ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ଥିବା ଅଙ୍ଗନବାଡି କର୍ମୀଙ୍କ ପାଇଁ ଆସିଲା ବଡ଼ ଖୁସି ଏମାନଙ୍କୁ ମିଳିବାକୁ ଯାଉଛି ଆଉ କିଛି ନୂଆ ଦାୟୀତ୍ୱ । ଏନେଇ ସରକାର ମଧ୍ୟ ଘୋଷଣା କଲେ । ଅଙ୍ଗନବାଡି ଦିଦିଙ୍କୁ ସ୍କୁଲ ଦାୟୀତ୍ୱ । ଠିକ୍ ସମୟରେ ସ୍କୁଲ ଖୋଲିବା ଓ ମଧ୍ୟାହ୍ନ ଭୋଜନ ବଣ୍ଟନ ଚାଲୁ ରଖିବାକୁ ନିର୍ଦ୍ଦେଶ । ଶିକ୍ଷକ ଅନୁପସ୍ଥିତ ଥିବା ବିଦ୍ୟାଳୟ ମାନଙ୍କରେ ଦେଖାଶୁଣା କରିବେ ଅଙ୍ଗନବାଡି ଦିଦି ।
ଏନେଇ ଡିଏସ ଡବ୍ଲ୍ୟୁଙ୍କୁ ଚିଠି ଲେଖି ଡିଓ ବାଲେଶ୍ଵର ଅନୁରୋଧ କରିଛନ୍ତି । ଶିକ୍ଷକ ଆନ୍ଦୋଳନ ଯୋଗୁଁ ଅନେକ ସ୍କୁଲରେ ପାଠପଢା ଠପ୍ ହୋଇଯାଇଛି । ଏଥିପାଇଁ ଡିଓ ଜିଲ୍ଲା ପାଳକ ନିର୍ଦ୍ଦେଶରେ ଏହି ଚିଠି ଲେଖିଛନ୍ତି । ସ୍କୁଲ ଜଗିବେ ଅଙ୍ଗନବାଡି ଦିଦି । ବାଲେଶ୍ୱର ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ଚିଠି ଲେଖିଲେ ବାଲେଶ୍ଵର ଜିଲ୍ଲା ଶିକ୍ଷା ଅଧିକାରୀ । ପ୍ରାଥମିକ ଶିକ୍ଷା ସମୂହ ଛୁଟିରେ ଥିବାରୁ ଅଙ୍ଗନବାଡି ଦିଦିଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି ।
ତେବେ ଶିକ୍ଷକ ଅନୁପସ୍ଥିତ ଥିବା ବିଦ୍ୟାଳୟ ମାନଙ୍କରେ ଅଙ୍ଗନବାଡି ଦିଦି ଦେଖାଶୁଣା କରିବାକୁ ନିର୍ଦ୍ଦେଶ ରହିଛି । ଠିକ୍ ସମୟରେ ବିଦ୍ୟାଳୟ ଖୋଲିବା ଓ ମଧ୍ୟାହ୍ନ ଭୋଜନ ବଣ୍ଟନ ଚାଲୁ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷକ ଆନ୍ଦୋଳନ ଯୋଗୁଁ ଅନେକଙ୍କ ସ୍କୁଲରେ ପାଠପଢା ଠପ୍ ହୋଇଛି । ଏନେଇ ଡିଓ ଜିଲ୍ଲା ପାଳଙ୍କ ନିର୍ଦ୍ଦେଶରେ ଏହି ଚିଠି ଲେଖିଛନ୍ତି ।
ସୂଚନା ଯୋଗ୍ୟ ଯେ ତିନି ଦଫା ଦାବି ନେଇ ପ୍ରାଥମିକ ଶିକ୍ଷକମାନେ ୮ଦିନ ହେଲା ଧାରଣାରେ ବସିଛନ୍ତି । ଫଳରେ ଅନେକ ସ୍କୁଲରେ ତାଲା ଝୁଲୁଛି । ପିଲାମାନେ ସ୍କୁଲ ଆସୁଥିଲେ ବି ଫେରି ଯାଉଛନ୍ତି । ଆଉ କିଛି ସ୍ଥାନରେ ସ୍କୁଲ ପିଲାମାନେ ଖେଳୁଥିବା ସାମ୍ନାକୁ ଆସୁଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।