ସ୍କୁଲ ଛାତ୍ରଛାତ୍ରୀ ପାଇଁ ଆସିଲା ବଡ଼ ଖବର |

School Holiday

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ୧୧ଦିନରେ ପହଞ୍ଚିଲାଣି ଶିକ୍ଷକଙ୍କ ଆନ୍ଦୋଳନ । ଏହାକୁ ନେଇ ରାଜ୍ୟ ସରକାରଙ୍କ ତରଫରୁ ସ୍କୁଲ ଛୁଟି କୁ ନେଇ ଆସିଲା ଆଉ କିଛି ବଡ ଘୋଷଣା । ଯାହା ଆପଣମାନେ ସମସ୍ତେ ଜାଣି ରଖିବା ଜରୁରୀ । ଶିକ୍ଷକ ଆନ୍ଦୋଳନ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି । ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଠପ୍ ହୋଇଯାଇଛି ।

ସେପଟେ ଶିକ୍ଷକଙ୍କୁ ସମର୍ଥନ କରିବା ପାଇଁ ରାସ୍ତାକୁ ଉଲ୍ଲହିବେ ଅଭିଭାବକ । ତିନି ଦଫା ଦାବି ପୂରଣ ନହେଲେ ଅଭିଭାବକ ଆଉ ଶିକ୍ଷକ ମିଶି ଆନ୍ଦୋଳନ ଜୋର୍ କରିବେ ବୋଲି ଚେତାବନୀ ଦେଇଛନ୍ତି । କଳାହାଣ୍ଡି ଧର୍ମଗଡ ବ୍ଲକରେ ପ୍ରାଥମିକ ଶିକ୍ଷକ ପ୍ରତିବାଦ । ଗୀତ ମାଧ୍ୟମରେ ଦାବି ପୂରଣ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି ଶିକ୍ଷୟତ୍ରୀ । ୧୧ଦିନ ହେଲା ଶିକ୍ଷକ ଆନ୍ଦୋଳନ ଯୋଗୁଁ ପ୍ରାଥମିକ ବ୍ୟବସ୍ଥା ଠପ୍ ହୋଇଛି ।

Sch

୫୬ ହଜାର ସ୍କୁଲରେ ତାଲା ପଡିଛି । ସରକାର ଚୁପ୍ ବସିଛନ୍ତି ମନ୍ତ୍ରୀ ସାମ୍ନାକୁ ଆସି କୌଣସି ଉତ୍ତର ଦେଉନାହାନ୍ତି । ସେପଟେ ଗତକାଲି ଠାରୁ ୪୫୦ ଜଣ ଶିକ୍ଷକ ସମୂହ ଛୁଟିରେ ରହି ଧାରଣାରେ ବସିବା ଦ୍ୱାରା ୨୫ ଟି ବିଦ୍ୟାଳୟରେ ତାଲା ଝୁଲୁଥିବା ବେଳେ ଅନ୍ୟ ୨୪୦ଟି ସ୍କୁଲରେ ଶିକ୍ଷାଦାନ ପ୍ରଭାବିତ ହୋଇଛି ।

ତେବେ କେଉଁଠି ଜଣେ ଲେଖାଏଁ ଶିକ୍ଷକ ସ୍କୁଲ ଖୋଲି ଜଗିଥିବା ବେଳେ ମଧ୍ୟାହ୍ନ ଭୋଜନ ଦେଇ ସ୍କୁଲ ଛୁଟି କରିଦେଉଛନ୍ତି ତ ଆଉ କେଉଁଠି ଜଣେ ଦୁଇଜଣ ଶିକ୍ଷକ ୫ ରୁ ୭ଟି ଶ୍ରେଣୀର ଥିବାରେ ଆଦୌ ଶିକ୍ଷା ଦାନ ହୋଇପାରୁ ନାହିଁ । ଆଜି ମଧ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଓ ଙ୍କ କାର୍ଯ୍ୟାଳୟ ନିକଟରେ ଧାରଣାରେ ବସିବା ସହ ତାଙ୍କ ଦାବି ପୂରଣ କରିବା ସହ ନାଗାବାଜି ଦେଉଥିବା ଦେଖିବାକୁ ମିଳୁଥିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *