ଜହ୍ନରେ ହେଲା ସୂର୍ଯ୍ୟୋଦୟ । ସକ୍ରିୟ ହେବେ କି ଲ୍ୟାଣ୍ଡର ଓ ରୋଭର?

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଜହ୍ନରେ ହେଲା ସୂର୍ଯ୍ୟୋଦୟ । ସକ୍ରିୟ ହେବେ କି ଲ୍ୟାଣ୍ଡର ଓ ରୋଭର? ନୂଆ ତଥ୍ୟ ଆଶାରେ ଇସ୍ରୋ ବୈଜ୍ଞାନିକ । ଟିକେ ବିଶ୍ରାମ ପରେ ପୁଣି କାମ କରିବ ମିଶନ ମୁନ୍ । କାରଣ ଜହ୍ନରେ ରାତି ପରେ ପୁଣି ଉଦୟ ହୋଇଛନ୍ତି ସୁର୍ଯ୍ୟ । ସୂର୍ଯ୍ୟର ଆଲୋକରେ ପୁଣି ନିଦରୁ ଉଠିବ ପ୍ରଜ୍ଞାନ ଓ ବିକ୍ରମ । ଜହ୍ନର ଦକ୍ଷିଣ ମେରୁରେ ଭାରତର ଚନ୍ଦ୍ରଯାନ-୩ ସଫଳତାର ସହ ସପ୍ ଲ୍ୟାଣ୍ଡିଙ୍ଗ କରି ଇତିହାସ ରଚିଥିଲା । ବିଶ୍ୱର ପ୍ରଥମ ଦେଶ ଭାବେ ଦକ୍ଷିଣ ମେରୁରେ ସପ୍ଟ ଲ୍ୟାଣ୍ଡିଙ୍ଗ କରିଥିଲା ଭାରତ ।

ଏହାପରେ ସଫଳତାର ସହ ୧୪ଦିନ ଚନ୍ଦ୍ରପ୍ରୁଷ୍ଟରେ ଅଧିକ ଗବେଷଣା କରିଥିଲା ରୋଭର ପ୍ରଜ୍ଞାନ । ଜହ୍ନରେ ରାତି ହେବା ସହ ଅଚଳ ହୋଇ ଯାଇଥିଲା ରୋଭର ପ୍ରଜ୍ଞାନ ଓ ଲ୍ୟାଣ୍ଡର ବିକ୍ରମ । ୧୪ଦିନ ର ଅନ୍ଧକାର ପରେ ଚନ୍ଦ୍ରରେ ହୋଇଛି ସୂର୍ଯ୍ୟୋଦୟ । ୨୨ ସେପ୍ଟମ୍ବରରେ ଦକ୍ଷିଣ ମେରୁରେ ସୂର୍ଯ୍ୟୋଦୟ ହେବା ସହ ଶିବଶକ୍ତି ପଏଣ୍ଟରେ ପଡିବ ସୂର୍ଯ୍ୟକିରଣ । ସୂର୍ଯ୍ୟକିରଣ ପଡିବା ପରେ ପୁଣିଥରେ ଲ୍ୟାଣ୍ଡର ଓ ରୋଭର କାମ କରିବେ ବୋଲି ବୈଜ୍ଞାନିକ ଆଶା ରଖିଛନ୍ତି ।

Pragyan

ଚନ୍ଦ୍ରଯାନ-୩ ସହ ପୁଣିଥରେ ସମ୍ପର୍କ ସ୍ଥାପନ କରିବା ପାଇଁ ଚେଷ୍ଟା ଆରମ୍ଭ କରିସାରିଛନ୍ତି ଇସ୍ରୋର ବୈଜ୍ଞାନିକ । ଏନେଇ ଇସ୍ରୋ ଅପଡେଟ ଦେଇସାରିଛି । ଇସ୍ରୋ ପକ୍ଷରୁ କୁହାଯାଇଛି କି ଶବ ଶକ୍ତି ପଏଣ୍ଟରେ ଶିଘ୍ର ସୂର୍ଯ୍ୟୋଦୟ ହେବ । ସୂର୍ଯ୍ୟକିରଣ ପଡିବା ପରେ ବିକ୍ରମ ଓ ପ୍ରଜ୍ଞାନକୁ ଆବଶ୍ୟକ ମୁତାବକ ଆଲୋକ ମିଳିବ । ଲ୍ୟାଣ୍ଡିର ଓ ରୋଭର କୁ ଆବଶ୍ୟକ ପରିମାଣର ତାପମାତ୍ରା ମିଳିବ ।

ପରେ ଇସ୍ରୋ ସେପ୍ଟେମ୍ବର ୨୨ ଲ୍ୟାଣ୍ଡର ଓ ରୋଭର ସହ କମ୍ୟୁନିକେସନ ସ୍ଥାପନ କରିବାକୁ ଚେଷ୍ଟା କରିବ । ଇସ୍ରୋ ଅଧକ୍ଷ ଏ. ସମୁନାଥ କହିଛନ୍ତି କି ଆମର ବିଶ୍ୱାସ ଅଛି ସୂର୍ଯ୍ୟୋଦୟ ପରେ ଲ୍ୟାଣ୍ଡର ଓ ରୋଭର ରେ ଥିବା ଫେଲୋରସ୍ ପୁଣିଥରେ ପୁଣିଥରେ କାର୍ଯ୍ୟକ୍ଷମ ହୋଇପାରେ । ଚନ୍ଦ୍ରରେ ଖଣିଜ ପଦାର୍ଥ ଓ ପାଣିର ସନ୍ଧାନ କରୁଥିବା ଚନ୍ଦ୍ରଯାନ-୩ ର ଲ୍ୟାଣ୍ଡର ଓ ରୋଭର ଯଦି ପୁଣିଥରେ କାର୍ଯ୍ୟକ୍ଷମ ହୁଏ ତେବେ ଭାରତର ସ୍ୱଦେଶୀ ଟେକନିକ ର ଜଲୱା ପୁରା ବିଶ୍ୱ ଦେଖିବ ।

ବିଶେଷ କରି ଆଟିଫିସିଆଲ ଇଣ୍ଟେଲିଜେନ୍ସି ରିମୋଟ ନାଭିକେସନ ରିମୋଟ ମାଇନିଂ ଡିଜିଟାଲ କଣ୍ଟ୍ରୋଲ ଡ୍ରାଇଭିଂ ଭଳି ଅଦୃଶ୍ୟ ଟେକନୋଲୋଜିର ଦ୍ୱାର ଖୋଲିବ । ଏହାଦ୍ୱାରା ନୂତନ ଶିଳ୍ପ ଜନ୍ମ ନେବ । ଯାହା ତାପମାତ୍ରା ନିର୍ବିଶେଷରେ ପୃଥିବୀ ଠାରୁ ଦୂରରେ ଥିବା ଅନ୍ୟ କୌଣସି ଗ୍ରହରେ ଯାନବାହାନ ଅବତରଣ କରିବାରେ ସଫଳ ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *