ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋଦିଙ୍କ ଜନ୍ମ ଦିନରେ ଲଞ୍ଚ ହେବ ବିଶ୍ୱକର୍ମା ଯୋଜନା । ସେପ୍ଟେମ୍ବର ୧୭ରେ ଗରିବଙ୍କୁ ବଡ ଉପହାର ଦେବେ ପ୍ରଧାନମନ୍ତ୍ରୀ ମୋଦି । ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ପଡୁଛି । ଆଉ ଏହି ଅବସରରେ ପ୍ରଧାନମନ୍ତ୍ରୀ ସମାଜର ତଳ ସ୍ତରରେ ଶ୍ରମିକ କଲ୍ୟାଣ ପାଇଁ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କରିବେ । ଗତ ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ଦିବସ ଅବସରରେ ମୋଦି ଲାଲକେଲାରେ ନିଜର ଭାଷଣରେ ଏହି ଯୋଜନା କରିଥିଲେ ।
ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କେନ୍ଦ୍ର ମନ୍ତ୍ରୀ ଉପସ୍ଥିତିରେ ଏହି ଯୋଜନାର ଶୁଭାରମ୍ଭ କରାଯିବ । ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ଅବସରରେ ୭୦ଟି ସ୍ଥାନରେ ୭୦ଜଣ ମନ୍ତ୍ରୀ ଉପସ୍ଥିତ ରହିବେ । ଏହି ଯୋଜନାରେ ଆଗାମୀ ୫ବର୍ଷ ମଧ୍ୟରେ ୧୩ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହି ଯୋଜନା ସମାଜର ତଳ ସ୍ତରର କାରୀଗରଙ୍କ କଲ୍ୟାଣ ପାଇଁ ଲାଗୁ କରାଯାଇଛି । ଏହି ଯୋଜନାରେ ମୋଚୀ, ଧୋବା, ବଢାଇଙ୍କୁ ପ୍ରଥମ ପର୍ଯ୍ୟାୟରେ ୫ପ୍ରତିଶତ ସୁଧରେ ଏକ ଲକ୍ଷ ଟଙ୍କା ଓ ଦ୍ୱିତୀୟ ପର୍ଯ୍ୟାୟରେ ୨ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯିବ ।
ଏଥିସହିତ ପିଏମ ବିଶ୍ୱକର୍ମା ଯୋଜନାରେ ଶିଳ୍ପୀ ଓ କାରୀଗରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ । ପ୍ରଶିକ୍ଷଣ ନେଉଥିବା ଲୋକଙ୍କୁ ପ୍ରତିଦିନ ୫୦୦ ଟଙ୍କାର ସହାୟତା ରାଶି ମଧ୍ୟ ପ୍ରଦାନ କରାଯିବ । ବିଭିନ୍ନ ପ୍ରକାରର କାର୍ଯ୍ୟ ସହ ଜଡିତ ଥିବା ୧୮ପ୍ରକାର ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ତେବେ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଏହି ଯୋଜନା ବେଶ୍ ମହତ୍ୱପୂର୍ଣ୍ଣ ହେବ ବୋଲି କୁହାଯାଇଛି ।
ତେବେ ସେପ୍ଟେମ୍ବର ୧୭ରେ ଦିଲ୍ଲୀରେ ପିଏମ ମୋଦି ଅହମଦାବାଦ ରେ ଅମେଷା , ଲକ୍ଷ୍ନୌ ରେ ରାଜନାଥ ସିଂ, ବାରଣାସୀରେ ମହେନ୍ଦ୍ରନାଥ ପାଣ୍ଡେ, ଝାନ୍ସୀ ରେ ସ୍ମୁତି ଇରାନି, ଚେନାଇରେ ଗଞ୍ଜେନ୍ଦ୍ର ଶେଖତ, ଜୟପୁରରେ ଭୁପେନ୍ଦ୍ର ଯାଦବ ଓ ନରେନ୍ଦ୍ର ସିଂ ତମା ଉପସ୍ଥିତ ରହିବେ । ଅନ୍ୟ ମନ୍ତ୍ରୀ ମାନଙ୍କୁ ମଧ୍ୟ ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ପତେରା ଦେଖିବାକୁ କୁହାଯାଇଛି ।
ତେବେ ଯାହାକି ବଡ ଅପଡେଟ୍ ମୁତାବକ ଏହି ସେପ୍ଟେମ୍ବର ମାସ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ । ଆଉ ଏହି ଅବସରରେ ବିଶ୍ୱକର୍ମା ଯୋଜନା ଲଞ୍ଚ ହେବାକୁ ଯାଉଛି । ଆଉ ଏହି ବିଶ୍ୱକର୍ମା ଯୋଜନା ଅଧିନରେ ମୋଚୀ, ଧୋବା ଓ ବଢେଇ ଙ୍କୁ ପ୍ରଥମ ପର୍ଯ୍ୟାୟରେ ୫ ପ୍ରତିଶତ ସୁଧରେ ଏକ ଲକ୍ଷ ଟଙ୍କା ଓ ଦ୍ୱିତୀୟ ପର୍ଯ୍ୟାୟରେ ୨ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯିବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।