ମୋଦି ସରକାରଙ୍କ ଆସିଲା ନୂଆ ଯୋଜନା । ଓଡ଼ିଶାରେ ମିଳିବ ସମସ୍ତଙ୍କୁ ଲାଭ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଆୟୁଷମାନ କାର୍ଡ଼ ଯୋଜନା । ଯେଉଁଥିରେ ଆପଣମାନଙ୍କୁ ମିଳିବ ମାଗଣା ଚିକିତ୍ସା । ଏନେଇ ଜାରି ହେଲା ନୂଆ ଘୋଷଣା । ଯେମିତିକି ଆମ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରହିଛି ସେମିତି ଆୟୁଷମାନ ଯୋଜନା ବି ଲାଗୁ ହେବାକୁ ଯାଉଛି । ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ।

ଆଉ ଏହି ଅବସରରେ ଦେଶରେ ଆରମ୍ଭ ହେବ ଆୟୁଷମାନ ଭବ କାର୍ଯ୍ୟକ୍ରମ । ଯାହା ଦ୍ୱାରା ସମସ୍ତ ରାଜ୍ୟର ସବୁ ବର୍ଗର ଲୋକଙ୍କୁ ଉତ୍ତର ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନଶୁକ୍ ମାଣ୍ଡମେୟ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଅବସରରେ ଆମେ ଆୟୁଷମାନ ଭବ କାର୍ଯ୍ୟକ୍ରମ ଆରମ୍ଭ କରିବୁ ।

ଯାହାଦ୍ୱାରା ପ୍ରତ୍ୟେକ ରାଜ୍ୟରେ ସବୁ ବର୍ଗର ଲୋକ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ପାଇ ପାରିବେ । ଏହି କାର୍ଯ୍ୟକ୍ରମ ର କ୍ୟାପ କରାଯାଇ ୬୦ ହଜାରର ଲୋକଙ୍କୁ ଆୟୁଷମାନ ଭାରତ କାର୍ଡ ଦିଆଯିବ । ଆଗାମୀ ଦିନରେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଁ ଏହି କାର୍ଯ୍ୟକ୍ରମକୁ ଆମେ ଜାରି ରଖିବୁ । ଆୟୁଷମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ।

Ayushman

ଏହି ଯୋଜନାରେ ହିତାଧିକାରୀଙ୍କ ପରିବାରକୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥାଏ । ତେବେ ଗତବର୍ଷ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଯକ୍ଷ୍ମା ରୋଗ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା । ତେବେ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୁରା ବିଶ୍ୱର ଯକ୍ଷ୍ମା ରୋଗକୁ ଦୂର କରିବାକୁ ୨୦୩୦ ପର୍ଯ୍ୟନ୍ତ ଲକ୍ଷ୍ୟ ରହିଛି । ତେବେ ଯାହାକି ବଡ ଅପଡେଟ୍ ମୁତାବକ ଏହି ୧୭ ତାରିଖରେ ପିଏମ ମୋଦିଙ୍କ ଜନ୍ମଦିନ ଥିବାରୁ ଘୋଷଣା ହେବାକୁ ଯାଉଛି ଆୟୁଷମାନ ଭାରତ କାର୍ଡ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *