ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସୁଛି ବାତ୍ୟା । ରାଜ୍ୟକୁ ପୁଣି ବଢିଲା ବାତ୍ୟା ଭୟ । ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ବାତ୍ୟା ରୂପ ନେବା ବି ସମ୍ଭାବନା ରହିଛି । ସାମାନ୍ୟ ବାତ୍ୟା ଓଡିଶା କିମ୍ବା ଉତ୍ତର ଆନ୍ଧ୍ର ଉପକୂଳ ଆଡକୁ ମୁହାଁଇ ପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । କେତେକ ପାଣିପାଗ ମଡେଲ ଏହିପରି ପ୍ରାକ୍ ଆକଳନ କରିଛନ୍ତି ।
ଭାରତୀୟ ପାଣିପାଗ ବିଭାଗ ମଧ୍ୟ ଅକ୍ଟୋବର ପ୍ରଥମ ସପ୍ତାହରେ ଅବପାତ ସୃଷ୍ଟି ହେବା ଭଳି ସାମାନ୍ୟ ସମ୍ବାବନା ଥିବା ଅନୁମାନ କରିଛି । ଇ.ଏସ.ଏମ୍. ଡବ୍ଲୁ.ଏଫ ଓ ଏନ.ସି.ୟୁ.ଏମ୍ ମଡେଲ୍ ର ଆକଳନ ହେଲା କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇ ଆସନ୍ତା ୨୯ ତାରିଖ ବେଳକୁ ଅବପାତ ରୂପ ନେଇପାରେ । ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଏହା ଉତ୍ତର ଆନ୍ଧ୍ରପ୍ରଦେଶ କିମ୍ବା ଓଡିଶା ଉପକୂଳ ଆଡକୁ ମୁହାଁଇପାରେ ।
ଏନ.ସି. ଇପି.ଜିଏଫ୍. ଏସ୍ ମଡେଲ କହୁଛି ୨୯ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ଉତ୍ତର ପଶ୍ଚିମ ଉତ୍ତର ଦିଗରେ ଗତି କରିପାରିବେ । କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏହା ଅବପାତ ରୂପ ନେଇପାରେ । ପରବର୍ତ୍ତୀ ୩ ରୁ ୪ଦିନ ଭିତରେ ଆହୁରି ବଳ ଜୁଟାଇ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବା ଆଶଙ୍କା ରହିଛି ।
ବିଭିନ୍ନ ମଡେଲର ଆକଳନକୁ ନେଇ ୨ସପ୍ତାହ ପାଇଁ ଆଇଏମଡି ଜାରି କରୁଥିବା ବିସ୍ତାରିତ ପାଣିପାଗ ପୂର୍ବାନୁମାନରେ କୁହାଯାଇଛି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ଅବପାତ ରୂପ ନେବା ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ଏନେଇ ସାମାନ୍ୟ ସମ୍ଭାବନା ମଧ୍ୟ ରହୁଥିବା ଅନୁମାନ କରାଯାଇଛି । ହେଲେ ବାତ୍ୟା କିମ୍ବା ଅବପାତ ସୃଷ୍ଟି ହେବା ନେଇ ଏବେଠାରୁ କୌଣସି ସ୍ପଷ୍ଟ ଆକଳନ କରାଯାଇନାହିଁ ।
ଆଉ କିଛି ପାଣିପାଗ ମଡେଲ ବି ବଙ୍ଗୋପସାଗର ରେ ବାତ୍ୟା ସୃଷ୍ଟି ହେବା ନେଇ ଦର୍ଶାଉଛନ୍ତି । ସେମାନଙ୍କ ଆକଳନ କହୁଛି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ଅଧିକ ଘନିଭୂତ ହୋଇପାରେ । ବିଭିନ୍ନ ମଡେଲ ଶକ୍ତିଶାଳୀ ଲଘୁଚାପ କିମ୍ବା ବାତ୍ୟା ଆକଳନ କରୁଥିଲେ ବି ଏବେଠାରୁ ସଠିକ୍ ପୂର୍ବାନୁମାନ କରିହେବ ନାହିଁ ।
ତେବେ ଭାରତୀୟ ପାଣିପାଗ ବିଭାଗ ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ବାତ୍ୟା ନେଇ କୌଣସି ଆକଳନ କରିନି । ସାଧାରଣତଃ ଅକ୍ଟୋବର ପହିଲାରୁ ଡିସେମ୍ବର ଶେଷଯାଏ ମୌସୁମୀ ପରବର୍ତ୍ତୀ କାଳୀନ ବାତ୍ୟା ଋତୁ ବୋଲି କୁହାଯାଏ । ଏହି ସମୟରେ ମୌସୁମୀ ଫେରିଯାଏ । ପୂର୍ବରୁ ଏହି ସମୟରେ ଅନେକ ବାତ୍ୟା ସୃଷ୍ଟିର ନଜିର ରହିଛି । ଏଥିରୁ କିଛି ଓଡିଶାରେ ପ୍ରଭାବ ପକାଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।