ପ୍ରତି ବର୍ଷ ପରି ଏଥରବି ମାଡି ଆସୁଛି ଭୟଙ୍କ ବାତ୍ୟା । ଏହି ସବୁ ଜିଲ୍ଲାରେ ହେବ ପ୍ରବଳ ବର୍ଷା ।

districts

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ମାଡି ଆସୁଛି ଏକ ବାତ୍ୟା । ପ୍ରତି ବର୍ଷ ଏହି ସମୟରେ ଓଡିଶା ଉପରକୁ ଆସିଥାଏ । ଏନେଇ ଆଞ୍ଚଳିକ ପାଣିପାଗ ପକ୍ଷରୁ ଜାରି ହେଲା ନୂଆ ରିପୋର୍ଟ । ଆସୁଥିବା ଲଘୁଚାପ ବାତ୍ୟାର ରୂପ ନେଇପାରେ ବୋଲି ସୂଚନା ଦେଇଛନ୍ତି । ପଛକୁ ପଛ ଆସୁଛି ଲଘୁଚାପ । ଗୋଟିଏ ଯିବା ଆଉ ଗୋଟିଏ ଦାନା ବାନ୍ଧୁଛି ।

ସେପ୍ଟେମ୍ବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା । ଏବେ ଦୁଇଦିନ ମଧ୍ୟରେ ଆଉ ଗୋଟିଏ ଲଘୁଚାପ ସୃଷ୍ଟି ହେବ । ସେହିପରି କିଛି ପାଣିପାଗ ବିଜ୍ଞାନୀ ଆକଳନ କରୁଛନ୍ତି ଯେ ଅକ୍ଟୋବର ପ୍ରଥମ ସପ୍ତାହରେ ପୁଣିଥରେ ଗୋଟିଏ ଲଘୁଚାପ ହୋଇପାରେ । ୱିଣ୍ଡୋରୋ, ଇୟୁରୋପଏନ୍ , ଜିଏଫସ୍ ମଡେଲ ଅକ୍ଟୋବରରେ ଲଘୁଚାପ ନେଇ ଦର୍ଶାଉଛି ।

batya

ତେବେ ଏନେଇ ଆଇଏମଡି ମଧ୍ୟ ପୂର୍ବାନୁମାନ କରୁଛି । ଅକ୍ଟୋବରରେ ଲଘୁଚାପ ଆସିଲେ ଛନକା ବଢିଥାଏ । କାରଣ ଅକ୍ଟୋବରରେ ଲଘୁଚାପ ବିଭିନ୍ନ ସମୟରେ ବାତ୍ୟାର ରୂପ ନେଇଥାଏ । ବଙ୍ଗୋପସାଗରରେ ସକ୍ରିୟ ଘୃର୍ଣ୍ଣବଳୟ ଆସନ୍ତା ୪୮ ଘଣ୍ଟାରେ ଲଘୁଚାପର ରୂପ ନେଇପାରେ । ଏହାର ପ୍ରଭାବରେ ଆଜିଠାରୁ ୪ଦିନ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

କାଲିଠାରୁ ବଢିବ ବର୍ଷାର ପରିମାଣ ଓ ବିସ୍ତୁତ ବର୍ଷା ଜାରି ରହିବ । ଆସନ୍ତାକାଲି ପାଇଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣିଂ ଦିଆଯାଇଛି । ୨୧ ରୁ ୨୨ ତାରିଖରେ ବର୍ଷାର ପରିମାଣ ଅଧିକ ରହିବ । ତେବେ ଆସୁଥିବା ବାତ୍ୟା ଯେତେ ଚିତ୍ର ସ୍ପଷ୍ଟ ହେବ ଆଗକୁ ସେତିକି ମଧ୍ୟ ଅପଡେଟ୍ ଜଣାପଡିବ । ଏନେଇ ପାଣିପାଗ ଜାରି କରିଛି ସୂଚନା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *