ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପିଏମ କିଷାନ ଯୋଜନା ଅର୍ଥାତ୍ ପ୍ରଧାନମନ୍ତ୍ରୀ କିଷାନ ସମାନିଧି ଯୋଜନାରେ ଆସିଲା ଆଉ କିଛି ବଡ ଖବର । ପ୍ରଥମତଃ ଦେଖନ୍ତୁ ଏବେ ଏକ ଅପଡେଟ୍ ଆସି ସାରିଛି । ପିଏମ କିଷାନ ଯୋଜନାର ଟଙ୍କା ଫେରାଇ ନେଉଛନ୍ତି ସରକାର । ୮୧ ହଜାର ଚାଷୀଙ୍କ ନାଁ ଥିବା ଲିଷ୍ଟ ଜାରି । ଅର୍ଥାତ୍ ୮୧ ହଜାର ଲୋକଙ୍କ ନାମ ମଧ୍ୟ ଏଥିରୁ ବାଦ୍ ପଡିଛି ।
ପ୍ରଧାନମନ୍ତ୍ରୀ କିଷାନ ସମାନିଧି ଯୋଜନାର ଭୁଲ୍ ଫାଇଦା ଉଠାଉଥିବା ଲୋକଙ୍କ ବିଷୟରେ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି । ଆଉ ଖାସ୍ କରି ବିହାର ସରକାର ପ୍ରାୟ ୮୧ ହଜାର ଅଯୋଗ୍ୟ ଚାଷୀଙ୍କ ଠାରୁ ଟଙ୍କା ପ୍ରତ୍ୟାହାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ବିହାର ଠାରୁ ଆରମ୍ଭ ହୋଇଛି ।
ଯଦି ଆପଣ ଜଣେ ଅଯୋଗ୍ୟ ହିତାଧିକାରୀ ଆଉ ଆପଣଙ୍କୁ ମଧ୍ୟ ଟଙ୍କା ଆସୁଛି ତେବେ ଆପଣଙ୍କ ନାମ ବି ଆସିଯିବ ଖବ୍ ଶୀଘ୍ର । ଆଉ ସେମାନଙ୍କୁ ମଧ୍ୟ ଟଙ୍କା ମିଳିବନି । ଆଉ ବିହାର ରାଜ୍ୟରୁ ମଧ୍ୟ ଆରମ୍ଭ ହୋଇଯାଇଛି ଯାହାକି ୮୧ ହଜାର ଅଯୋଗ୍ୟ ହିତାଧିକାରୀଙ୍କ ନାମ ମଧ୍ୟ କଟି ସାରିଛି । ତେବେ ପ୍ରଧାନମନ୍ତ୍ରୀ କିଷାନ ସମାନିଧି ଯୋଜନା ହେଉଛି କେନ୍ଦ୍ର ସରକାରଙ୍କ ଯୋଜନା ।
ଆଉ ଏହି ଅଧିନରେ ଗରିବ ଏବଂ ଅର୍ଥନୈତିକ ଦୁର୍ବଳ ଜମା ଧାରଣ କରୁଥିବା କୃଷକ ପରିବାରକୁ ତିନୋଟି ସମାନ କିସ୍ତିରେ ବାର୍ଷିକ ୬ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଇଥାଏ । ତେବେ ପ୍ରତ୍ୟେକ କିସ୍ତିରେ ୨ ହଜାର ଟଙ୍କା ଲେଖାଏଁ ମିଳିଥାଏ । ହେଲେ କିଛି ଅଯୋଗ୍ୟ ଚାଷୀ ମାନଙ୍କୁ ମଧ୍ୟ ଟଙ୍କା ମିଳୁଥିଲା । ଯାହା ଫଳରେ ଏବେ ସେମାନଙ୍କୁ ଆଉ ମିଳିବ ନାହିଁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।