ୟା କ୍ଷେୟ ଅଟେ ।jagannath

ତେବେ ପୈରାଣିକ ଆକ୍ଷାନ୍ନ ଅନୁଯାୟୀ ଭଗବାନ ନୀଳ ମାଧବ ଙ୍କ ଅବସ୍ଥାନ ସଂମ୍ପର୍କ ରେ ବିଦ୍ୟାପତି ଙ୍କୁ ସୂଚନା ଦେଇଥିଲେ ବିଶ୍ୱବୋଷ । ତେବେ ସେ କହିଥିଲେ ୟେ ନୀଳମାଧବ ରୋହଣୀ କୁଣ୍ଡ , ଅକ୍ଷୟ ବଟ ମଧ୍ୟ ଦେଇ ନିକୁଞୀ ସ୍ଥାନରେ ଅବସ୍ଥାନ କରୁଛି । ଏହି ମହାତିର୍ଥ ର ନାମ ହେଉଛି ରୋହଣୀ । ତେବେ ଏହିଥିରେ ସ୍ନାନ କରିଲେ ନର ମାନେ ବୈକୁଣ୍ଠ ଗମନ କରନ୍ତି । ଏହାର ପୂର୍ବରୁ କଳ୍ପସ୍ଥାୟୀ ବଟ ବୃକ୍ଷ ରହିଛି । ଏହି ବୃକ୍ଷର ଛାୟା ପ୍ରାପ୍ତ ହେଲେ ବ୍ରହ୍ମ ହତ୍ୟା ପାପ କ୍ଷେୟ ହୋଇଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *