ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନାରେ ବଡ ଖୁସି ଖବର । ଏଣିକି ମିଳିବାକୁ ଯାଉଛି ଆପଣଙ୍କୁ ଅଧିକ ଟଙ୍କା । ଏମିତିକି ପ୍ରତି ଜିଲ୍ଲାରେ ଆରମ୍ଭ ହେବ କାଳିଆ ଯୋଜନା କେନ୍ଦ୍ର । ତେବେ ଏନେଇ ସରକାର ତରଫରୁ ଜାରି ହେଲା ବଡ ଘୋଷଣା । କାଳିଆ ଯୋଜନାକୁ ଅଧିକ ଶ୍ରୁଙ୍ଖଳିତ ଓ ବ୍ୟାପକ କରିବା ଅଧିକ ସମୟରେ ଆବଶ୍ୟକ ପଦକ୍ଷେପ ନିଆଯାଉଛି ।
କାଳିଆ ଯୋଜନାରେ ପ୍ରତି ଫସଲ ଋତୁ ପ୍ରାରମ୍ଭରେ କାଳିଆ ହିତାଧିକାରୀ ଚାଷୀଙ୍କୁ ନଗଦ ଅର୍ଥ ଆକାରରେ ସହାୟତା ଯୋଗାଇ ଦିଆଯାଇଥାଏ ବୋଲି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ସୋମବାର କୃଷି ଭବନ ଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କାଳିଆ ଯୋଜନାର କାର୍ଯ୍ୟକାରିତା ଓ ବିଭିନ୍ନ ଦିଗ ସମ୍ପର୍କରେ ସମୀକ୍ଷା କରିବା ଅବସରରେ କହିଛନ୍ତି ଯେ କୌଣସି ଯୋଗ୍ୟ ଚାଷୀ ଯେପରି କାଳିଆ ହିତାଧିକାରୀ ତାଲିକାରୁ ବାଦ୍ ନପଡନ୍ତି ସେଥିପ୍ରତି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ।
ଆଉ ଏହି ପ୍ରରିପେକ୍ଷୀରେ ପ୍ରତି ଜିଲ୍ଲାରେ କାଳିଆ ସେଣ୍ଟର ବା କାଳିଆ ଯୋଜନା କେନ୍ଦ୍ର ପ୍ରତିଷ୍ଠା କରାଯାଉଛି । ଜିଲ୍ଲାରେ କାଳିଆ ସେଣ୍ଟର ଗୁଡିକ କାର୍ଯ୍ୟକ୍ରମ ହେଲାପରେ ଚାଷୀମାନେ ବହୁଳ ଭାବରେ ଉପକୃତ ହେବେ ବୋଲି ମନ୍ତ୍ରୀ ମଧ୍ୟ ଆଶା ପ୍ରକାଶ କରିଥିଲେ । କାଳିଆ ଯୋଜନା ଓ କାଳିଆ ହିତାଧିକାରୀଙ୍କ ପିଲା ଉଚ୍ଚ ଶିକ୍ଷା ପାଇଁ ପ୍ରଦପ୍ତ କାଳିଆ ଛାତ୍ରବୃତ୍ତିର ଲାଭ ଯେପରି ଯୋଗ୍ୟ ହିତାଧିକାରୀ ପାଇ ପାରିବେ ସେଥିପ୍ରତି ବ୍ୟାପାକ ସଚେତନତା କାର୍ଯ୍ୟକ୍ରମ କରିବାକୁ ମନ୍ତ୍ରୀ ମଧ୍ୟ ପରାମର୍ଶ ଦେଇଛନ୍ତି ।
ସମସ୍ତ ଶିକ୍ଷା ଅନୁଷ୍ଠାନରେ ଏଥିପାଇଁ ହେଲ୍ପ ଡେସ୍କ ସ୍ଥାପନ କରି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯିବ । ଏଥିସହିତ ବିବାଦର ଆମ କୃଷି ମାଧ୍ୟମରେ ହିତାଧିକାରୀ ମାନଙ୍କୁ କାଳିଆ ଯୋଜନା ସମ୍ପର୍କରେ ସମସ୍ତ ସୂଚନା ପ୍ରଦାନ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।
ତେବେ ଇକେୱାଇସି ମାଧ୍ୟମରେ ମିଳିଥିବା ତଥ୍ୟ ଆଧାରରେ ଚାଷୀଙ୍କ ପ୍ରକୃତ ପରିଚୟ ଚିହ୍ନଟ କରି କାଳିଆ ଯୋଜନାରେ ସାମିଲ କରାଯିବା ପାଇଁ ପଦକ୍ଷେପ ନିଆଯିବ । ବୈଠକରେ ସହରରେ କ୍ଷୁଦ୍ର ଓ ନାମା ମାତ୍ର ଚାଷୀଙ୍କୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରିବା ଓ କାଳିଆ ଛାତ୍ରବୃତ୍ତିର ପରିମାଣ ବୃଦ୍ଧି କରିବା ଆଦି ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।