ବଡ଼ ଖବର ରାସନ କାର୍ଡ ରେ ଆସିଲା ଦେଖନ୍ତୁ |

ration card

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ରାସନକାର୍ଡ ଧାରୀ ମାନଙ୍କ ପାଇଁ ଆସୁଛି ବଡ ଖୁସି ଖବର । ପୁଣି ମିଳିବାକୁ ଯାଉଛି ମାଗଣା ରାସନ । ଏନେଇ କେନ୍ଦ୍ର ସରକାର ତରଫରୁ ଆସିଲା ନୂଆ ସୂଚନା । ମୋଦି ସରକାର ମାଗଣା ରାସନ ଯୋଜନାକୁ ଜୁନ୍ ୨୪ ପର୍ଯ୍ୟନ୍ତ ବୃଦ୍ଧି କରିବେ । ଦେଶର ଗରିବ ଲୋକଙ୍କୁ ମାଗଣା ରାସନ ଯୋଗାଉଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧିନରେ ଦେଶର ୮୦କୋଟି ଲୋକଙ୍କୁ ମାଗଣା ରାସନ ଯୋଗାଇ ଦିଆଯାଉଛି ।

ତେବେ ଇକନୋମିକ୍ ଏକ୍ସପ୍ରେସରେ ପ୍ରକାଶିତ ଖବର ଅନୁଯାୟୀ ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ଯୋଜନାକୁ ବିସ୍ତାର କରିବାକୁ ଯାଉଛନ୍ତି । ଏହା ସହ ଜଡିତ ସରକାରୀ କର୍ମଚାରୀ ଅନୁଯାୟୀ ପିଏମ.ଜିକେ.ଏୱାଇ ଅର୍ଥାତ୍ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବିସ୍ତାର କରାଯାଇପାରିବ । ତେବେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେବିନେଟ ଏହି ନିଷ୍ପତ୍ତି ଗ୍ରହଣ କରିବ ।

Ration

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ୬ମାସର ସମ୍ପ୍ରସାରଣ ପାଇଁ ସରକାରଙ୍କର ପ୍ରାୟ ସାଢେ ବାର ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଯୋଜନା ଅଧିନରେ କେନ୍ଦ୍ର ସରକାର ଚାଉଳ ଓ ଗହମ ପାଇଁ ହିତାଧିକାରୀଙ୍କ ଠୁ ଟଙ୍କା ଆଦାୟ କରିବେ ନାହିଁ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅନୁଯାୟୀ ସରକାର ପ୍ରତି ବ୍ୟକ୍ତିଙ୍କ ପାଇଁ ୫ କିଲୋଗ୍ରାମ ଚାଉଳ କିମ୍ବା ଗହମ ଯୋଗାଇଥାନ୍ତି ।

ତେବେ ଆହୁରି ମଧ୍ୟ ଅନ୍ତର୍ଦେୟ ଅନ୍ନ ଯୋଜନାରେ ଥିବା ପରିବାର ଗୁଡିକ ପ୍ରତି ମାସରେ ୩୫ କିଲୋଗ୍ରାମ ଶଷ୍ୟ ମଧ୍ୟ ପାଇଥାନ୍ତି । ତେବେ ଗତବର୍ଷ ଡିସେମ୍ବରରେ ସରକାର ନିଷ୍ପତ୍ତି ନେଇଥିଲେ ୨୦୨୨ ରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଯାହା ଅଧିନରେ ପ୍ରତ୍ୟେକ ୮୦ କୋଟି ହିତାଧିକାରୀଙ୍କୁ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ଗହମ ମଧ୍ୟ ଦେଇଥିଲେ ।

ତେବେ ଠିକ୍ ସେମିତି ଆଗକୁ ନିର୍ବାଚନକୁ ଲକ୍ଷ୍ୟ କରି ଖୁବ୍ ଶୀଘ୍ର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧିନରେ ମିଳିବାକୁ ଯାଉଛି ରାସନକାର୍ଡ ହିତାଧିକାରୀଙ୍କୁ ପୁଣି ମାଗଣା ଚାଉଳ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *