ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି ହୀରାକୁଦ ଡ୍ୟାମ୍ ର ଗେଟ୍ ଖୋଲିଲା । ଦୁଇ ପାଖରେ ଗୋଟିଏ ଲେଖାଏଁ ଗେଟ୍ ଖୋଲିଲା । ପୁଣି ମହାନଦୀରେ ପାଣି ମାଡି ଆସିଲା । ପୁଣି ଖୋଲିଛି ହୀରାକୁଦ ଜଳ ଭଣ୍ଡାରର ଗେଟ୍ । ଦୁଇ ପାଖରେ ଦୁଇଟି ଗେଟ୍ ଖୋଲି ପାଣି ଛାଡିଛି ହୀରାକୁଦ ଡ୍ୟାମ୍ । ଉପର ମୁଣ୍ଡରେ ଲଗାଣ ବର୍ଷା ହେବା ଫଳରେ ଫୁଲି ଉଠିଛି ମହାନଦୀ ।
ଏହା ସହିତ ଲଘୁଚାପ ଜନିତ ବର୍ଷା ମଧ୍ୟ ହୋଇଯାଇଛି । ଆଗକୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଯାହାକୁ ଦୃଷ୍ଟିରେ ରଖି ହୀରାକୁଦ ଜଳ ଭଣ୍ଡାରର ଦକ୍ଷିଣ ଓ ବାମ ପାର୍ଶ୍ୱର ଗୋଟିଏ ଲେଖାଏଁ ଗେଟ୍ ଖୋଲା ଯାଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।
ଦକ୍ଷିଣ ଓଡ଼ିଶା ସହ ଉତ୍ତର ଆନ୍ଧ୍ର ଓ ଛତିଷ୍ ଗଣ୍ଡରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏପଟେ ଆମ ରାଜ୍ୟରେ ୧୫ଟି ଜିଲ୍ଲାକୁ ୟଲୋ ୱାର୍ଣିଂ ମଧ୍ୟ ଦିଆଯାଇଛି । ଏବେ ସମ୍ବଲପୁରରେ ଲଗାଣ ବର୍ଷା ହେଉଥିବା ବେଳେ ମହାନଦୀରେ ଜଳସ୍ତର ବଢିଛି । ସେପଟେ ମହାନଦୀର ଉପର ମୁଣ୍ତ ଅର୍ଥାତ୍ ଛତିଶଗଡରେ ଲଘୁଚାପ ଯୋଗୁଁ ପ୍ରବଳ ବର୍ଷା ହେବାକୁ ଥିବାରୁ ମହାନଦୀରେ ଜଳସ୍ତର ଆହୁରି ବୃନ୍ଧି ପାଇବ ଏବଂ ହୀରାକୁଦ ଜଳ ଭଣ୍ଡାରକୁ ଲକ୍ଷ ଲକ୍ଷ କ୍ୟିଶେ ଜଳ ପ୍ରବେଶ କରିବ ।
ଯାହାକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ହୀରାକୁଦ ଡ୍ୟାମ୍ ରେ ଦୁଇ ପାର୍ଶ୍ୱରୁ ଗୋଟିଏ ଲେଖାଏଁ ଗେଟ୍ ଖୋଲି ଦିଆଯାଇଛି । ତଳ ମୁଣ୍ଡରେ ଥିବା ନଦୀ ଗୁଡିକରେ ଜଳସ୍ତର ହଠାତ୍ ବୃନ୍ଧି ପାଇବ । ଯାହାକୁ ଦୃଷ୍ଟିରେ ରଖି ହୀରାକୁଦ କତ୍ତୃପକ୍ଷ ଡ୍ୟାମ୍ ଖୋଲିବା ପୂର୍ବରୁ ସୂଚନା ଦେବା ସହ ନଦୀକୁ ଯିବାକୁ ବାରଣ କରିଥିଲେ । ତେବେ ଚଳିତ ବର୍ଷା ଋତୁରେ ଦ୍ୱିତୀୟ ଥର ପାଇଁ ଗେଟ୍ ଖୋଲି ଜଳ ନିସ୍କାସନ କରିଥିବା ବେଳେ ଉପର ମୁଣ୍ଡରେ ଅଧିକ ବର୍ଷା ସମ୍ଭାବନା ଥିବାରୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗକୁ ଅଧିକ ମଧ୍ୟ ଗେଟ୍ ଖୋଲା ଯାଇପାରେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।