ଖାଉଟିଙ୍କୁ ଜୋରଦାର ଝଟକା । ପୁଣି ବଢ଼ିଲା ରୋଷେଇ ଗ୍ୟାସ ଦର |

Gas Cylinder

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପାର୍ବଣ ପୂର୍ବରୁ ଖାଉଟିଙ୍କୁ ଜୋରଦାର ଝଟକା । ବଢିଲା ଗ୍ୟାସ ସିଲିଣ୍ଡର ମୂଲ୍ୟ । ଯଦି ଆପଣମାନେ ଗ୍ୟାସ ସିଲିଣ୍ଡର ବୋଙ୍କିଂ କରୁଛନ୍ତି ତେବେ ଆପଣ କେତେ ଟଙ୍କା ଦେବେ ଏନେଇ ଜାରି ହେଲା ନୂଆ ସୂଚନା । ପ୍ରତିମାସ ନିର୍ଧାରିତ ହୋଇଥାଏ ଗ୍ୟାସ ଦର । ଠିକ୍ ସେମିତି ଏହି ମାସ ବଢିଛି ଗ୍ୟାସ ଦର ।

କମରଶିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି କରିଛନ୍ତି ରାଷ୍ଟ୍ରାୟତ ତୈଳ କମ୍ପାନୀ । ୧୯ କେଜିର କମରଶିଆଲ ସିଲିଣ୍ଡର ମୂଲ୍ୟ ୨୦୯ଟଙ୍କା ବୃଦ୍ଧି ହୋଇଛି । ତେବେ ଲାଗୁ ହେବ ଏହି ନୂଆ ଦର । ମୂଲ୍ୟ ବୃଦ୍ଧି ସହ ଦିଲ୍ଲୀରେ ୧୯ କେଜି ସିଲିଣ୍ଡର ମୂଲ୍ୟ ୧୭୩୧ଟଙ୍କା ୫୦ପଇସାରେ ପହଞ୍ଚିଛି । ସେପ୍ଟେମ୍ବର ୧ରେ ତୈଳ କମ୍ପାନୀ କମର୍ଶିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ୧୫୮ଟଙ୍କା ହ୍ରାସ କରିଥିଲେ ।

gas

ମୂଲ୍ୟ ହ୍ରାସ ପରେ ୧୫୨୨ ଟଙ୍କା ହୋଇଥିଲା । ସେହିପରି ଅଗଷ୍ଟ ମାସରେ ମଧ୍ୟ ତୈଳ କମ୍ପାନୀ ସିଲିଣ୍ଡର ମୂଲ୍ୟ ୯୯ଟଙ୍କା ହ୍ରାସ କରିଥିଲେ । ହେଲେ ଏଥର ଅକ୍ଟୋବର ଆରମ୍ଭରେ ୨୦୯ଟଙ୍କା ବୃଦ୍ଧି କରିଛନ୍ତି ଗ୍ୟାସ ସିଲିଣ୍ଡର ଦର । ତେବେ ଏମିତି ୨ମାସରେ କମର୍ଶିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ୨୫୮ଟଙ୍କା କମିଛି ।

ଏବେ ଖାଉଟିଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଥିଲେ । ହେଲେ ଅକ୍ଟୋବର ପ୍ରଥମ ଦିନକୁ ପୁଣି ଖାଉଟିଙ୍କୁ ଚିନ୍ତା ବଢାଇଛି । ତେବେ ଘରୋଇ ଗ୍ୟାସ ଅର୍ଥାତ୍ ୧୪ କି. ଗ୍ରା ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହା ମଧ୍ୟ କମର୍ଶିଆଲ ସିଲିଣ୍ଡର ଦରରେ ହୋଇଛି ପରିବର୍ତ୍ତନ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *