ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏଇ ନୂଆଖାଇ ଅବସରରେ ସରକାର ୨୦୦୦ଟଙ୍କା ଲେଖାଏଁ ସମସ୍ତଙ୍କୁ ପଠାଇଛନ୍ତି । ତେବେ ଏହି ଟଙ୍କା କିଛି ଲୋକଙ୍କୁ ମିଳି ସାରିଥିବା ବେଳେ ଏପର୍ଯ୍ୟନ୍ତ ମଧ୍ୟ ବହୁତ ଲୋକଙ୍କୁ ମିଳିନାହିଁ । କାରଣ ସେମାନଙ୍କ ନାଁ ମଧ୍ୟ ବାଦ୍ ପଡିଛି । କାଳିଆ ଖୋଲିଦେଲା ପୋଲ । ଦିନକୁ ଦିନ ହିତାଧିକାରୀ ତାଲିକାରୁ ବାଦ୍ ପଡୁଛି ଚାଷୀ । ସରକାରଙ୍କ କଥା ଗୋଟେ ଆଉ କାମ ଗୋଟେ ।
କାଳିଆ ଯୋଜନାରେ ୭୫ ଲକ୍ଷ ଚାଷୀ ଉପକୃତ ହେବେ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ । ହେଲେ ସହାୟତା ପାଉଛନ୍ତି ମାତ୍ର ୪୪ଲକ୍ଷ ହିତାଧିକାରୀ । ୨୦୧୯ରେ ପଞ୍ଚମ ଥର ସରକାରକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଥମ ବଜେଟ ପ୍ରକ୍ରିୟାରେ କାଳିଆ ଯୋଜନା ରେ ୭୫ଲକ୍ଷ ଚାଷୀଙ୍କୁ ସହାୟତା ଦେବାକୁ ଘୋଷଣା କରିଥିଲେ । ହେଲେ ବାଣ୍ଟିଲେ ୯୧ଲକ୍ଷ ଚାଷୀଙ୍କୁ । ଆଉ ନଜର ପକାନ୍ତୁ ୨୦୨୦-୨୧ ର ବିଜ୍ଞାପନ ଉପରେ ।
୫୩ଲକ୍ଷ ଚାଷୀଙ୍କୁ କାଳିଆ ଟଙ୍କା ବାଣ୍ଟିଥିଲେ ସରକାର । ସେହିପରି ୩ବର୍ଷ ପରେ ଏବେର ବିଜ୍ଞାପନ ଦେଖିଲେ ଜଣାପଡୁଛି ଚଳିତ ବର୍ଷ ନୂଆଖାଇରେ ମାତ୍ର ୪୪ଲକ୍ଷ କୃଷକଙ୍କୁ କାଳିଆ ସହାୟତା ବାଣ୍ଟିଛନ୍ତି ସରକାର । ଅର୍ଥାତ୍ ପ୍ରାୟ ୯ଲକ୍ଷ ଚାଷୀ ତାଲିକାରୁ ବାଦ୍ ପଡିଛନ୍ତି । ତଥ୍ୟ ଅନୁସାରେ ୨୦୨୨ରେ ଅଯୋଗ୍ୟ ବାଛି ପ୍ରାୟ ୧ଲକ୍ଷ ୬ହଜାର ହିତାଧିକାରୀଙ୍କୁ ଟଙ୍କା ଫେରେଇବାକୁ ନିର୍ଦ୍ଦେଶ ଦେଇଥିଲେ ସରକାର । ତେବେ ଗତବର୍ଷ ଏତିକି ଚାଷୀ ହିତାଧିକାରୀ ତାଲିକାରୁ ବାଦ୍ କରାଗଲା । ଆଉ ଏବେ ସଂଖ୍ୟା ଆସି ୪୪ଲକ୍ଷ ରେ ପହଞ୍ଚି ଗଲାଣି ।
ତେବେ ଏହିଭଳି ଭାବରେ ସରକାର ପ୍ରତିବର୍ଷ କିଛି କିଛି ଲୋକଙ୍କୁ ତାଲିକାରୁ ବାଦ୍ କରୁଛନ୍ତି । ଯାହା ଫଳରେ ସେମାନଙ୍କୁ ଆଉ ଟଙ୍କା ମଧ୍ୟ ପଠାଉ ନାହାଁନ୍ତି । ତେବେ ଏଥର ଘୋଷଣା ହୋଇଥିଲା କ୍ଷୁଦ୍ର , ନାମମାତ୍ର ଚାଷୀ ଏମିତିକି ଭୂମିହୀନ ମାନଙ୍କୁ ଟଙ୍କା ମିଳିବ ବୋଲି । ହେଲେ ୯ଲକ୍ଷ ଲୋକଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସପର ହୋଇନାହିଁ । କାହିଁକି ନା ୪୪ଲକ୍ଷ ଲୋକଙ୍କୁ ଟଙ୍କା ଦିଆଯାଇଛି ବାକି ୯ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରରୁ ହଟେଇ ଦିଆଯାଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।