ବାହାନଗା ଟ୍ରେନ ଦୁର୍ଘଟଣାରେ ଆଉ ଖସିପାରିବେନି ଅଭିଯୁକ୍ତ ,3 ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ ଦାଖଲ କଲା CBI

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବାଲେଶ୍ୱର ଟ୍ରେନ ଟ୍ରଜେଡି ମାମଲା । ସିବିଆଇ ପକ୍ଷରୁ ଦାକ୍ଷଲ କରାଯାଇଛି । ଜୁନ୍ ମାସ ୨ ତାରିଖ ସଂନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଯାଇଥିବା ମର୍ମଦୂତ ଦୁର୍ଘଟଣା ଆଜି ପର୍ଯ୍ୟନ୍ତ ମନରୁ ଲିଭି ନାହିଁ । ଏହି ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କ ମୃ-ତ୍ୟୁ ଘଟିବା ସହ ୧ ହଜାରରୁ ଅଧିକ ଆହତ ହୋଇଥିଲେ ।

ବର୍ତ୍ତମାନ ସୁଧା କିଛି ମୃ-ତକଙ୍କ ଶବ ଚିହ୍ନଟ ହୋଇପାରିନଥିବା ବେଳେ ଏବେ ତାହାକୁ ହସ୍ପିଟାଲରେ ସରକ୍ଷିତ କରି ରଖାଯାଇଛି । ଦୁର୍ଘଟଣାରେ ଆହତ ହୋଇଥିବା ଅନେକ ଯାତ୍ରୀ ଏବେ ମାନସିକ ରୋଗୀଙ୍କ ପରି ବ୍ୟବହାର କରୁଥିବା ଜଣା ପଡିଛି । ହେଲେ ଆଜି ବାହାନଗା ଟ୍ରେନ ଟ୍ରଜେଡିକୁ ନେଇ ଆସିଛି ଏକ ବଡ ଖବର । ଏହି ମାମଲାରେ ତଦନ୍ତ କରୁଥିବା ସିବିଆଇ ପକ୍ଷରୁ ତିନିଜଣ ରେଳ କର୍ମଚାରୀଙ୍କ ନାମରେ ଚାର୍ଜସିଟ୍ ଦାକ୍ଷଲ କରାଯାଇଛି ।

ବରିଷ୍ଠ ସେକସନ ଯନ୍ତ୍ରୀ ଅରୁଣ ମହାନ୍ତି, ସେକସନ ଯନ୍ତ୍ରୀ ମହମ୍ମଦ ଅମିର ଖାନ୍ ଓ ଟେକନିସିଆନ ପପୁ କୁମାରଙ୍କ ନାମ ରେ ସିବିଆଇ ପକ୍ଷରୁ ଚାର୍ଜସିଟ୍ ଦାକ୍ଷଲ କରାଯାଇଛି । ଆଇପିସି ଧାରା ଅନୁସାରେ ୧୫୩ ଧାରାରେ ଏହି ଚାର୍ଜସିଟ୍ ପ୍ରସ୍ତୁତ ହୋଇଛି । ଦୁର୍ଘଟଣା ଘଟିବାର ଏକ ମାସ ପରେ ଜୁଲାଇ ମାସ ୭ ତାରିଖରେ ଏହି ତିନିଜଣ ମାଷ୍ଟର ମାଇଣ୍ଡକୁ ସିବିଆଇ ଗିରଫ କରିଥିଲା ।

tt

ଏହି ତିନିଜଣ ରେଳ କର୍ମଚାରୀଙ୍କ ରେଳ ଦୁର୍ଘଟଣାରେ ଆହତ ଥିବାରୁ ସେମାନଙ୍କୁ ଗିରଫ କରାଯାଇଥିଲା । ଏଥି ସହିତ ସେମାନଙ୍କୁ ପଚରା ଉଚରା କରାଯିବା ସହ ସତ ଖୁଜିବାକୁ ପ୍ରୟାସ କରୁଥିଲା ତଦନ୍ତକାରୀ ସଂସ୍ଥା । ଆଉ ଏହାକୁ ନେଇ ସିବିଆଇ ପକ୍ଷରୁ ଚାର୍ଜସିଟ୍ ଦାକ୍ଷଲ କରାଯାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *