ବଡ଼ ଖବର- ଏଥର ରାଜନୀତିରେ ପ୍ରବେଶ କରିବେ ଅଭିନେତ୍ରୀ ସାମନ୍ଥା ।

Samantha Ruth

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜନୀତିରେ ପ୍ରବେଶ କରିବେ ସାମନ୍ଥା । କୃଷକଙ୍କ ପାଇଁ ସ୍ୱର ଉତ୍ତୋଳନ କଲେ ଅଭିନେତ୍ରୀ । ତେଣୁ ଅଭିନେତ୍ରୀଙ୍କ ପ୍ରବେଶ ପାଇଁ ଚର୍ଚ୍ଚା । ଦକ୍ଷିଣ ଭାରତ ସିନେମାର ଗ୍ଲାମରିୟସ୍ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ନିଜର ଦମଦାର ଅଭିନୟ ପାଇଁ ବେଶ୍ ଲୋକପ୍ରିୟତା ସାଉଁଟିଛନ୍ତି । ସାମନ୍ଥା ଉଭୟ ରିଲ ଓ ରିୟଲ ଲାଇଫ କୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ।

ନିକଟରେ ତାଙ୍କୁ ନେଇ ଏକ ଖବର ଚର୍ଚ୍ଚା ଜୋର୍ ଧରିଛି । ଏହି ଖବରଟି ହେଉଛି କି ସାମନ୍ଥା ରାଜନୀତିରେ ଖୁବ୍ ଶୀଘ୍ର ପ୍ରବେଶ କରିବାକୁ ଯାଉଛନ୍ତି । ସାମନ୍ଥା ସବୁବେଳେ ତେଲେଙ୍ଗାନା କୃଷକ ମାନଙ୍କ ଲାଗି ସ୍ୱର ଉଠେଇ ଆସିଛନ୍ତି । ସେହିଭଳି ତନ୍ତି ସମାଜକୁ ଆଗକୁ ବଢାଇବା ଲାଗି ସେ ପ୍ରୟାସ ଜାରି ମଧ୍ୟ ରଖୁଛନ୍ତି । ଏସବୁ ସେ ରାଜନୀତିରେ ଯୋଗ ଦେବା ନେଇ କରୁଥିବା ଚର୍ଚ୍ଚା ହେଉଛି ।

Samantha

ପ୍ରକାଶିତ ଏକ ରିପୋର୍ଟ ମୁତାବକ ସାମନ୍ଥା କଥିତ ଭାଷା ଭାରତ ରାଷ୍ଟ୍ର ସମିତି ନାମକ ଏକ ରାଜନୈତିକ ଦଳର ପ୍ରଚାର ଅଭିଯାନରେ ସାମିଲ ହେବାକୁ ବିଚାର କରୁଛନ୍ତି । ତେବେ ସାମନ୍ଥା ଏ ବିଷୟରେ ଅଧିକାରୀଙ୍କ ଭାବେ କୌଣସି ବୟାନ ଜାରି କରିନାହାନ୍ତି । ସାମନ୍ଥା ନିଜର ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ସିନେମା ଜଗତରୁ କିଛି ଦିନର ବ୍ରେକ ନେଇଛନ୍ତି । ଏଣୁ ସେ କେବେ ଫେରିବେ ତାହା ସ୍ପଷ୍ଟ ହୋଇନାହିଁ ।

ଏଭଳି ପରିସ୍ଥିତିରେ କୁହାଯାଉଅଛି କି ସାମନ୍ଥା ଅଭିନୟକୁ ଗୁଡ୍ ବାୟ କହି ରାଜନୀତିରେ ଖୁବ୍ ଶୀଘ୍ର ପ୍ରବେଶ କରିପାରନ୍ତି । ସାମନ୍ଥାଙ୍କ ସିନେମା କଥା କହିବାକୁ ଗଲେ ଋଥ୍ ପ୍ରଭୁ ଏବଂ ବଜୟ ଦେବର କୁଣ୍ଡାଙ୍କ ରୋମାଣ୍ଟିକ ଫିଲ୍ମ ଖୁସି ସେପ୍ଟେମ୍ବର ୧ ପ୍ରଖାଳୟରେ ମୁକ୍ତି ଲାଭ କରିସାରିଛି । ବଡ ପରଦାରେ ଏହ ଦୁଇ ଷ୍ଟାର ଙ୍କୁ ଏକାଠି ଦେଖିବାକୁ ଫ୍ୟାନ୍ସ ବହୁତ ଉତ୍ସାହିତ ରହିଥିଲେ । ଫିଲ୍ମଟି ପ୍ରସସଙ୍ଗ ଠାରୁ ସକରାତ୍ମକ ପ୍ରତିକ୍ରିୟା ସାଉଁଟିଛି । ପରଦାରେ ବିଜୟ ଏବଂ ସାମନ୍ଥାଙ୍କ ମଧ୍ୟରେ ଜବରଦସ୍ତ ରୋମାନ୍ସ ଦେଖିବାକୁ ମିଳୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *