ବୁଡିଲା ଅଧା ରାଜଧାନୀ….ଭୁବନେଶ୍ୱରରେ ଆଉ ଛାଡିବନ ବର୍ଷା , ଇନ୍ଦ୍ରଦେବ କଲେ କୋପ …

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଭୁବନେଶ୍ୱରରେ ଆଉ ବର୍ଷା ଛାଡିବ ନାହିଁ । ପ୍ରବଳ ବର୍ଷାରେ ଲହଡି ଖେଳୁଛି ପାଣି । ସତେ ଯେମିତି ଇନ୍ଦ୍ର ଦେବ ରାଜଧାନୀ ଉପରେ କୋପ କରିଛନ୍ତି । ଲଗାଣ ବର୍ଷା ପାଇଁ ଅଧା ବୁଡି ଗଲାଣି ରାଜଧାନୀ । ଆଉ କେତେବେଳେ ଶୁଖିଲା ଘଡ଼ଘଡ଼ି ତ ଆଉ କେତେବେଳେ ମାଡି ଆସୁଛି କଳାହାଣ୍ଡିଆ ମେଘ । ଆସୁଛି ଆଉ ମନ ଇଛା ବର୍ଷି ଯାଉଛି । ଆଉ ଛାଡିବାର ନାଁ ଧରୁ ନାହିଁ ।

ଏହି ଲଗାଣ ବର୍ଷାରେ ଭୁବନେଶ୍ୱରର ତଳିଆ ଅଞ୍ଚଳର ଲୋକମାନେ ଜଳ ବନ୍ଦୀ ହୋଇ ରହିଛନ୍ତି । ଖାଲି ଯେ ଜଳ ବନ୍ଦୀ ତାହା ନୁହେଁ କହିବାକୁ ଗଲେ ବର୍ଷା ପାଣି ଯେମିତି ମଣିଷ ଗଡକୁ ଟାଣୁଛି । ପାଣିର ଶ୍ରୋତ ଏତେ ଯେ ଚାଲିବା ସମ୍ଭବ ନୁହେଁ । ନଇଁ ପରି ଚାଲୁଛି ପାଣିକ ସୁଅ । ଯାହା ଫଳରେ ତଳିଆ ଅଞ୍ଚଳର ଲୋକଙ୍କ ର ବହୁ କ୍ଷୟ କ୍ଷତି ଘଟୁଛି ।

ra

ଯଦି ଏପରି ବର୍ଷା ଲାଗି ରହେ ତେବେ ସତରେ କ’ଣ ରାଜଧାନୀ ରାସ୍ତାରେ ପାଣିର ସୁଅ ଛୁଟିବ । କେହି କହୁଛନ୍ତି ସତେ ଯେମିତି ଭୁବନେଶ୍ୱର ଉପରେ ଉନ୍ଦ୍ରଦେବ କୋପ କରିଛନ୍ତି । ଆଉ ରାସ୍ତା ଉପରେ ଆଣ୍ଠୁଏ ଉଞ୍ଚାର ପାଣି ଚାଲୁଥିବାରୁ ଜନ ଜୀବନ ଏନେଇ ଅନେକ ପ୍ରଭାବିତ ହେଉଛନ୍ତି । ଆଉ ସେପଟେ ପ୍ରବଳ ବର୍ଷା ନେଇ ୧୮ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୱାର୍ଣିଂ ଦିଆ ଯାଇଛି ।

ସେହି ଜିଲ୍ଲା ଗୁଡିକ ହେଲେ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା, ଗଜପତି, ବଲାଙ୍ଗିର, ସୋନପୁର, ବୌଦ୍ଧ, ଦେବଗଡ, ସମ୍ବଲପୁର, ଝାରସୁଗୁଡା, ବରଗଡ, ସୁନ୍ଦରଗଡ, କେଉଁଝର, ମୟୁରଭଞ୍ଜ । ପ୍ରବଳ ରୁ ପ୍ରବଳ ବର୍ଷା ହେବା ସହ ପବନ ମଧ୍ୟ ହୋଇପାରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *