ସାଉଥ୍ ଅଭିନେତ୍ରୀ ସାମନ୍ଥା ସହ ହେଲା ବହୁତ ବଡ଼ ଧୋକା ।

Samantha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଠକାମିରେ ପଡିଗଲେ ସାମନ୍ଥା । ଅଭିନେତ୍ରୀଙ୍କୁ ଧୋକା ଦେଲେ ମ୍ୟାନେଜର । ମ୍ୟାନେଜର ଲଗାଇଲେ ୧ କୋଟି ଟଙ୍କାର ଚୂନ। ପର୍ଶନାଲ ଲାଇଫ୍ ହେଉ ବା ପ୍ରଫେସନାଲ ଲାଇଫ୍ ହେଉ ସବୁବେଳ ଫ୍ୟାନ୍ସଙ୍କ ଚର୍ଚ୍ଚା ରେ ରହିଥାନ୍ତି ସାମନ୍ଥା । ସାଉଥ୍ ର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ । ତାଙ୍କ ପ୍ରଶଂସକ ମାନେ ସାରା ବିଶ୍ୱରେ ଉପସ୍ଥିତ ରହିଛନ୍ତି । ଯେଉଁମାନେ ତାଙ୍କ ବିଷୟରେ ସବୁକିଛି ଜାଣିବାକୁ ଆଗ୍ରହୀ ଅଟନ୍ତି ।

ଅକ୍ଟୋବର ୨୦୨୨ରେ ଅଭିନେତ୍ରୀ ପ୍ରଶଂଶକ କୁ କହିଥିଲେ ଯେ ସେ ମାୟସେଟିସ୍ ରୋଗରେ ପିଡୀତ ଥିଲେ । ସେବେଠାରୁ ଅଭିନେତ୍ରୀ ଅଧିକାଂଶ ସମୟ ଚିକିତ୍ସା ପାଇଁ ଯାଉଥିଲେ । ଏହି ସମୟରେ ସେ ଗୋଟିଏ ପରେ ଗୋଟିଏ ଚଳଚ୍ଚିତ୍ରରେ କାମ କରି ପାଉରାତାକ ପ୍ରଦର୍ଶନ ମଧ୍ୟ କରିଥିଲେ । ନିକଟରେ ସାମନ୍ଥାଙ୍କ ମ୍ୟାନେଜର କହିଥିଲେ ଯେ ଅଭିନେତ୍ରୀ ଏକ ବର୍ଷ ବିରତି ନେଇଯିବେ । ଏହାପରେ ଅଭିନେତ୍ରୀ ଛୁଟି ଦିନରେ ଫଟୋ ସେୟାର କରୁଛନ୍ତି ।

Samantha

ଏହି ସମୟରେ ସାମନ୍ଥା ତାଙ୍କ ଉପରେ ଏକ ବଡ ଧୋକା ଖବର ଆସିଛି । ଗଣ ମାଧ୍ୟମ ରିପୋର୍ଟ ଅନୁଯାୟୀ ସାମନ୍ଥାଙ୍କୁ ତାଙ୍କ ମ୍ୟାନେଜର ବିଶ୍ୱାସ ଘାତକତା କରିଛନ୍ତି । ଯେଉଁଥିପାଇଁ ଅଭିନେତ୍ରୀ ବର୍ତ୍ତମାନ ବହୁତ ଚିନ୍ତାରେ ଅଛନ୍ତି । କୁହାଯାଉଛି ନିକଟରେ ସାମନ୍ଥା ତାଙ୍କ ଆଗାମୀ ଚଳଚ୍ଚିତ୍ର ଖୁସି ର ପ୍ରମର୍ଶନ ପାଇଁ ହାଇଦ୍ରାବାଦ ଯାଇଥିଲେ । ଯେଉଁଥିରେ ସେ ଏକ ବଡ ଆର୍ଥିକ ଅସୁବିଧା ର ସମ୍ମୁଖୀନ ହୋଇଥିଲେ । ତାଙ୍କୁ ଏହି ଜଟକା ଆଉ କାହାଠାରୁ ନୁହେଁ ବରଂ ମ୍ୟାନେଜରଙ୍କ ଠାରୁ ମିଳିଛି ।

କୁହାଯାଉଛି ଯେ ଅଭିନେତ୍ରୀଙ୍କ ମ୍ୟାନେଜରଙ୍କ ଯୋଗୁଁ ସାମନ୍ଥା ଏକ କୋଟି ଟଙ୍କା ଖ୍ୟତି ସହିଛନ୍ତି । ଏହା ପୂର୍ବରୁ ଯେତେବେଳେ ଅଭିନେତ୍ରୀ ଚିକିତ୍ସା ପାଇଁ ଆମେରିକା ଯାଇଥିଲେ ସେତେବେଳେ ତାଙ୍କ ମ୍ୟାନେଜର କିଛି ଟଙ୍କାକୁ ଗଡବଡ କରିଥିଲେ । ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ତୀବ୍ର ଯୁକ୍ତି ତର୍କ ହୋଇଥିଲା ।

ମିଡିଆ ରିପୋର୍ଟ ଅନୁଯାୟୀ ସାମନ୍ଥା ଚିକିତ୍ସା ସମୟରେ ସାଉଥ୍ ଇଣ୍ଡଷ୍ଟ୍ରିରୁ ଜଣେ ନୂଆ ଏବଂ ନିର୍ଭର ଯୋଗ୍ୟ ମ୍ୟାନେଜର ଖୋଜୁଛନ୍ତି । ନିଜ ଶରୀର ପାଇଁ ଅଭିନୟ ଜଗତରୁ ବିରତି ନେଇଛନ୍ତି ସାମନ୍ଥା । ଏହି ବିରତି ମଧ୍ୟରେ ସେ ଯୋଗ, ଧ୍ୟାନ, ଯପ କରିବା ଓ ବିଭିନ୍ନ ବୁଲିବା ସହ ସବୁ ଅପଡେଟ୍ ନିଜ ଫ୍ୟାନ୍ସଙ୍କ ମଧ୍ୟରେ ସେୟାର କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *