ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଫାଇନାଲ ମ୍ୟାଚରେ ଶ୍ରୀଲଙ୍କାକୁ ୧୦ ୱିକେଟରେ ହରାଇ ଭାରତ ଏସିଆ କପରେ ଅଷ୍ଟମ ଥର ପାଇଁ ଚାମ୍ପିୟନ ହୋଇଛି । ପ୍ରଥମେ ବୋଲରଙ୍କ ଘାତକ ବୋଲିଂ ପରେ ଅକନରକ କମାଲ୍ ବ୍ୟାଟିଂ ପାଇଁ ଭାରତ ବିଜୟ ହୋଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା ।
କଲମର ପ୍ରେମଦାସ ଷ୍ଟାଡିୟମରେ ଦର୍ଶକଙ୍କ ଭିଡ ଫାଇନାଲର ଜୋସ କୁ ବଢାଇ ଦେଇଥିଲା । ହେଲେ ଖେଳ ଆରମ୍ଭ ପୂର୍ବରୁ ବର୍ଷା ସମସ୍ତଙ୍କୁ ନିରାଶ କରିଥିଲା । ବର୍ଷା ଛାଡିବା ପରେ ସିଂହ ହିଁ ଟିମ୍ କୁ ପ୍ରଥମ ଝଟକା ଦେଇଥିଲେ । ଯଶପ୍ରୀତ ଆଉ ତାପରେ ଶ୍ରୀରାଜଙ୍କ ଘାତକ ବୋଲିଂ ପୁରା ଲଙ୍କାକୁ ସ୍ତବ୍ଧ କରି ଦେଇଥିଲା । ଗୋଟିଏ ଓଭରରେ ୪ଟି ୱିକେଟ ଶ୍ରୀରାଜ ଦିନିକିଆରେ ବିଶ୍ୱର ୩ୟ ବୋଲର ହୋଇଛନ୍ତି ।
ଏହା ପୂର୍ବରୁ ଚାମିନ୍ଡା ବାସ୍ ଓ ଲାସିଦ ମାଲିଙ୍ଗା ଗୋଟିଏ ଓଭରରେ ୪ଟି ଲେଖାଏଁ ୱିକେଟ ନେଇଥିଲେ । ଶ୍ରୀଲଙ୍କା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ଆଉ ଲୟକୁ ଫେରି ପାରିନଥିଲା । ଗୋଟିଏ ପରେ ଗୋଟିଏ ୱିକେଟ ହରାଇ ୧୫.୨ ଓଭରରେ ସମସ୍ତ ୱିକେଟ ହରାଇଥିଲା ଶ୍ରୀଲଙ୍କା । ଦଳ ପକ୍ଷରୁ ୫ଜଣ ବ୍ୟାଟସ ମ୍ୟାନ ଖାତା ଖୋଲିବା ପୂର୍ବରୁ ପିଆ ବିଲିୟନ ଫେରିଥିଲେ ।
ଭାରତୀୟ ପ୍ୟାଚ ବାଇ ଇନ୍ ଏ ସମସ୍ତ ୱିକେଟ ନିଜ ଭିତରେ ବାଣ୍ଟି ନେଇଥିଲେ । ଶ୍ରୀରାଜ ୬ଟି, ହାର୍ଦିକ ୩ଟି ଏବଂ ବୋମ୍ରା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ୫୧ ରନ୍ ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ କୌଣସି ୱିକେଟ ନହରାଇ ମାତ୍ର ୬.୧ ଓଭରରେ ବିଜୟ ହାସଲ କରି ନେଇଛି । ଦଳ ପକ୍ଷରୁ ଇଷାନ କିଷାନ ୨୩ ଏବଂ ସୁମନ ଗିଲ ୨୭ ରନ୍ କରି ନଟ ଆଉଟ୍ ଥିଲେ । ଏହି ବିଜୟ ସହିତ ଭାରତ ଅଷ୍ଟମ ଥର ପାଇଁ ଏସିଆ କପ୍ ରେ ଚାମ୍ପିୟନ ହୋଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।