ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ରୁ ଅତି ପ୍ରବଳ ବର୍ଷାକୁ ନେଇ ଏହି ୧୨ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଲଘୁଚାପ ପ୍ରଭାବରେ ଭିଜୁଛି ଉପାନ୍ତର ଉପକୂଳ । ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର । ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ରୁ ଅତି ପ୍ରବଳ ବର୍ଷାକୁ ନେଇ ୧୨ଜିଲ୍ଲାକୁ ଅରେଞ୍ଜ ଆଲର୍ଟ । ପ୍ରବଳ ବର୍ଷାକୁ ନେଇ ୧୮ଟି ଜିଲ୍ଲାକୁ ସତର୍କତା ଜାରି । ତଳିଆ ଅଞ୍ଚଳରେ ସୃଷ୍ଟି ହେବ ଜଳମଗ୍ନ ପରିସ୍ଥିତି । ଆକସ୍ମିକ ବନ୍ୟା ନେଇ ସତର୍କତା ଜାରି କଲା ପାଣିପାଗ କେନ୍ଦ୍ର ।

ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୪୮ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡିଶା ଦେଇ ଝାଡଖଣ୍ଡ ମୁହାଁ ହେବ । ଆଜିପାଇଁ ପ୍ରବଳ ବର୍ଷା ନେଇ ୭ଟି ଜିଲ୍ଲା ନୂଆପଡା, ବରଗଡ, ବଲାଙ୍ଗିର, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ ଏବଂ ଦେବଗଡ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପ୍ରବଳ ବର୍ଷା ନେଇ ୯ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।

rain

ଲଘୁଚାପର ପ୍ରଭାବ ଉପକୂଳ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାରେ ପଡିବ । ଫଳରେ ନଦୀ ଗୁଡିକ ପୁଣି ଫୁଲିବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଅନ୍ୟପଟେ ରାଜ୍ୟରେ ଏବେ ବନ୍ୟା ସ୍ଥିତି ନାହିଁ । ମହାନଦୀରେ ମୁଣ୍ଡଳୀ ଠାରେ ୩ଲକ୍ଷ ୭୦ହଜାର କ୍ୟିସେକ୍ ପାଣି ପ୍ରଭାବିତ ହେଉଛି । ହୀରାକୁଦ ଜଳସ୍ଥର ଖସିବାରେ ଲାଗିଛି । ହୀରାକୁଦ ସ୍ଥିତି ସ୍ୱଭାବିକ ଅଛି । ହୀରାକୁଦ ଜଳ ଭଣ୍ଡାରରେ ୬୨୮ ଫୁଟ୍ ପାଣି ଅଛି ।

ଜଳ ଭଣ୍ଡାରରେ ଆହୁରି ପାଣି ରହିବାର କ୍ଷମତା ଅଛି । ଫଳରେ ସମସ୍ତ ଗେଟ୍ ବନ୍ଦ କରିଦିଆଯାଇଛି । ଆଜି ଉପର ମୁଣ୍ଡରେ ଆଉ ତଳ ମୁଣ୍ଡରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଦେଶରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ହେଉଛନ୍ତି ଲୋକମାନେ । ତାମିଲନାଡୁର ସରକାର ଆଜି ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଥିଲେ ।

ଅନେକ ରାଜପଥ ଉପରେ ପାଣି ଜମିଥିବା ଦେଖିବାକୁ ମିଳିଛି । ଏହାଛଡା ସମସ୍ତ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କୁ ସ୍କୁଲ ସହିତ ସମ୍ପର୍କ ରଖିବାକୁ କୁହାଯାଇଛି । ଯାହା ଫଳରେ ସ୍କୁଲ କେବେ ଖୋଲିବ ସେହି ବିଷୟରେ ସୂଚନା ମିଳି ପାରିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *