ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଶିବଙ୍କ ରୂପରେ ଆସୁଛନ୍ତି ବାହୁବଳୀ ଷ୍ଟାର। ପ୍ରଭାସ ତୃତୀୟ ଥର ସାଜିବେ ଭଗବାନ । ପୁଣିଥରେ ପୌରାଣିକ ବିଷୟକୁ ନେଇ ଆସୁଛନ୍ତି ଅଭିନେତା । ପୁଣିଥରେ ପୌରାଣିକ ବିଷୟ ବସ୍ତୁକୁ ନେଇ ପରଦାକୁ ଆସୁଛନ୍ତି ବାହୁବଳୀ ଷ୍ଟାର ପ୍ରଭାସ । ଆଦି ପୁରୁଷରେ ରାଘବ ଚରିତ୍ର ପରେ ଏବେ ଦେବଦେବ ମହାଦେବଙ୍କ ରୂପରେ ନଜର ଆସିବେ ରେବଲଷ୍ଟାର ।
୬୦୦ କୋଟିରେ ପ୍ରସ୍ତୁତ ଆଦି ପୁରୁଷ ବକ୍ସ ଅଫିସରେ ସଂପୂର୍ଣ୍ଣ ଫ୍ଲପ୍ସ ସାବ୍ୟସ୍ତ ହେବା ପରେ ପ୍ରଭାସ ଏବେ ଦେବଦେବଙ୍କ ରୁଦ୍ର ଅବତାରରେ ଫେରୁଛନ୍ତି । ତେବେ ପ୍ରଭାସଙ୍କ ଏହି ନୂଆ ସିନେମାକୁ ନେଇ ଘୋଷଣା ହୋଇସାରିଛି । ଆଦିପୁରୁଷ ଫ୍ଲପ ହେଲେ ବି ପ୍ରଭାସ ପୁଣିଥରେ ଦମଦାର କମବ୍ୟାକ୍ କରିବେ ବୋଲି ଆଶା ରଖିଛନ୍ତି ବାହୁବଳୀଙ୍କ କୋଟି କୋଟି ପ୍ରସଙ୍ଗଶକ । ବର୍ତ୍ତମାନ ବାହୁବଳୀ ଷ୍ଟାର ପ୍ରଭାସ ନିଜର ଅପକମିଂ ସିନେମା ପ୍ରଜେକ୍ଟ କେ ଏବଂ ସାଲାରକୁ ନେଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି ।
କିନ୍ତୁ ଏହା ଭିତରେ ଖବର ଆସିଛି ଯେ ଆଉ ଏକ ନୂଆ ସିନେମାରେ ନଜର ଆସିବେ ପ୍ରଭାସ । ଯେଉଁ ଚଳଚ୍ଚିତ୍ରରେ ସେ ଭଗବାନ ଶିବଙ୍କ ଅବତାର ନେଇ ପାରନ୍ତି ବୋଲି ଶୁଣିବାକୁ ମିଳୁଛି । ତେବେ ଆଦି ପୁରୁଷର ଅବସ୍ଥାକୁ ନେଇ ଲୋକଙ୍କ ମନରେ ଟିକେ ଆଶଙ୍କା ଦେଖାଦେଇଛି । ପ୍ରଭାସଙ୍କ ସହ ଏହି ସିନେମାରେ ତେଲୁଗୁ ଷ୍ଟାର ବିଷ୍ଣୁ ମାଞ୍ଚୁ ମଧ୍ୟ ନଜର ଆସିବେ । ପ୍ରଭାସଙ୍କ ଏହି ନୂଆ ସିନେମାର ନାଁ ହେଉଛି ‘କନପା ଏଇଟ୍ରୁ ଏପିକ୍ ଇଣ୍ଡିଆନ ଟେଲ’ ।
ତେବେ ପ୍ରଭାସଙ୍କ ବ୍ୟତୀତ କ୍ରୀତି ସନନାଙ୍କ ଭଉଣୀ ନୁପୁର ସନାନ୍ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି କୁହାଯାଉଛି । ଟ୍ରେଡ୍ ଆନାଲିଷ୍ଟ ଏବଂ ଫିଲ୍ମ କ୍ରିଟିକ୍ ମନୁବାଳା ବି ଏବଂ ରମେଶ ବାଳା ଏନେଇ ପୋଷ୍ଟରେ ଏନେଇ ସୂଚନା ଦେଇଛନ୍ତି । ପ୍ରଭାସ ଏବଂ ବିଷ୍ଣୁ ମାଞ୍ଚୁଙ୍କ ସହ ଏକ ଫଟୋ ସେୟାର କରି ରମେଶ ବାଳା ଲେଖିଛନ୍ତି ଯେ ବିଶ୍ବସ୍ତ ଖବର ଅନୁସାରେ ରେବଲଷ୍ଚାର ପ୍ରଭାସ ଅଭିନେତା ବିଷ୍ଣୁ ମାଞ୍ଚୁଙ୍କ ଡ୍ରିମ୍ ପ୍ରଜେକ୍ଟ କନପା ଏଇଟ୍ରୁ ଏପିକ୍ ଇଣ୍ଡିଆନ ଟେଲ୍ ରେ ଏକ ପ୍ରମୁଖ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ ।
ତେବେ ଏହି ପୋଷ୍ଟକୁ ରିପୋଷ୍ଟ କରି ବିଷ୍ଣୁ ମାଞ୍ଚୁ ହରହର ମହାଦେବ କନପା ଲେଖି ପୋଷ୍ଟ କରିଛନ୍ତି । ତେବେ ଏହି ଖବର ସତ ହେଲେ ପ୍ରଭାସ ତୃତୀୟ ଥର ପାଇଁ ପ୍ରଭାସ ଭଗବାନଙ୍କ ଚରିତ୍ରରେ ନଜର ଆସିବେ । ପ୍ରଥମେ ଆଦି ପୁରୁଷରେ ରାଘବଙ୍କ ଚରିତ୍ରରେ ନଜର ଆସୁଥିବା ପ୍ରଭାସଙ୍କ ଭୂମିକା ପ୍ରଜେକ୍ଟ କେ ରେ ମଧ୍ୟ ବିଷ୍ଣୁଙ୍କ ଅବତାର ଉପରେ ଆଧାରିତ ହୋଇଛି । ତେବେ ଏହାପରେ କନପାରେ ତୃତୀୟ ଥର ପାଇଁ ଭଗବାନଙ୍କ ଅବତାରରେ ନଜର ଆସିପାରନ୍ତି ବାହୁବଳୀ ଷ୍ଟାର ପ୍ରଭାସ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।