ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ସରକାର କରିଦେଲେ ବଡ଼ ଘୋଷଣା |

Matric School

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ସରକାର ତରଫରୁ ଆସିଲା ଆଉ କିଛି ବଡ଼ ଖବର । ଏମାନଙ୍କୁ ମିଳିବାକୁ ଯାଉଛି ଆଉ କିଛି ନୂଆ ସୁବିଧା । ଏନେଇ ରାଜ୍ୟ ସରକାର ତରଫରୁ ଜାରି ହେଲା ବଡ ଘୋଷଣା । ଅଧାରୁ ସ୍କୁଲ ଛାଡିଥିବା ପିଲାଙ୍କୁ ଧନ୍ଦାମୂଳକ ବିଷୟରେ ତାଲିମ ଦେବେ ରାଜ୍ୟ ସରକାର ।

ସ୍କୁଲ ଡ୍ରପଆଉଟ ହାର ବ୍ରୁନ୍ଧିକୁ ନେଇ ସବୁ ମହଲରୁ ସମାଲୋଚିନା ହେବା ପରେ ରାଜ୍ୟ ସରକାର ଭୁବନେଶ୍ୱର ସ୍ଥିତ ସେଣ୍ଟରାଲ ଟୁଲ୍ ରୁମ୍ ଏବଂ ଟ୍ରେନିଂ ସେଣ୍ଟର ଅର୍ଥାତ୍ ସିଟିଟିସି ଅଭିଯୋଗରେ ଦଶମ ଶ୍ରେଣୀରେ ଫେଲ୍ ଓ ଡ୍ରପ୍ ଆଉଟ୍ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଧନ୍ଦାମୂଳକ ବିଷୟରେ ତାଲିମ ଦିଆଯିବ ବୋଲି ନିଷ୍ପତ୍ତି ନେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆୟର ଗଣଶିକ୍ଷା ସଚିନଙ୍କ ସହ ସିଟିଟିସି ପରିଦର୍ଶନ କରି ଯୋଜନାର ବ୍ଲୁପ୍ରିଣ୍ଟ ସମ୍ପର୍କରେ ଆଲୋଚନା କରିଥିଲେ ।

schools

ତେବେ ଡ୍ରପ୍ ଆଉଟ୍ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପସନ୍ଦର ଯେକୌଣସି ଟ୍ରେଡ୍ ର ଦକ୍ଷତା ବିକାଶ ପାଇଁ ୩ ରୁ ୬ ମାସ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆୟର କହିଛନ୍ତି ଆମେ କିଛି ଜିଲ୍ଲାରେ ଡ୍ରପ୍ ଆଉଟ୍ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ସେମାନଙ୍କୁ କାଉନ୍ସିଲିଙ୍ଗ ବ୍ୟବସ୍ଥା କରିଛୁ । ଆଉ ଏହି ପ୍ରଶିକ୍ଷଣ ନିଶ୍ଚିତ ଭାବେ ଆଗ୍ରହୀ ଛାତ୍ରଛାତ୍ରୀଙ୍କୁ ସାହାର୍ଯ୍ୟ କରିବ । ସିସିଟିସିର ସୂଚନା ଅନୁଯାୟୀ ସେମାନେ ମ୍ୟାଟ୍ରିକ ରୁ ଡ୍ରପ ଆଉଟ୍ ହୋଇଥିବା ପିଲାଙ୍କୁ ଦୀର୍ଘ ଦିନ ଧରି ପ୍ରଶିକ୍ଷଣ ଦେଇଆସୁଛନ୍ତି ।

ତେବେ ମ୍ୟାସିନ୍ ଅପରେଟର, ଏସି ଟେକନିସିଆନ, ମୋବାଇଲ ଫୋନ୍ ମରାମତି ପାଇଁ ବହୁତ ଚାହିଦା ରହିଛି। ତେବେ ସିସିଟିସି ରେ ଏହି ପ୍ରଶିକ୍ଷଣର ଲାଭ ଅନ୍ୟ ଡ୍ରପ୍ ଆଉଟ୍ ଛାତ୍ରଛାତ୍ରୀ ମାନେ ଉଠାଇ ପାରିବେ । ୨୦୧୯ ରେ ୯ହଜାର ୫ଶହ ୨ ଜଣ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡିଥିବା ରାଜ୍ୟ ସରକାର ସ୍ୱୀକାର କରିଛନ୍ତି ।

ଏହା ୨୦୨୦ ରେ ୧୧,୬୪୫ ଜଣ ପହଞ୍ଚିଥିଲା । ସେହିପରି ଏବେ ୨୦୨୩ ରେ ମ୍ଯାଟ୍ରିକ ପରୀକ୍ଷା ଦେଇନଥିଲେ ୧୪ ହଜାର ଛାତ୍ରଛାତ୍ରୀ । ତେବେ ସେମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ ଅଧାରୁ ସ୍କୁଲ ଛାଡିଥିବା ପିଲାଙ୍କୁ ଧନ୍ଦାମୂଳକ ବିଷୟରେ ତାଲିମ ଦେବେ ରାଜ୍ୟ ସରକାର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *