ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ପଢିଥିବା ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ସରକାର ତରଫରୁ ଜାରି ହେଲା ଆଉ କିଛି ବଡ ଘୋଷଣା । ଏବେ ଏକ ଅପଡେଟ୍ ଆସିଛି । ପ୍ରଥମ ଶ୍ରେଣୀ ପିଲା ପଢିବେ ଶିକ୍ଷା ପ୍ରବେଶ । ସ୍କୁଲ ଓ ଗଣଶିକ୍ଷା ବିଭାଗ ନେଇଛନ୍ତି ନିଷ୍ପତ୍ତି । ପ୍ରାଥମିକ ଶ୍ରେଣୀରେ ପଢାଉଥିବା ପିଲାଙ୍କୁ ଶିକ୍ଷା ପ୍ରବେଶ ଏବେ ବାଟ କଢାଇବ । ଆଦ୍ୟ ଓ ଶୈଶବ ଶିକ୍ଷା ସହ ପ୍ରାଥମିକ ଶିକ୍ଷାର ସମୟ ନିର୍ଣ୍ଣୟ କରାଯିବ ।
ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପଦକ୍ଷେପ ନେଇଛନ୍ତି । ଅଙ୍ଗନବାଡି ପରେ ଛାତ୍ରଛାତ୍ରୀ ଯେତେବେଳେ ପ୍ରଥମ ଶ୍ରେଣୀରେ ନାମ ଲେଖାନ୍ତି ସେତେବେଳେ ସେମାନେ ପ୍ରାଥମିକ ସ୍କୁଲ ସହ ଖାପ୍ ଖୁଆଇ ପାରନ୍ତି ନାହିଁ । ଯାହା ଫଳରେ କି ପିଲାମାନେ ଅନେକ ସମୟରେ ସ୍କୁଲରେ ଉପସ୍ଥିତ ରୁହନ୍ତି ନାହିଁ । ସୂଚନା ଅନୁଯାୟୀ ବର୍ତ୍ତମାନ ପିଲାଙ୍କ ଭୟ ଦୂର କରିବା ପାଇଁ ଏବଂ ଉତ୍ତମ ଭବିଷ୍ୟତ ଚିନ୍ତା କରି ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଅଭିନବ ପଦକ୍ଷେପ ନେଇଛନ୍ତି ।
ପ୍ରାଥମିକ ଶ୍ରେଣୀରୁ ଛାତ୍ରଛାତ୍ରୀଙ୍କ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ବିକାଶ ପ୍ରତି ଗୁରୁତ୍ୱ ଦିଆଯିବ । ଏବେ ପ୍ରଥମ ଶ୍ରେଣୀରେ ନାମ ଲେଖାଉଥିବା ଛାତ୍ରଛାତ୍ରୀ ଶିକ୍ଷା ପ୍ରବେଶ ପୁସ୍ତକ ଅଧୟନ କରିବେ । ଏହି ପୁସ୍ତକ ପଢିବା ଦ୍ୱାରା ପିଲାଙ୍କ ବୁନ୍ଧିରେ ବିକାଶ ହେବା ସହ ସେମାନଙ୍କୁ ପାଠପଢା ପ୍ରତି ଆକୃଷ୍ଟ କରିବ । ଶିକ୍ଷା ପ୍ରବେଶଟି ଏସିଆର ଢାଞ୍ଚାରେ ପ୍ରସ୍ତୁତ ହୋଇଛି ।
ଏହି ପୁସ୍ତକକୁ ପ୍ରଥମ ଶ୍ରେଣୀର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ବଣ୍ଟାଯିବ । ଅଙ୍ଗନବାଡି ପରେ ପ୍ରାଥମିକ ଶ୍ରେଣୀରେ ପିଲାଙ୍କୁ କେଉଁ ବିଷୟରେ ପାଠ ପଢାଯିବ । ପିଲାଙ୍କ ବିକାଶ ପାଇଁ ଶିକ୍ଷକମାନେ କେଉଁ ବିଷୟ ପ୍ରତି ଅଧିକ ଗୁରୁତ୍ୱ ଦେବେ ସେ ସମ୍ପର୍କରେ ମଧ୍ୟ ଏ ପୁସ୍ତକରେ ଲେଖାଯାଇଛି । ଏ ପୁସ୍ତକକୁ ଡିଓ ମାନଙ୍କ ଜରିଆରେ ସମସ୍ତ ଛାତ୍ରଛାତ୍ରୀ ଓ ସ୍କୁଲ କତ୍ତୃପକ୍ଷକୁ ପଠାଯାଉଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।