ଭୁବନେଶ୍ୱରରେ ଦୁର୍ବଳ ହୋଇଯାଇଛି ଚାକିରି, ବଢି ଚାଲିଛି ବେକାରି I

Bhubaneswar

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବଢୁଛି ବେକାରି କମୁଛି ଚାକିରି । ଚାକିରି କ୍ଷେତ୍ରରେ ଦୁର୍ବଳ ହୋଇଯାଇଛି ରାଜଧାନୀ । ଏବେ ନିଯୁକ୍ତି କ୍ଷେତ୍ରରେ ଛୋଟ ସହରରେ ଅବଦାନ ଗୁଡିକ ଅଧିକ ଥିବାବେଳେ ଚିନ୍ତା ବଢାଇଛି ନିଯୁକ୍ତି ସୂଚନା ଦେଉଥିବା ଫ୍ଲାଟଫର୍ମର ନକଲି ତଥ୍ୟ । କେଉଁଠି କେତେ ନିଯୁକ୍ତି ହୋଇଛି ।

ମହିସୁର ସହରରେ ୫୧% ନିଯୁକ୍ତି ହୋଇଛି । ଗୁଜୁରାଟ ଗାନ୍ଧୀ ନଗରରେ ୩୪% ନିଯୁକ୍ତି ହୋଇଛି । ଭୁବନେଶ୍ୱରରେ ମାତ୍ର ୪% ଆଉ ହାଇଦ୍ରାବାଦ ରେ ୬%, ରାୟପୁରରେ ୯% । ଅଗଷ୍ଟ ୨୨ ରୁ ଅଗଷ୍ଟ ୨୩ ଭିତରେ ଦେଶରେ ସହର ଗୁଡିକୁ ନେଇ ନିଯୁକ୍ତିର ତୁଳନାତ୍ମକ ଚିତ୍ର ଦେଇଛି ନକଲି । ବର୍ଷକ ଭିତରେ ଭୁବନେଶ୍ୱରରେ ୮ ରୁ ୧୨ ବର୍ଷ ଅଭିଜ୍ଞତା ଥିବା ମଧ୍ୟମ ସ୍ତରରେ ଥିବା ନିଯୁକ୍ତି ୪% ହ୍ରାସ ପାଇଛି ।

jobbb

ଏହି ସମୟ ମଧ୍ୟରେ ମହିସୁର ଗାନ୍ଧୀ ନଗର ଜାମସୁପୁର ଆଦି ସହରରେ ନିଯୁକ୍ତି ଆଖିଦ୍ରୁଶ୍ୟ ଭାବେ ହୋଇଛି । କିନ୍ତୁ ଏହି ତାଲିକାରେ ପଛରେ ପଡିଯାଇଛି ଭୁବନେଶ୍ୱର,ରାୟପୁର,ହାଇଦ୍ରାବାଦ । ହୋଟେଲ ରିଏଲି ଷ୍ଟେଟ, ଇଞ୍ଜିନିୟରିଂ ତାଲିମ ଭିତ୍ତିଭୂମି ଶକ୍ତି କ୍ଷେତ୍ରରେ ନୂଆ ନିଯୁକ୍ତି ସୃଷ୍ଟି ହୋଇଛି ।

ଆଉ ଏହି ସମୟ ଉପରେ ବ୍ଯାଙ୍କିଂ ଆର୍ଥିକ ସେବା , ସ୍ୱାସ୍ଥ୍ୟ ସେବା ଏଫଏମଜି ଖାଦ୍ୟ ପାନ୍ୟ , ଟେଲିକମ୍ ଆଇଟି ଆଦି କ୍ଷେତ୍ରରେ ହ୍ରାସ ପାଇଛି ନିଯୁକ୍ତି । ସବୁଠୁ ବଡ଼ କଥା ହେଉଛି ଅଭିଜ୍ଞତା ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି କମି କମି ଯାଉଛି । ଚାକିରି କ୍ଷେତ୍ରରେ ଦୁର୍ବଳ ହୋଇଯାଇଛି ରାଜଧାନୀ । ବଢୁଛି ବେକାରି ସମସ୍ୟା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *