ସରକାର ଆରମ୍ଭ କଲେ ଆଉ ଏକ ନୂଆ ଯୋଜନା । ମିଳିବ ଆପଣ ମାନଙ୍କୁ 50 ହଜାର ଟଙ୍କା…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସରକାର ଆରମ୍ଭ କଲେ ଆଉ ଏକ ନୂଆ ଯୋଜନା । ଯାହାର ନାମ ରହିଛି ଅବଦାନ ଯୋଜନା । ତେବେ ଏହି ଯୋଜନାରେ ବରିଷ୍ଠ ନାଗରିକକୁ ମିଳିବ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା । ପରିବାର ଠାରୁ ଅଲଗା ରହୁଥିବା ବରିଷ୍ଠ ନାଗରିକଙ୍କ ସାମାଜିକ ସୁରକ୍ଷା ଦିଗରେ ରାଜ୍ୟ ସରକାର ବଢାଇଛନ୍ତି ସହାୟତାର ହାତ । ବରିଷ୍ଠ ନାଗରିକଙ୍କ କଲ୍ୟାଣ ଲକ୍ଷ୍ୟରେ ଗଠନ ହୋଇଥିବା ବରିଷ୍ଠ ନାଗରିକଙ୍କ ସଂଘ ଏବଂ ଏହି ବର୍ଗର ସୟଂ ସହାୟକଙ୍କ ଗୋଷ୍ଠୀକୁ ଅବଦାନ ଯୋଜନା ଅଧିନରେ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ ।

ଏହି ଅର୍ଥରେ ସେମାନେ ନିଜ ସଦସ୍ୟ ମାନଙ୍କ ସମସ୍ୟା ମିଳିତ ଦିଗରେ ପ୍ରୟାସ କରିବେ । ସାମାଜିକ ସୁରକ୍ଷା ଓ ଭିନ୍ନ କ୍ଷମ ସଶକ୍ତି କରଣ ବିଭାଗ ପକ୍ଷରୁ ସଂପ୍ରୁକ୍ତ ସଂଘକୁ ଏକ କାଳୀନ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏଥି ନିମନ୍ତେ ପ୍ରତ୍ୟେକ ଜିଲ୍ଲାରେ ଥିବା ପଞ୍ଜୀକୃତ ବୃନ୍ଧ ସଂଘ , ବରିଷ୍ଠ ନାଗରିକ ସଂଘ ଏବଂ ସୟଂ ସହାୟକା ଗୋଷ୍ଠୀ ବିବରଣୀ ପ୍ରଦାନ କରିବା ଲାଗି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

nabine p

ସଂପୃକ୍ତି ରାଜ୍ୟର ନଗର ଉନ୍ନୟନ ବିଭାଗ ସହାୟତାରେ ପ୍ରତ୍ୟେକ ଜିଲ୍ଲାରେ ବରିଷ୍ଠ ନାଗରିକଙ୍କ ପାଇଁ ଆଶ୍ରୟସ୍ଥଳ ବ୍ୟବସ୍ଥା କରାଯାଇଛି । ସେଠାରେ ବରିଷ୍ଠ ନାଗରିକଙ୍କ ସହ ଅନ୍ୟ ବର୍ଗର ଅସହାୟ ଲୋକ ମଧ୍ୟ ରହୁଛନ୍ତି । ଏହା ପରିଚାଳନା ବାହାଦ ଅର୍ଥ ସରକାର ବହନ କରୁଛନ୍ତି । ତଥାପି ଆଶ୍ରୟ ଅବା ସହାୟତା ଆବଶ୍ୟକ କରୁଥିବା ବରିଷ୍ଠ ନାଗରିକଙ୍କ ଏଠାରେ ପହଞ୍ଚି ପାରୁ ନାହାଁନ୍ତି । ତେବେ ବୃନ୍ଧା ଆଶ୍ରମରୁ ଦୂରରେ ଥାଇ ସୁନ୍ଧା ସେମାନଙ୍କ ସହାୟତା ଆବଶ୍ୟକ ହେଉଛି ।

ତେବେ ବିଭିନ୍ନ କ୍ଷେତ୍ରରେ ବରିଷ୍ଠ ନାଗରିକ ମାନେ ବହୁ ସମସ୍ୟାର ସମ୍ମଖୀନ ହେବା ସହ ଏକାକୀ ଏହାର ସମାଧାନ କରିପାରୁନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ବରିଷ୍ଠ ନାଗରିକ ସଂଘ ଓ ଏହି ବର୍ଗର ଏସେଜି ମାଧ୍ୟମରେ ସେମାନଙ୍କୁ ଗୋଟିଏ ମଞ୍ଚରେ ଏକତ୍ରୀତ କରାଇ ସରକାର ସେମାନଙ୍କର ସମସ୍ୟା ସମାଧାନ ପାଇଁ ପ୍ରୟାସ କରିଛନ୍ତି ।

ତେବେ ଏହି ଅବଦାନ ଯୋଜନାରେ ପ୍ରଦପ୍ତ ଅର୍ଥ ରାଶି ବରିଷ୍ଠ ନାଗରିକ ମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନକୁ ସୁଗମ କରିବା ସହ ବିଭିନ୍ନ ଦିଗ ପ୍ରତି ଥିବା ସେମାନଙ୍କ ରୁଚି ଓ ଦକ୍ଷତା ଆକଳନ କରିପାରିବେ । ଏହାକୁ ପାଥେୟ କରି ବିଭିନ୍ନ ସମାଜ କଲ୍ୟାଣ ମୂଳକ କାର୍ଯ୍ୟ କ୍ରମରେ ସେମାନଙ୍କୁ ସାମିଲ୍ କରାଯାଇପାରିବ । ତେବେ ଏଥିପାଇଁ ସରକାର ଲଞ୍ଚ କଲେ ଅବଦାନ ଯୋଜନା । ବରିଷ୍ଠ ନାଗରିକମାନଙ୍କୁ ମିଳିବ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *