ପିଏମ ବିଶ୍ୱକର୍ମା ଯୋଜନା । ମିଳିବାକୁ ଯାଉଛି ୧୫ ହଜାର ଟଙ୍କା…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସେପ୍ଟେମ୍ବର ୧୭ ତାରିଖରେ ମୋଦିଙ୍କ ଜନ୍ମଦିନ ଗଲା । ଆଉ ଏହି ଅବସରରେ ପ୍ରଧାନମନ୍ତ୍ରୀ ଶୁଭରମ୍ଭ କଲେ ପିଏମ ବିଶ୍ୱକର୍ମା ଯୋଜନା । ଆଉ ଏହି ତର ଯୋଜନାରେ ଆପଣଙ୍କୁ ମିଳିବାକୁ ଯାଉଛି ୧୫ ହଜାର ଟଙ୍କା । ଏହାଛଡା ଆପଣ ମାନଙ୍କୁ ୧ ଲକ୍ଷରୁ ୫ଲକ୍ଷ ପର୍ଯ୍ୟନ୍ତ କମ୍ ସୁଧରେ ମିଳି ପାରିବ ଋଣ । ପିଏମ ବିଶ୍ୱକର୍ମା ଯୋଜନାରେ ୧୮ଟି କୌଳିକ ଶିଳ୍ପୀ ଓ କାରିଗର ବର୍ଗ ସାମିଲ ହୋଇଛନ୍ତି ।

ସେମାନଙ୍କ ପ୍ରହସନ ଲାଗି ଆସନ୍ତା ୫ବର୍ଷରେ ୧୩ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ କେନ୍ଦ୍ର ସରକାର । ଏହାଦ୍ୱାରା ୩୦ ଲକ୍ଷ ପରିବାର ଉପକ୍ରୁତ ହେବେ । ହିତାଧିକାରୀଙ୍କୁ ୫ପ୍ରତିଶତ ସୁଧରେ ୧ ରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବନ୍ଧକ ମୁକ୍ତ ଋଣ ସହାୟତା ମିଳିବ । କୌଳିକ ଉପକରଣ ଆଦି ମିଳିବାକୁ ମିଳିବ ୧୫ହଜାର ଟଙ୍କାର ପ୍ରହସନ ରାଶି ।

Yojana

ଏଥିସହ ପିଏମ ବିଶ୍ବକର୍ମା ସାର୍ଟିଫିକେଟ, ପରିଚିୟ ପତ୍ର ମୌଳିକ ଓ ଉନ୍ନତ ଦକ୍ଷତା ବିକାଶ ପ୍ରଶୀକ୍ଷଣ , ମାର୍କେଟିଂ ସହାୟତା ପ୍ରଦାନ ଓ ଡିଜିଟାଲ କାରବାର ପାଇଁ ପ୍ରହସନ ବି ବ୍ୟବସ୍ଥା ରହିଛି । ତେବେ ଦିଲ୍ଲୀ ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ହାତରୁ ସମ୍ମାନିତ ହୋଇଛନ୍ତି ଜଣେ ଓଡ଼ିଆ ପୁଅ । ପୁରୀର ଟାହିଆ କାରିଗର ବସନ୍ତ ରଣା ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଓ ହାତୀ ବେଶ ଆଦି ସହିତ ଟାହିଆ ଆଦି ପ୍ରସ୍ତୁତ କରିଥାନ୍ତି ବସନ୍ତ ।

ସେହିପରି ମାଛ ଜାଲ ତିଆରି କରୁଥିବା ତାମିଲନାଡୁର ଜଣେ ବୟସ୍କ କାରିଗର ସମ୍ମାନିତ ହୋଇଥିଲେ । ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଆଲିଙ୍ଗନ କରିଥିବା ଦେଖିବାକୁ ମିଳିଥିଲା । ସେପଟେ ଓଡିଶାର ବିଭିନ୍ନ ସ୍ଥାନରେ ପିଏମ ବିଶ୍ୱକର୍ମା ଯୋଜନାର ସିଧା ପ୍ରସାର ହୋଇଥିଲା । ତେବେ ଭୁବନେଶ୍ୱରର ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅଶ୍ୱୀନ ବୈଷ୍ଣବ, ସମ୍ବଲପୁରର କେନ୍ଦ୍ରମନ୍ତ୍ରୀ ଜର୍ଣ୍ଣ ବାଲା ଓ ପୁରୀରେ କେନ୍ଦ୍ରମନ୍ତ୍ରୀ ମୋଞ୍ଜାପରା ମହେନ୍ଦ୍ର ଭାଇଙ୍କ ସହିତ ସାଂସଦ ଓ ବିଧାୟକ ପ୍ରମୁଖ ଯୋଗ ଦେଇଥିଲେ ।

ଏଥିରେ ବହୁ ସଂଖ୍ୟାରେ ସାମିଲ୍ ହୋଇଥିଲେ ସ୍ଥାନୀୟ କୌଳିକ ଶିଳ୍ପୀ ଓ କାରିଗର। ସୂଚନା ଅନୁସାରେ ପିଏମ ବିଶ୍ୱକର୍ମା ଯୋଜନାରେ ଓଡିଶାରେ ୧ଲକ୍ଷ ରୁ ଅଧିକ ଶିଳ୍ପୀ ଓ କାରିଗର ଉପକ୍ରୁତ ହେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *