ରଜନୀକାନ୍ତଙ୍କୁ ମିଳିଲା ୧୦୦ କୋଟିର ବୋନସ୍…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦମଦାର ପ୍ରଦର୍ଶନ କରିଛି ଫିଲ୍ମ ‘ଜେଲର’ । ଫିଲ୍ମର ଲାଭରୁ ୧୦୦କୋଟି ନେଲେ ରଜନୀକାନ୍ତ । ଅଭିନେତା ପୂର୍ବରୁ ନେଇଥିଲେ ପାରିଶ୍ରାମିକ । ସୁପରଷ୍ଟାର ରଜନୀକାନ୍ତ ଙ୍କ କ୍ରେଜ୍ ସବୁବେଳେ ରହିଆସିଛି । କେବଳ ଜଣେ ସୁପରଷ୍ଟାର ନୁହେଁ ବରଂ ଜଣେ ଭଗବାନ ଭାବି ରଜନୀକାନ୍ତକୁ ପୂଜା କରନ୍ତି ତାଙ୍କ ଫ୍ୟାନ୍ସ । ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରାଙ୍କ ମଧ୍ୟରୁ ଜଣେ ହେଲେ ରଜନୀକାନ୍ତ ଏବଂ ଏଥିରେ କୌଣସି ସନ୍ଦେହ ନାହିଁ ।

ନିଜର ଅଭିନୟ ବଳରେ ଅଭିନେତା ଆଜି କୋଟି କୋଟି ଲୋକଙ୍କ ହୃଦୟରେ ରାଜ କରୁଛନ୍ତି । ଅଗଷ୍ଟ ୧୦ରେ ତାଙ୍କର ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ଜେଲର ରିଲିଜ ହୋଇଥିବା ବେଳେ ଏହାକୁ ଦର୍ଶକଙ୍କ ଭଲ ପାଇବା ମିଳିଥିଲା । ରିଲିଜ ପରେ ବକ୍ସ ଅଫିସରେ ଧମାଲ କରିଥିଲା ରଜନୀକାନ୍ତଙ୍କ ଫିଲ୍ମ । ସୂଚନା ଅନୁସାରେ ରଜନୀକାନ୍ତଙ୍କ ଫିଲ୍ମ ଜେଲର ବିଶ୍ୱ ସ୍ତରରେ ୫୬୪.୩୫ କୋଟି ଟଙ୍କା ଆୟ କରିଥିଲା ।

Cr

ରଜନୀକାନ୍ତଙ୍କ ପାଇଁ ଫିଲ୍ମଟି ଭଲ ଆୟ କରିଥିବାରୁ ଏବେ ଏହାର ଫଳ ଅଭିନେତାଙ୍କୁ ମିଳିଛି । କୁହାଯାଉଛି ଯେ ସନ୍ ପିକଚର ନିର୍ମାତା କାଲାନିଧି ମାରାନ୍ ରଜନୀକାନ୍ତଙ୍କୁ ଭେଟି ଅଭିନେତାଙ୍କୁ ଏକ ବଡ ଚେକ୍ ଦେଇଛନ୍ତି । ସନ୍ ପିକଚରଙ୍କ ଅଧିକାରୀ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ କାଲାନିଧି ମାରାନ୍ ସୁପରଷ୍ଟାର ରଜନୀକାନ୍ତଙ୍କୁ ଭେଟି ଜେଲର ଐତିହାସିକ ସଫଳତାକୁ ପାଳନ କରିବା ସହ ଏକ ଚେକ୍ ପ୍ରଦାନ କରିଛନ୍ତି ।

ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନ୍ୟ ପକ୍ଷରେ ଟ୍ରେଡ୍ ଏକ୍ସପୋର୍ଟ ମନୁବାଳା ବିଜୟ ବାଲାନ୍ ପୋଷ୍ଟ କରି କହିଛନ୍ତି ଯେ ରଜନୀକାନ୍ତଙ୍କୁ କାଲାନିଧି ମାରାନ୍ ୧୦୦ କୋଟି ଟଙ୍କାର ଚେକ୍ ଦେଇଛନ୍ତି। ଜେଲରରୁ ହୋଇଥିବା ଲାଭ ପାଇଁ ଏହି ଚେକ୍ ତାଙ୍କୁ ନିର୍ମାତା ଦେଇଛନ୍ତି । ଏହା ବ୍ୟତୀତ ରଜନୀକାନ୍ତ ଫିଲ୍ମର ପାରିଶ୍ରମିକ ଗ୍ରହଣ କରିସାରିଛନ୍ତି । ଯାହା ୧୧୦ କୋଟି ଟଙ୍କା ଅଟେ ।

ମୋଟ ଉପରେ ସୁପରଷ୍ଟାର ଜେଲର କାଇ ୧୧୦କୋଟି ଟଙ୍କା ପାଇଁଛନ୍ତି । ଏଥିପାଇଁ ରଜନୀକାନ୍ତ ବର୍ତ୍ତମାନ ଦେଶର ସବୁଠାରୁ ଦାମୀ ଅଭିନେତା ହୋଇପାରିଛନ୍ତି । ରଜନୀକାନ୍ତଙ୍କ ଜେଲର ମୋଭି ପାଇଁ ଦର୍ଶକ ଅପେକ୍ଷା କରି ରହିଥିବା ବେଳେ ବର୍ତ୍ତମାନ ଫିଲ୍ମଟି ବକ୍ସ ଅଫିସରେ ଧମାଲ କରୁଛି । ଅନ୍ୟପଟେ ବିଭିନ୍ନ ପ୍ରସଙ୍ଗକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି ସୁପରଷ୍ଟାର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *