ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଏକ ଯୋଜନାର ଶୁଭାରମ୍ଭ କଲେ। ଯାହାର ନାମ ହେଉଛି ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା। ଆଉ ଏକ ଯୋଜନା ହେଉଛି ପୋଡା ପୁଷ୍ଟି ଯୋଜନା । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ମାଁ, କିଶୋରୀ ଝିଅ, ଓ ଶିଶୁ ମାନଙ୍କ ଉପଯୁକ୍ତ ପୁଷ୍ଟି ସାଧନ ଉଦ୍ଦେଶ୍ୱରେ ରାଜ୍ୟର ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନାର ଶୁଭାରମ୍ଭ କରିଛନ୍ତି ।
ଏହା ସହିତ ମୁଖ୍ୟମନ୍ତ୍ରୀ ପୋଡା ପୁଷ୍ଟି କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଥିଲେ । ଏହି ଯୋଜନାରେ ସାରା ରାଜ୍ୟରେ ୧୫ ରୁ ୧୯ ବର୍ଷ ବୟସର ସମସ୍ତ ବାଳିକା ମାନଙ୍କୁ ପୁଷ୍ଟି ସହାୟତା ସହିତ ଗର୍ଭବତୀ ମହିଳା ଓ ପ୍ରସ୍ତୁତି ମାଁ ମାନଙ୍କ ପାଇଁ ଅଧିକ ଶୁଖିଲା ଖାଦ୍ୟର ବ୍ୟବସ୍ଥା, ଅତଶୟ ପୁଷ୍ଟିହୀନତ ପିଲା ମାନଙ୍କ ପାଇଁ ସଂପୂର୍ଣ୍ଣ ହାର , ମଧ୍ୟମ ପୁଷ୍ଟିହୀନ ପିଲା ଏବଂ ଅତିଶୟ କମ୍ ଓଜନର ପିଲାଙ୍କ ପାଇଁ ଭିଟାମିନ୍ ଯୁକ୍ତ ଛତୁଆ ଓ ଅଣ୍ଡା ପ୍ରଦାନର ବ୍ୟବସ୍ଥା ରହିଛି ।
ସେହିପରି ପୋଡା ପୁଷ୍ଟି ଯୋଜନାର ଦୁର୍ଗମ ତଥା ଆଦିବାସୀ ଅଞ୍ଚଳର ପିଲା ମାନଙ୍କୁ ସେମାନଙ୍କ ପଡା ତଥା ଗ୍ରାମରେ ଉତ୍ତମ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଏ । ଲୋକସଭା ଭବନ ସ୍ଥିତ କନଭେନସନ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗେଇ ଦେଇ କହିଥିଲେ ଯେ ପୁଷ୍ଟି ସହିତ ସମ୍ଭ୍ରାନ୍ଧିର ଗଭୀର ସମ୍ପର୍କ ରହିଛି । ତେଣୁ ପୁଷ୍ଟିର ଉନ୍ନତି ଜରିଆରେ ଆମେ ବିକାଶର ଲକ୍ଷଣ ପୂରଣ କରିପାରିବା । ପରିବାରକୁ ଉପଯୁକ୍ତ ପୁଷ୍ଟି କେବଳ ମାଁ ହିଁ ଦେଇପାରିବବ ।
ତେଣୁ ଏହି କାର୍ଯ୍ୟକ୍ରମର ସଫଳତା ମାଁ ମାନଙ୍କ ଉପରେ ନିର୍ଭର କରେ । ଆମ ଅଙ୍ଗନବାଡି କର୍ମୀ ଓ ମିଶନ ଶକ୍ତି ମାଁ ମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମ ର ସଫଳତା ପାଇଁ ଗୁରୁତ୍ୱ ଦାୟିତ୍ୱ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ଯାହାକି ଏବେ ଆଗକୁ ନିର୍ବାଚନ ଆସୁଥିବାରୁ ପ୍ରତିଦିନ ଆମ ରାଜ୍ୟ ସରକାର କିଛି ନା କିଛି ନୂଆ ଯୋଜନା ଆରମ୍ଭ କରୁଛନ୍ତି । ପୁଣି ମାଁ ମାନଙ୍କ ପାଇଁ କିଶୋରୀ ଝିଅ ଓ ଶିଶୁ ମାନଙ୍କ ପାଇଁ ଆରମ୍ଭ କରିଦେଲେ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।