ବିଜୁ ପକ୍କାଘର ଯୋଜନାରେ ଆସିଲା ବଡ଼ ଖୁସି ଖବର । ଏବେ ହିଁ ଦେଖନ୍ତୁ…

Biju Pakka Ghar

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଜୁ ପକ୍କାଘର ଯୋଜନାରେ ଆସିଲା ବଡ ଖୁସି ଖବର । ବନ୍ଦ ହୋଇନି ବିଜୁ ପକ୍କାଘର । ଖୁବଶୀଘ୍ର ମିଳିବାକୁ ଯାଉଛି ବିଜୁ ପକ୍କାଘର ଯୋଜନା ଅଧିନରେ ଘର । ଏବେ ଏକ ଅପଡେଟ୍ ଆସିଛି । ବନ୍ଦ ହୋଇନି ବିଜୁ ପକ୍କାଘର ଯୋଜନା । ଚଳିତବର୍ଷ ଏହି ଯୋଜନାରେ ୭୬୨ ସଂଖ୍ୟକ ବିସ୍ତାବିତଙ୍କୁ ଗୃହ ମଞ୍ଜୁର କରାଯାଇଛି ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବିଧାନସଭାରେ କହିଛନ୍ତି ।

ବିଧାୟକ ପ୍ରଫୁଲ ସାମଲଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଅମାତ କହିଛନ୍ତି ଯେ , ସାମାଜିକ ଅର୍ଥନୈତିକ ଓ ଜାତିଗତ ଗଣନା ମୁତାବକ ରାଜ୍ୟର ଗ୍ରାମାଞ୍ଚଳରେ ୫୩୦୮ ସଂଖ୍ୟକ ପରିବାର ବାସହୀନ ଥିଲେ । ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣରେ ଗତ ୧୮ତାରିଖ ସୁଧା ୨୭,୩୫,୨୬୩ ସଂଖ୍ଯକ ପରିବାରକୁ ଗ୍ରୁହ ମଞ୍ଜୁର କରାଯାଇଛି ।

Biju is a permanent home

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଯୋଗ୍ୟ ଥିବା ଗୃହ ପାଇଁ ନଥିବା ୧,୨୬,୮୬୪ ସଂଖ୍ୟକ ପରିବାରର ନାମ ସର୍ବେକ୍ଷଣ କରାଯାଇ ଆବାସ ଯୁକ୍ତ ତାଲିକାରେ ସ୍ଥାନିତ କରାଯାଇଛି । ଆର୍ଥିକ ବର୍ଷ ୨୦୧୪- ୧୫ ରୁ ୨୦୨୩ ସୁଧା ବିଭିନ୍ନ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ୩୧,୫୫,୨୧୦ ଗୋଟି ପକ୍କା ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ୨୦,୨୯,୮୭୨ ଗୋଟି ଗୃହ ନିର୍ମାଣଧୀନ ରହିଛି ।

ତେବେ ଖୁବ୍ ଶୀଘ୍ର ବିଜୁ ପକ୍କାଘର ଅଧିନ ଯୋଜନାରେ ବଣ୍ଟନ ହେବାକୁ ଯାଉଛି ଗୃହ । ଯେଉଁମାନେ ଯୋଗ୍ୟ ଆଉ ଯେଉଁମାନଙ୍କର ବାସଗୃହ ନାହିଁ ସେମାନଙ୍କୁ ମିଳିବାକୁ ଯାଉଛି ରାଜ୍ୟ ସରକାରଙ୍କ ତରଫରୁ ବିଜୁ ପକ୍କାଘର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *