ଝୁମ୍ପୁଡି ଘରେ ବିତାଇଥିଲେ ୩୩ ବର୍ଷ । ଅତୀତକୁ ନେଇ ମୁହଁ ଖୋଲିଲେ ଅଭିନେତା ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଝୁମ୍ପୁଡି ଘରେ ବିତାଇଥିଲେ ୩୩ବର୍ଷ । ଅତି ସାଧାରଣ ଥିଲା ଜ୍ୟାକିଙ୍କ ଜୀବନ । ଅତୀତକୁ ନେଇ ମୁହଁ ଖୋଲିଛନ୍ତି ଅଭିନେତା । ଜ୍ୟାକି ସୋଫଙ୍କ ପରି ପୁଅ ଟାଇଗର ସୋଫ୍ ମଧ୍ୟ ବଲିଓଡରେ ନିଜ ଜଲବା ଦେଖାଇଛନ୍ତି । ତେବେ ବର୍ତ୍ତମାନ ସିନେମା ଅଭିନେତା ଜ୍ୟାକି ସୋଫ ବଲିଓଡରେ ପ୍ରତିଷ୍ଠିତ ହେବା ପୂର୍ବରୁ ନିଜ କଷ୍ଟମୟ ଜୀବନ ସମ୍ପର୍କରେ ମୁହଁ ଖୋଲି କହିଛନ୍ତି ।

ସେ ମୁମ୍ବାଇରେ ଏକ ଚଲ ବା ଝୁମ୍ପୁଡି ଘରେ ଦୀର୍ଘ ୩୩ବର୍ଷ କାଳ କଟାଇଥିଲେ ବୋଲି ଏକ ସାକ୍ଷାତକାର ରେ ଗର୍ବର ସହ କହିଛନ୍ତି । ଏହି ଝୁମ୍ପୁଡି ଘର ସହ ତାଙ୍କର ଅନେକ ଭାବବେଗ ଜଡିତ । ଏବଂ ସେଠାରେ ରହିବାର ମଧୁର ଅନୁଭୂତିକୁ ସେ ଏଯାଏଁ ଭୁଲି ନାହାଁନ୍ତି । ଏବେବି ସେ ସେଠିକି ମଝିରେ ମଝିରେ ବୁଲିବାକୁ ଯାଆନ୍ତି । ଯାହା ତାଙ୍କୁ ଅତ୍ୟନ୍ତ ଭାବ ପ୍ରବଣ କରିପକାଏ ବୋଲି ସେ ସ୍ୱୀକାର କରିଛନ୍ତି ।

Jackie Shroff

ତାର ପ୍ରମାଣ ସ୍ୱରୂପ ସେଠାରେ ଏବେ ଜଣେ ୮୯ ବର୍ଷିଆଙ୍କ ଜନ୍ମଦିନ ପାଳିବାକୁ ଏବଂ ପୁରୁଣା ସାଥି ମାନଙ୍କୁ ଭେଟିବା ଲାଗି ନିକଟରେ ଜଗୁ ଦାଦା ସେହି ଝୁମ୍ପୁଡି ଘରକୁ ଯାଇଥିଲେ ବୋଲି କହିଛନ୍ତି । ତେବେ ନିଜେ କଷ୍ଟସାଧ୍ୟ ପ୍ରାରମ୍ଭିକ ଜୀବନର ଅନେକ ସ୍ମୁତି ବହନ କରୁଥିବା ଏହି ଝୁମ୍ପୁଡି ଘର ତାଙ୍କ ଜୀବନରେ ଅନେକ ସ୍ୱତନ୍ତ୍ର ସ୍ଥାନ ଦଖଲ କରି ରଖିଛି । ସେହି ସାକ୍ଷାତକାରରେ ତାଙ୍କ ହାତରେ ବେକରେ ରୋମାଲ ବାନ୍ଧିବାର ରହସ୍ୟ ମଧ୍ୟ ଉନ୍ମଚନ କରିଛନ୍ତି ।

ଏହା ପଛରେ ରହିଥିବା ପ୍ରେରଣା ବାବଦରେ ଜ୍ୟାକି କହିଛନ୍ତି ଯେ ପିଲାବେଳେ ମାଁଙ୍କ ର ପଣତ କାନି ଧରି ପଛେ ପଛେ ବୁଲିବାକୁ ତାଙ୍କୁ ଭାରି ଆନନ୍ଦ ଲାଗୁଥିଲା । ଯାହାହିଁ ତାଙ୍କୁ ଅବ୍ୟକ୍ତ ଶାନ୍ତି ଦେଉଥିଲା ଏବଂ ତାଙ୍କୁ ଏମିତି ଖଣ୍ଡେ କନା ହାତରେ ଗୋଡାଇ ରଖିବାକୁ ଅନୁପ୍ରାଣିତ କରିଥିଲା । ଏଥିସହିତ ମହାନ୍ ଅଭିନେତା ଦେବାନନ୍ଦଙ୍କର ସେ ଜଣେ ବହୁତ ବଡ ପ୍ରସଙ୍ଗଶକ ଥିଲେ । ତେଣୁ ଦେବଙ୍କ ର ସେହି ରୋମାଲ ବନ୍ଧା ଷ୍ଟାଇଲକୁ ଅନୁକରଣ କରିବା ସ୍ୱଭାବିକ ଥିଲା ବୋଲି ଜ୍ୟାକି କହିଛନ୍ତି ।

ସୂଚନା ଅନୁସାରେ ଆଗାମୀ ହିନ୍ଦୀ ଫିଲ୍ମ ବାପରେ ଜ୍ୟାକିଙ୍କୁ ଦେଖିବାକୁ ମିଳିବ । ଯେଉଁଥିରେ ସଞ୍ଜୟ ଦତ୍ତ, ସନି ଦେଓଲ, ଓ ମିଥୁନ ଚକ୍ରବର୍ତ୍ତୀଙ୍କ ପରି ପୋଖତ କଳାକାର ମାନେ ମଧ୍ୟ ଅଭିନୟ କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *