ବଦଳିଲା ମ୍ୟାଟ୍ରିକ ଷାଣ୍ମାସିକ ପରୀକ୍ଷା ତାରିଖ । ଏହି ତାରିଖରେ ହେବ ପରୀକ୍ଷା ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଫାଇନାଲି ମ୍ୟାଟ୍ରିକ ଷାଣ୍ମାସିକ ପରୀକ୍ଷା ତାରିଖ ଘୁଞ୍ଚିଲା । ଯାହାକି ପୂର୍ବ ସୂଚୀ ଅନୁସାରେ ଷାଣ୍ମାସିକ ପରୀକ୍ଷା ଏହି ସେପ୍ଟେମ୍ବର ମାସ ୧୩ ରୁ ୧୬ ତାରିଖ ମଧ୍ୟରେ ହବାର ଥିଲା ତାହା ଏବେ ଅକ୍ଟୋବରକୁ ଘୁଞ୍ଚି ଯାଇଛି । ତେବେ ଅକ୍ଟୋବର ମାସ ୪ ତାରିଖରେ ହେବାକୁ ଯାଉଛି ଦଶମ ଷାଣ୍ମାସିକ ପରୀକ୍ଷା । ଦଶମ ଶ୍ରେଣୀର ଷାଣ୍ମାସିକ ଅର୍ଥାତ୍ ଅର୍ଧ ବାସିକ ପରୀକ୍ଷା ଅକ୍ଟୋବର ୪ ତାରିଖରୁ ହେବା ନେଇ ସୂଚନା ଜାରି କଲା ମାଧ୍ୟମିକ ଶିକ୍ଷା ବୋର୍ଡ ।

ଦିନ ୧୦ଟା ରୁ ୧୨.୩୦ ଯାଏ ଚାଲିବ ପ୍ରଥମ ସିଟିଂ । ସେହିପରି ଦିନ ୧.୩୦ ରୁ ୪.୦୦ ଯାଏଁ ଚାଲିବ ଦ୍ୱିତୀୟ ସିଟିଂ । ଏନେଇ ସମୟ ନିର୍ଘଣ୍ଟ ଜାରି କରାଯାଇଛି । ପରୀକ୍ଷାର ପ୍ରଥମ ଦିନ ପ୍ରଥମ ସିଟିଂ ରେ ଓଡିଆ ଭାଷା ପରୀକ୍ଷା ହେବ । ଏବଂ ଦ୍ୱିତୀୟ ସିଟିଂ ରେ ଇଂରାଜୀ ପରୀକ୍ଷା ହେବା ସୂଚନା ସୂଚୀ ହୋଇଛି । ଅକ୍ଟୋବର ୫ ତାରିଖରେ ଗଣିତ ପରୀକ୍ଷା , ୬ ତାରିଖରେ ବିଜ୍ଞାନ ପରୀକ୍ଷା, ଏବଂ ୭ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ ।

school

ସେହିପରି ୭ ତାରିଖ ଦ୍ୱିତୀୟ ସିଟିଂରେ ତୃତୀୟ ଭାଷା ହିନ୍ଦୀ ବା ସଂସ୍କୃତ ପରୀକ୍ଷା ହେବ । ସୂଚନା ଥାଉକି ଚଳିତ ମାସ ୧୩ ରୁ ୧୬ ତାରିଖ ପର୍ଯ୍ୟନ୍ତ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିସର ବୋର୍ଡ ପକ୍ଷରୁ ପୂର୍ବରୁ ସମୟ ନିର୍ଘଣ୍ଟ ଜାରି କରାଯାଇଥିଲା । ତେବେ ଶିକ୍ଷା ବର୍ଷର ସିଲାବସ ଅନୁସାରେ ପାଠପଢା ଏଯାଏଁ ଶେଷ ହୋଇପାରି ନଥିବାରୁ ରାଜ୍ୟରେ ୫ ଲକ୍ଷ ରୁ ଅଧିକ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପରୀକ୍ଷାକୁ ନେଇ ମାନସିକ ଚାପରେ ରହିଥିଲେ ।

ତେବେ ପରୀକ୍ଷା ଘୁଞ୍ଚାଇବାକୁ ନେଇ ଓଷ୍ଟା ପକ୍ଷରୁ ମଧ୍ୟ ଦାବି ହୋଇଥିଲା । ତେବେ ଏସବୁକୁ ଦୃଷ୍ଟିରେ ରଖି ବୋର୍ଡ କତ୍ତୃପକ୍ଷ ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ଅକ୍ଟୋବରକୁ ଘୁଞ୍ଚାଇ ଦେଇଛନ୍ତି । ଆଉ ଫାଇନାଲ ତାରିଖ ଅକ୍ଟୋବର ୪ ରୁ ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *