ପ୍ରଥମରୁ ଦଶମ ଶ୍ରେଣୀ ସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ବଡ଼ ଖୁସି ଖବର ଆସିଲା ଦେଖନ୍ତୁ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ପଢୁଥିବା ପ୍ରଥମରୁ ଦଶମ ଶ୍ରେଣୀ ସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ସରକାର ତରଫରୁ ଜାରି ହେଲା ଆଉ କିଛି ବଡ ଘୋଷଣା । ଏହାଛଡା ଯେଉଁମାନେ ଅଧାରୁ ପାଠ ଛାଡୁଛନ୍ତି ସେମାନଙ୍କ ପାଇଁ ରହିଛି ନୂଆ ଅପଡେଟ୍ । ରାଜ୍ୟରେ ଶିକ୍ଷା ହାର ବୃୃନ୍ଧି କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବଡ ପଦକ୍ଷେପ ନିଆଯାଇଛି ।

ଏଣିକି ଅଧାରୁ ପାଠ ଛାଡିଥିବା ପିଲାମାନେ ପୁଣିଥରେ ପାଠ ପଢିପାରିବେ । ପ୍ରାୟତଃ ପିଲାମାନେ ଅଧାରୁ ପାଠପଢା ଛାଡିବା ପରେ ସେମାନଙ୍କ ପାଠ ପଢାରେ ପେଡି ପଡିଥାଏ । କିନ୍ତୁ ଏଥର ଦଶମ ଫେଲ କିମ୍ବା ବିଦ୍ୟାଳୟରେ ନିୟମିତ ଉପସ୍ଥିତ ଥିବା ୧୪ ରୁ ୧୮ବର୍ଷ ବୟସର ଛାତ୍ରଛାତ୍ରୀଙ୍କୁ ଶିକ୍ଷାରେ ଯୋଡିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ତେବେ ଅଧାରୁ ପାଠପଢା ଛାଡିଥିବା ପିଲାମାନଙ୍କୁ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ନାମ ଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି ।

ତେବେ ବର୍ତ୍ତମାନ ସୁଧା ରାଜ୍ୟରେ ପ୍ରାୟ ୯ ହଜାର ୬ ଶହ ଛାତ୍ରଛାତ୍ରୀ ଏହି ପ୍ରକ୍ରିୟା ମାଧ୍ୟମରେ ନାମ ଲେଖାଇ ସାରିଲେଣି । ଯଦି ଆପଣ ନାମ ଲେଖାଇବାକୁ ଚାହୁଁଛନ୍ତି ତେବେ ଏହା ମାଗଣାରେ ମଧ୍ୟ ନାମ ଲେଖାଇ ପାରିବେ । ରାଜ୍ୟରେ ଅଧାରୁ ପାଠ ଛାଡିଥିବା ୩୯୨୫ ଏବଂ ଅନୁପସ୍ଥିତ ଥିବା ୧୦,୮୯୬ ଜଣ ଛାତ୍ରଛାତ୍ରୀଙ୍କୁ ପୁଣିଥରେ ଶିକ୍ଷା ଯୋଗାଇଦେବା ଉଦ୍ଦେଶ୍ୱରେ ଏହି ମାଗଣା ନାମ ଲେଖା କରାଯାଇଛି ।

school

ତେବେ ଏହି ପର୍ଯ୍ୟାୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟ ପୁସ୍ତକ ମିଳିବା ସହ ପାଠ୍ୟକ୍ରମ ସଂପୂର୍ଣ୍ଣ ଦେୟମୁକ୍ତ ରହିବ । ଏହାସହ ଛାତ୍ରଛାତ୍ରୀମାନେ ବିନା ଶୁକ୍ଲ ରେ ପରୀକ୍ଷା ମଧ୍ୟ ଦେବେ । ଏସଆଇଓଏସ ରେ ଯେପରି ଅଧିକ ରୁ ଅଧିକ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ ସେଥିପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଛି । ତେବେ ରାଜ୍ୟରେ ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ତରରେ ନାମ ଲେଖାଇବା ପାଇଁ କ୍ୟାମ୍ପର ଆୟୋଜନ କରାଯାଇଛି ।

ଛାତ୍ରଛାତ୍ରୀ ମାନେ ଏହି କ୍ୟାମ୍ପକୁ ଆସି ସୁବିଧାରେ ନାମ ଲେଖାଇ ପାରୁଛନ୍ତି । ତେବେ ରାଜ୍ୟ ବାହାରେ ଥିବା ପିଲାମାନେ ଯେପରି ନାମ ଲେଖାଇ ପାରିବେ ସେଥିପାଇଁ ଶିକ୍ଷକ ମାନେ ତାଙ୍କ ମୋବାଇଲ ମାଧ୍ୟମରେ ଯୋଗାଯୋଗ କରି ନାମ ଲେଖାଇବାକୁ ବୁଝାଉଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *