ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମ ରାଜ୍ୟ ସରକାର ଏହି ନୂଆଖାଇ ଅବସରରେ କାଳିଆ ଯୋଜନାର ୨୦୦୦ ହଜାର ଟଙ୍କା ସମସ୍ତଙ୍କୁ ପଠାଇଛନ୍ତି । ଏମିତିକି ବହୁତ ସାରା ଲୋକଙ୍କ ଆକାଉଣ୍ଟରେ ମଧ୍ୟ ଟଙ୍କା ପହଞ୍ଚି ସାରିଲାଣି । ଯେମିତିକି ଆପଣମାନେ ଜାଣିଛନ୍ତି ଏହି ଯେଉଁ ନୂଆଖାଇ ଅବସରରେ ୪୪ଲକ୍ଷ ରୁ ଉର୍ଦ୍ଧ୍ବ କ୍ଷୁଦ୍ର ଓ ନାମା ମାତ୍ର ଚାଷୀ ଏବଂ ଭୂମିହୀନ କୃଷକ ପରିବାର ଉପକୃତ ହୋଇଛନ୍ତି ।
୯୦୦କୋଟି ଟଙ୍କାର ସହାୟତା ରାଶି ଡିପିଟି ମାଧ୍ୟମରେ ସ୍ଥାନାନ୍ତର । ତେବେ ହେଉଛି ଡାଇରେକ୍ଟ ବେନିଫିଟ ଟ୍ରାନ୍ସପୋର୍ଟ । ଯାହାକି ଆପଣ ଆଧାରକାର୍ଡ ଜରିଆରେ ସରକାର ଟଙ୍କା ପଠାଉଛନ୍ତି । ତେବେ ଏହା ମଧ୍ୟ ପଠାଇବା କାର୍ଯ୍ୟ ଜାରି ରଖିଛନ୍ତି ଧୀରେ ଧୀରେ ସମସ୍ତଙ୍କ ଆକାଉଣ୍ଟଙ୍କୁ ଆସିଯିବ । ତେବେ କିଛି କିଛି ଲୋକଙ୍କୁ ଗତକାଲି କିଛି ଲୋକଙ୍କୁ ଆଜି ଏମିତିକି ଆଉ କିଛି ଲୋକଙ୍କୁ ଆସନ୍ତାକାଲି ସୁଧା ମଧ୍ୟ ଆପଣଙ୍କ ଖାତାରେ ଟଙ୍କା ଜମା ହେବ ।
ଏହାଛଡା ଏହାପୂର୍ବରୁ ଆପଣଙ୍କୁ ନିଶ୍ଚିତ ଭାବରେ ଚେକ୍ କରିନେବା ଜରୁରୀ କି ଆପଣଙ୍କ ଲିଷ୍ଟରେ ନାମ ଅଛି କି ନାହିଁ । ଯଦି ଲିଷ୍ଟରେ ନାମ ନଥିବ ତେବେ ଆପଣଙ୍କୁ ଟଙ୍କା ଆସିବ ନାହିଁ । ହେଲେ ସବୁଠାରୁ ବଡ ଇମ୍ପୋଟାଣ୍ଟ ଯେହେତୁ ଡିପିଟି ମାଧ୍ୟମରେ ସରକାର ଟଙ୍କା ଟ୍ରାନ୍ସପର କରୁଛନ୍ତି ତେବେ ଆପଣଙ୍କ ଇକେୱାଇସି ଠିକ୍ ଠାକ୍ ଅଛି କି ନାହିଁ ତାହା ମଧ୍ୟ ଚେକ୍ କରିନେବା ଜରୁରୀ ।
ଆପଣ ଚାହିଁଲେ ବ୍ୟାଙ୍କରେ ସାକ୍ଷାତ କରି ଆପଣଙ୍କ ଆକାଉଣ୍ଟ ନମ୍ବର ଦେଇ ଥରୁଟିଏ ଚେକ୍ କରିଦିଅନ୍ତୁ କି ମୋର କେୱାଇସି ଠିକଠାକ୍ ଅଛି କି ନାହିଁ । ଯଦି ଆପଣଙ୍କ କେୱାଇସି ଠିକ୍ ଥିବ ତାହାଲେ ଚିନ୍ତା କରିବାର ନାହିଁ ଆସିଯିବ ଆପଣଙ୍କ ଖାତାକୁ ଜମା ହୋଇଯିବ ୨୦୦୦ଟଙ୍କା ।
ଯଦି କେୱାଇସି ନଥିବ ଆରାମସେ ଆପଣ ନିଜର ପାନକାର୍ଡ, ଆଧାର କାର୍ଡ ସମିଟ୍ କରି କେୱାଇସି ବି କରାଇ ଦେଇପାରିବେ । ତେବେ ସବୁଠୁ ବଡ ଖୁସି ଖବର ପୂର୍ବରୁ ଚାଷୀ ମାନଙ୍କୁ ଟଙ୍କା ମିଳୁଥିବା ବେଳେ ଏଥର ଭୂମିହୀନ ଯେଉଁ ମାନଙ୍କର ଲିଷ୍ଟରେ ନାମ ଅଛି ଭୂମିହୀନ ମାନଙ୍କୁ ମଧ୍ୟ ପଠାଯାଇଛି ୨୦୦୦ଟଙ୍କା ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।