ଏଥର ସଲମାନଙ୍କ ନାୟିକା ସାଜିବେ ସାଉଥ୍ ସୁନ୍ଦରୀ ।

Salman

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସଲମାନଙ୍କ ନାୟିକା ସାଜିବେ ସାମନ୍ଥା । ବଲିଓଡରେ ପାଦ ଦେବେ ସାଉଥ୍ ସୁନ୍ଦରୀ । ଅସୁସ୍ଥତା ପାଇଁ ବିରତି ନେଇଥିଲେ ଅଭିନେତ୍ରୀ । ସଲମାନଙ୍କ ସହ ଆସୁଛନ୍ତି ଦୁଇ ସାଉଥ୍ ସୁନ୍ଦରୀ । ଆଜିକାଲି ବଲିଓଡ ଫିଲ୍ମରେ ଦକ୍ଷିଣ ଭାରତୀୟ ତାରକା ମାନଙ୍କୁ ନିୟମିତ ଦେଖିବାକୁ ମିଳୁଛି । ଦକ୍ଷିଣ ଭାରତୀୟ ତାରକା ମାନେ ଅଭିନୟରେ ତ ବେଶ୍ ଦକ୍ଷ୍ୟ ତଥା ତାଙ୍କ ବ୍ୟକ୍ତିତ୍ୱ ଢେର ଶ୍ରୁଙ୍ଖଳିତ ।

ଏହା ସହିତ ଉତ୍ତର ଭାରତ ସମେତ ଦକ୍ଷିଣ ଭାରତର ବଜାରରେ ମଧ୍ୟ ଭଲ ବ୍ୟବସାୟ କରିବା ଲକ୍ଷ୍ୟ ନେଇ ବଲିଓଡ ପ୍ରଯୋଜକମାନେ ନିଜ ଫିଲ୍ମରେ ଦକ୍ଷିଣ ତାରକାକୁ ନେଉଛନ୍ତି । ସେହି କ୍ରମରେ ଦକ୍ଷିଣ ଭାରତୀୟ ଫିଲ୍ମର ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁଙ୍କର ବଲିଓଡ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଖୁବ୍ ଚର୍ଚ୍ଚା ହେଉଛି ଯେ ସେ ଫିଲ୍ମରେ ସାମନ୍ଥା ହେବେ ସଲମାନ ଖାଁଙ୍କ ନାୟିକା । ଫିଲ୍ମର ନିର୍ଦ୍ଦେଶନା ଦେବେ ବିଷ୍ଣୁ ବର୍ଧନ । ଏହାକୁ କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ ବ୍ୟାନରରେ ତିଆରି କରାଯିବ ।

Samantha

ଏହି ଫିଲ୍ମରେ ଦକ୍ଷିଣ ସୁନ୍ଦରୀ କ୍ରିଷ୍ଣା କ୍ରୀସନନ ରହିବେ ବୋଲି ମଧ୍ୟ ଶୁଣା ଯାଉଛି । ସୂଚନା ଅନୁସାରେ କ୍ରୀଷ୍ଣା ପୂର୍ବରୁ ବଲିଓଡରେ ଅଭିନୟ କରିସାରିଛନ୍ତି । ତାଙ୍କର ପୂର୍ବରୁ ସର୍ବଶେଷ ଫିଲ୍ମ ଥିଲା ମଣିରତ୍ନମଙ୍କ ପିଏସଟୁ । ତାଙ୍କ ହାତରେ ଦକ୍ଷିଣ ଭାରତୀୟର ଖୁବ୍ ବଡ ବଡ ବ୍ୟାନରର ପାଇଁ ସେ କିଛି କାଳ ପାଇଁ ଅଭିନୟ ଠାରୁ ଦୂରେଇ ଯାଇଥିଲେ । ଏବେ ସଲମାନଙ୍କ ସହ ବଡ ପରଦାକୁ ପୁଣି ଫେରୁଥିବା ନେଇ ଚର୍ଚ୍ଚା ହେଉଛି । ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ସାମନ୍ଥା ରୁଥ୍ ପ୍ରଭୁ ।

ଦମଦାର ଅଭିନୟ ତଥା ନୃତ୍ୟ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିଥିବା ସାମନ୍ଥା କିଛିଦିନ ହେବ ଅଭିନୟ କ୍ୟାରିୟରୁ ବ୍ରେକ ନେଇଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଙ୍ଗଶକ ମାନେ ନିରାଶ ହୋଇପଡିଥିଲେ । ତେବେ ତାଙ୍କର ଏହି ବିରତି ସ୍ଥାୟୀ ନୁହେଁ । ଅସୁସ୍ଥତା କାରଣରୁ ବର୍ଷେ ପାଇଁ ଦୂରେଇ ରହିଥିବା ନିଷ୍ପତ୍ତି ନେଇଛନ୍ତି । ସେହିପରି ବ୍ରେକ ନେବା ପୂର୍ବରୁ ସାମନ୍ଥା ନିଜ ଇନଷ୍ଟାଗ୍ରାମ ପେଜରେ ଦୁଃଖ ଭରା ପୋଷ୍ଟ ମଧ୍ୟ ସେୟାର କରିଥିଲେ ।

ଏଥିରେ ସେ ନିଜର ଏକ ସେଲଫି ସେୟାର କରି ଗତ ୬ମାସ ତାଙ୍କ ପାଇଁ ସବୁଠୁ କଠିନ ସମୟ ବୋଲି କହିଥିଲେ । ସାମନ୍ଥା ମାୟସେଠିସ୍ ରୋଗରେ ପିଡୀତ । ଏହା ମାଂସପେଶୀକୁ କ୍ଷତି ପହଞ୍ଚାଉଥିବାରୁ ଅଧିକ ଯନ୍ତ୍ରଣା ଅନୁଭୂତ ହୋଇଥାଏ । ଏବେ ସେ ତାଙ୍କ ଚିକିତ୍ସା ଉପରେ ଧ୍ୟାନ ଦେବେ ବୋଲି ବର୍ଷେ ପାଇଁ ଅଭିନୟରୁ ଦୂରେଇ ରହିବେ ବୋଲି ସ୍ପଷ୍ଟ କରିଥିଲେ । ସୁସ୍ଥ ହେବା ପରେ ସେ ପୁଣି ଅଭିନୟ ଜଗତକୁ ଖୁବ୍ ଶୀଘ୍ର ଫେରିବେ ବୋଲି ଚର୍ଚ୍ଚା ହେଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *