ଶସ୍ତାରେ ମିଳିବ ସୁନା । ଏହି ତାରିଖରୁ ବିକ୍ରୀ କରିବେ ମୋଦି ସରକାର ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଶସ୍ତାରେ ସୁନା ବିକ୍ରୀ କରିବେ ମୋଦି ସରକାର । ଯଦି ଆପଣମାନେ ଏହାକୁ କିଣିବାକୁ ଚାହୁଁଥିବେ ତେବେ ଏହି ସେପ୍ଟେମ୍ବର ମାସ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଯଦି ଆପଣ ସୁନା କିଣିବାକୁ କିମ୍ବା ସୁନାରେ ନିବେଶ କରିବାକୁ ଯୋଜନା କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଭଲ ଖୁସି ଖବର । ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଦ୍ୱାରା ଶସ୍ତା ସୁନା ବିକ୍ରୀ ହେବ । ଯେଉଁଥିରେ ଆପଣ ବଜାର ଅପେକ୍ଷା କମ୍ ମୂଲ୍ୟରେ ସୁନା ପାଇ ପାରିବେ ।

ତେବେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏ ବିଷୟରେ ସୂଚନା ଦେଇଛି । ଆପଣ ସୁନା ସଭରେନ ଗୁଲ୍ଡ ବଣ୍ଡକୁ ଶସ୍ତା ଭାବରେ କିଣି ପାରିବେ । ଏବଂ କେଉଁ ହାରରେ ଆପଣ ସୁନା ପାଇବେ ସେ ବିଷୟରେ ମଧ୍ୟ ଜାଣି ନିଅନ୍ତୁ । ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ ସୂଚନା ଦେଇଛି ଯେ ସଭରେନ ଗୁଲ୍ଡ ବଣ୍ଡ ଏକ ଗ୍ରାମ ପିଛା ୫୯୨୩ଟଙ୍କା ଧାର୍ଯ୍ୟ ହୋଇଛି । ଯଦି ଆପଣ ଏହାକୁ ଅନଲାଇନ ଯୋଗେ କିଣୁଛନ୍ତି ତାହାଲେ ପ୍ରତି ଗ୍ରାମ ପିଛା ୫୦ ଟଙ୍କା ଶସ୍ତା ବିନିମୟରେ ପାଇଁ ପାରିବେ । ଅର୍ଥାତ୍ ଆପଣଙ୍କୁ ୫୮୭୩ ଟଙ୍କା ପ୍ରତି ଗ୍ରାମ ପିଛା ପଡିବ ।

golds

ତେବେ ଏହି ସୁନା ବଣ୍ଡର ବିକ୍ରୀ ସେପ୍ଟେମ୍ବର ୧୧ ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ତେବେ ଏହା ହେଉଛି ଏକ ସରକାରୀ ବଣ୍ଡ । ଯଦି ଆପଣ ଅନଲାଇନରେ ସୁନା କିଣୁଛନ୍ତି ତେବେ ଆପଣଙ୍କୁ ଗ୍ରାମ ପିଛା ୫୦ଟଙ୍କା ରିହାତି ମିଳିପାରିବ । ଆପଣ ଯେକୌଣସି ବ୍ଯାଙ୍କରେ ଯାଇ ସାକ୍ଷାତ କରି ବ୍ୟାଙ୍କ ଥ୍ରୁ ମଧ୍ୟ କିଣିପାରିବେ । ଯାହା ଫଳରେ ଆପଣଙ୍କର ଆଉ କୌଣସି ଡର ରହିବନି ଆଉ ଏହା ମଧ୍ୟ କେନ୍ଦ୍ର ସରକାର ତରଫରୁ ସ୍କିମ୍ ଯେଉଁଥିରେ କୌଣସି ଫ୍ରଣ୍ଟ ହେବାର ଚାନ୍ସ ନାହିଁ । ଆଉ ଏହିଭଳି ସ୍କିମ୍ ପ୍ରାୟ ବର୍ଷର ୨ଥର ଆସିଥାଏ ।

ତେବେ ସଭରେନ ଗୁଲ୍ଡ ବଣ୍ଡରେ ସରକାର ନିବେଶକଙ୍କୁ କୌଣସି ଫିଜିକାଲ ସୁନା ଦିଅନ୍ତି ନାହିଁ ବରଂ ସୁନାରେ ଟଙ୍କା ନିବେଶ କରିବାକୁ ସୁଯୋଗ ଦିଅନ୍ତି । ଏଥିରେ ଜଣେ ବ୍ୟାଙ୍କ ଆର୍ଥିକ ବର୍ଷରେ ଗୋଟିଏ ଗ୍ରାମରୁ ୪କିଲୋଗ୍ରାମ ପର୍ଯ୍ୟନ୍ତ ସୁନା କିଣି ପାରିବେ ଯଦି ଆମେ ଏହାର ରିଟର୍ଣ୍ଣ ବିଷୟରେ କହିବା ତେବେ ଗତବର୍ଷ ସୁନା ମଧ୍ୟ ନିବେଶକ ମାନଙ୍କୁ ୭.୩୭ ପ୍ରତିଶତ ଲାଭ ମଧ୍ୟ ଦେଇଛି ।

ତେବେ ଏହି ବଣ୍ଡର ଅବଧି ରହିବ ଆଠ ବର୍ଷ । ଆବେଦନ ଅତି କମ୍ ରେ ୧ଗ୍ରାମ ଓ ତାର ମଲଟିପଲ ଜାରି ହେବ । ଆଉ ଆପଣ ଯେବେ କିଣୁଛନ୍ତି ଆଠବର୍ଷ ପର୍ଯ୍ୟନ୍ତ ଆପଣଙ୍କୁ ଅପେକ୍ଷା କରିବାକୁ ପଡିବ । ଆଉ ୮ବର୍ଷ ପରେ ଆପଣ ସେହି ଗୁଲ୍ଡ ଡିଜିଟାଲ ଗୁଲ୍ଡକୁ ମଧ୍ୟ ପୁଣି ବିକ୍ରୀ କରିପାରିବେ । ସେହି ସମୟରେ ଯେତିକି ଟଙ୍କା ଦର ଥିବ ସେହି ଦର ମଧ୍ୟ ଆପଣଙ୍କୁ ମିଳିପାରିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *