ପୁଣି ଘୁଞ୍ଚିଲା ମ୍ୟାଟ୍ରିକ ପରୀକ୍ଷା ତାରିଖ । ଏହି ତାରିଖରେ ହେବ ପରୀକ୍ଷା ।

Matric exam

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ଚଳିତ ବର୍ଷ ପଢୁଥିବା ମ୍ୟାଟ୍ରିକ ଛାତ୍ରଛାତ୍ରୀଙ୍କ ଲାଗି ଆସିଲା ଆଉ କିଛି ବଡ ଖବର । ଏଥର ଘୁଞ୍ଚିବ ଦଶମ ଶ୍ରେଣୀ ସାରମାସିକ ପରୀକ୍ଷା । ତେବେ ଏନେଇ ଜାରି ହେଲା ଆଉ କିଛି ନୂଆ ସୂଚନା । ଦଶମ ଶ୍ରେଣୀ ସାରମାସିକ ଛାତ୍ରଛାତ୍ରୀ ସାରମାସିକ ଅର୍ଥାତ୍ ଅର୍ଧ ବାର୍ଷିକ ପରୀକ୍ଷା ଚଳିତ ମାସ ୧୩ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ହେବ ବୋଲି ମାଧ୍ୟମିକ ଶିକ୍ଷା ପ୍ରବେଶକ ବୋର୍ଡ ପକ୍ଷରୁ ପୂର୍ବରୁ ସମୟ ନିର୍ଘଣ୍ଟ ଜାରି କରାଯାଇଥିଲା ।

ତେବେ ଚଳିତ ଶିକ୍ଷା ବର୍ଷର ସିଲାବସ ଅନୁସାରେ ପାଠପଢା ଏଯାଏଁ ଶେଷ ହୋଇ ପାରୁନଥିବାରୁ ରାଜ୍ୟରେ ୫ଲକ୍ଷରୁ ଅଧିକ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପରୀକ୍ଷାକୁ ନେଇ ମାନସିକ ଚାପରେ ରହିଥିଲେ । ତେବେ ପରୀକ୍ଷା ଘୁଞ୍ଚାଇବାକୁ ଓଷ୍ଟା ପକ୍ଷରୁ ଦାବି ହୋଇଥିଲା । ତେବେ ଏସବୁକୁ ଦୃଷ୍ଟିରେ ରଖି ବୋର୍ଡ କତ୍ତୃପକ୍ଷ ଦଶମ ଶ୍ରେଣୀ ସାରମାସିକ ପରୀକ୍ଷା ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି ।

school

ଉକ୍ତ ପରୀକ୍ଷା ଅକ୍ଟୋବରରେ ହେବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । ତେବେ ପରୀକ୍ଷା ସୂଚୀ ସମ୍ପର୍କରେ ଖୁବ୍ ଶୀଘ୍ର ବିଜ୍ଞପ୍ତି ପକ୍ଷରୁ ପ୍ରକାଶ କରାଯିବ ବୋଲି ଜଣା ପଡିଛି । ତେବେ ଯାହାକି ବଡ ଅପଡେଟ୍ ମୁତାବକ ଚଳିତବର୍ଷ ଦଶମ ଶ୍ରେଣୀ ସାରମାସିକ ପରୀକ୍ଷା ଘୁଞ୍ଚିବ ।

ତେବେ ପୂର୍ବରୁ ଧାର୍ଯ୍ୟ ହୋଇଥିବା ନିର୍ଘଣ୍ଟ ସମୟ ଅନୁସାରେ ଏଥର ମ୍ୟାଟ୍ରିକ ସାରମାସିକ ପରୀକ୍ଷା ହୋଇପାରିବ ନାହିଁ । କାହିଁକି ନା ସିଲାବସ ଅନୁସାରେ ଏପର୍ଯ୍ୟନ୍ତ ପାଠପଢା ସରି ନାହିଁ । ଏହାକୁ ଲକ୍ଷ୍ୟ କରି ଅକ୍ଟୋବରରେ ହେବାକୁ ଯାଉଛି ମ୍ୟାଟ୍ରିକ ସାରମାସିକ ପରୀକ୍ଷା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *