‘ତାଜ ହୋଟେଲ ଉଡେଇଦେବୁ’ , ଆସିଲା ଧମକ ଥରିଲା ଛାତି |

Taj

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତାଜ୍ ହୋଟେଲ ଉଡେଇଦେବାକୁ ମୁମ୍ବାଇ ପୋଲିସିକୁ ଆସିଲା ଫୋନ୍ କଲ୍ । ଦୁଇ ଜଣ ପାକିସ୍ତାନୀ ଆକ୍ରମଣ କରି ଉଡ଼ାଇ ଦେବେ ବୋଲି ପୋଲିସି ର କଣ୍ଟ୍ରୋଲ ରୁମ୍ କୁ ଆସିଲା ଫୋନ୍ କଲ୍ । ଆଉ ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି ହୋଇଯାଇଛି ହଲଚଲ । ଏବେ ଆଲର୍ଟ ରହିଛି ପୁରା ମୁମ୍ବାଇ ପୋଲିସି ସହ ପୁରା ସୁରକ୍ଷା ବଳୟ ।

ହେଲେ ଆଜି ସକାଳେ ମୁମ୍ବାଇ ପୋଲିସି ର କଣ୍ଟ୍ରୋଲ ରୁମ୍ କୁ ଏକ ଅଜ୍ଞାତ କଲ୍ ଆସିଥିଲା । ସେଥିରେ କେହି ଜଣେ କହିଥିଲେ ଯେ ଦୁଇଜଣ ପାକିସ୍ତାନୀ ସମୁଦ୍ର ପଥରେ ମୁମ୍ବାଇରେ ପହଞ୍ଚିବା ପରେ ସବୁଠାରୁ ବଡ ହୋଟେଲ ତାଜ୍ ହୋଟେଲକୁ ବିସ୍ପୋରଣ କରି ଉଡାଇ ଦେବେ । ତେବେ କଲ୍ କରିଥିବା ବ୍ୟକ୍ତି ଜଣକ ନିଜର ପରିଚୟ ମୁକେଶ ସିଂ ଭାବେ ଦେଇଥିଲେ ।

taj 1

ତେବେ ଯାଞ୍ଚ ରୁ ଜଣା ପଡିଛି ଯେ ବ୍ୟକ୍ତିଙ୍କ ପ୍ରକୃତ ନାଁ ହେଉଛି ଜଗତମ୍ବା ପ୍ରସାନ୍ତି । ୩୫ ବର୍ଷୀୟ ଜଗତମ୍ବା ଉତ୍ତର ପ୍ରଦେଶର ଗଣ୍ଡା ଶାନ୍ତାକୋଷ ବିସନ୍ଦା । ତେବେ ଏ ଘଟଣାରେ କିଏ ଓ କାହିଁକି ଫୋନ୍ କଲ୍ କରିଛି ତାହା ଏବେ ତଦନ୍ତ ରେ ।

ଆଉ ଏବେ ହାଇ ଆଲର୍ଟ ରେ ରହିଛି ମୁମ୍ବାଇ ପୋଲିସ୍ ସହ ରକ୍ଷାବଳୟ । ତେବେ ପୂର୍ବରୁ ମଧ୍ୟ ୨୦୦୮ ରେ ତାଜ୍ ହୋଟେଲ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିଲା । ଆଉ ସେହି ଘଟଣାକୁ ଦୃଷ୍ଟିରେ ରଖି ଏବେ ଚାରିଆଡ଼େ ହାଇ ଆଲର୍ଟ । ଏବେ ଆଲର୍ଟ ରହିଛି ମୁମ୍ବାଇ ପୋଲିସି ସହ ପୁରା ସୁରକ୍ଷା ବଳୟ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *