ଚାଷୀଙ୍କ ପାଇଁ ବଡ଼ ଖୁସି ଖବର MSP ବୃଦ୍ଧି ପାଇଁ ପୁଣି ବଢିବ ଫସଲ ର ଦର ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ଚାଷୀ ଙ୍କୁ ବଡ ଉପହାର ଦେଲେ ମୋଦି । MSP ରେ ସବୁଠାରୁ ବଡ ବୃଦ୍ଧି । ଦୀପାବଳୀ ଏବଂ ଦୂର୍ଗାପୂଜା ପାଇଁ ବଡ ଖୁସୀ ଖବର । ମୋଦି ସରକାର ଦୂର୍ଗାପୂଜା ଏବଂ ଦୀପାବଳୀ ପୂର୍ବରୁ କେନ୍ଦ୍ରିୟ କର୍ମଚାରୀ ଏବଂ ଚାଷୀ ମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ବୁଧବାର ହୋଇଥିବା କେବିନେଟ ବୈଠକ ରେ ସରକାର କେନ୍ଦ୍ରିୟ କର୍ମଚାରୀ ମହଙ୍ଗା ଭତ୍ତା 4 ପ୍ରତିଶତ ବୃଦ୍ଧି କରିଛନ୍ତି । ଏହା ସହିତ ଚାଷୀ ମାନଙ୍କ ପାଇଁ ମଧ୍ୟ ବଡ ଘୋଷଣା ହୋଇଛି । ତେବେ ବନ୍ଧୁଗଣ ଆସନ୍ତୁ ସଂମ୍ପର୍ଣ୍ଣ ଅପଡେଟ ଜାଣିନେବା ତେବେ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢିବା ପାଇଁ ଅନୁରୋଧ । MSP ରେ ସବୁଠାରୁ ବଡ ବୃଦ୍ଧି କେବିନେଟ 6 ରେ MSP ବଢେଇବାକୁ ନିସ୍ପତି ନେଇଛନ୍ତି ।farmar

ଯାହାକୁ ଏପର୍ଯ୍ୟନ୍ତ ସବୁଠାରୁ ବଡ ବୃଦ୍ଧି ବୋଲି କୁହାଯାଉଛି । ସରକାର ସୋରିଷ ଏବଂ ତୈଳ ଜାତୀୟ ଉତ୍ପାଦ ଉପରେ ପ୍ରତି କୈଇଣ୍ଟାଲ 200 ଟଙ୍କା ବୃଦ୍ଧି କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ମସୁର ଡାଲି ଉପରେ କୈଇଣ୍ଟାଲ ପିଛା 450 ଟଙ୍କା ଏବଂ ଗହମ ଉପରେ କୈଇଣ୍ଟାଲ ପିଛା 150 ଟଙ୍କା ବାଲି ଉପରେ କୈଇଣ୍ଟାଲ ପିଛା 115 ଟଙ୍କା ଚଣା ଉପରେ କୈଇଣ୍ଟାଲ ପିଛା 105 ଟଙ୍କା ସର୍ବ ନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ଆଉ ଏହା ଦ୍ୱାରା ଗହମ ର MSP 150 ଟଙ୍କା କୁ ବଢି କୋଇଣ୍ଟାଲ ପିଛା 2275 ଟଙ୍କା ହୋଇଛି । ସେହିପରି ବଢିଲା କେନ୍ଦ୍ରିୟ କର୍ମଚାରୀ ଙ୍କ ମହଙ୍ଗା ଭତ୍ତା କେନ୍ଦ୍ରିୟ କର୍ମଚାରୀ ଙ୍କ ମହଙ୍ଗା ଭତ୍ତା 4 ପ୍ରତିଶତ ବୃଦ୍ଧି ହୋଇଛି ।farmers

ପୂର୍ବରୁ ମିଳୁଥିବା 42 ପ୍ରତିଶତ ଡିଏ ଏବେ 46 ପ୍ରତିଶତ କୁ ବୃଦ୍ଧି ହୋଇଛି । ଏହି ବୃଦ୍ଧି ଜୁଲାଇ 1 ରୁ ପିଛିଲା ଭାବେ ଲାଗୁ ହେବ । ଏହା ଦ୍ୱାରା ଦେଶର ଲକ୍ଷାଧିକ କେନ୍ଦ୍ର କର୍ମଚାରୀ ଏବଂ ପେନସନ କାରୀ ଉପକୃତ ହେବେ । ସେମାନଙ୍କ ଦରମା ରେ ବୃଦ୍ଧି ପରିଲିକ୍ଷିତ ହେବ । ତେବେ ପୂର୍ବରୁ ମାର୍ଚ୍ଚ 24 ରେ ସରକାର ଡିଏ ବୃଦ୍ଧି ଘୋଷଣା କରିଥିଲେ । ଏହା ଦ୍ୱାରା ମହଙ୍ଗା ଭତ୍ତା 38 ପ୍ରତିଶତ ରୁ ବଢି 42 ପ୍ରତିଶତ କୁ ପହଁଚିଥିବା ବେଳେ ଏବେ ପୁଣି 42 ପ୍ରତିଶତ ଡିଏ ଏବେ 46 ପ୍ରତିଶତ କୁ ବୃଦ୍ଧି ହୋଇଛି ।

Leave a Reply

Your email address will not be published. Required fields are marked *