ହୋଇଯାଆନ୍ତୁ ସାବଧା । ଓଡ଼ିଶା ମୁହାଁ ହେଲା ମହା ବାତ୍ୟା ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୋମବାର ଠାରୁ ଆରମ୍ଭ ହୋଇଛି ମୌସୁମୀ ଅପସାରଣ ପ୍ରକ୍ରିୟା । ଦକ୍ଷିଣ ପଶ୍ଚିମ ରାଜସ୍ଥାନର କିଛି ଅଞ୍ଚଳରୁ ସ୍ୱଭାବକୁ ତାରିଖ ୧୭ ସେପ୍ଟମ୍ବର ତୁଳନାରେ ସୋମବାର ଠାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି । ବାୟୁମଣ୍ଡଳରେ ୧.୫ କିଲୋମିଟର ଉଚ୍ଚତାରେ ଗୁରୁଚାପ ବଳୟ ସୃଷ୍ଟି ହୋଇଛି ।

ଗତ ୫ଦିନ ହେଲା ଦକ୍ଷିଣ ପଶ୍ଚିମ ରାଜସ୍ଥାନ ଏବଂ ଏହାର ଆଖପାଖ ଅଞ୍ଚଳରେ ପାଗ ଶୁଖିଲା ରହିଛି । ପର୍ଯ୍ୟାୟ କ୍ରମେ ଅନ୍ୟ ରାଜ୍ୟର ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ସେପଟେ ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହେବାକୁ ଯାଉଛି ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୨୪ଘଣ୍ଟା ଭିତରେ ଏହା ଲଘୁଚାପର ରୂପ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ।

rains

ଏହା ପ୍ରଭାବରେ ରାଜ୍ୟରେ ପୁଣି ବର୍ଷାର ପରିମାଣ ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ମୌସୁମୀ ପ୍ରତ୍ୟାବର୍ତ୍ତନ ସମୟ ଏବଂ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ବାତ୍ୟା ସମ୍ଭାବନାକୁ ଦୃଢ଼ିଭୂତ କରିଛି । ଆଇଏମଡି ବାତ୍ୟା ନେଇ କୌଣସି ସଂଙ୍କେତ ଦେଇନଥିବା ଉଇଣ୍ଡ୍ର ଇସିଏମଡବ୍ଲୁଏଫ୍ ମଡେଲ ବାତ୍ୟା ପାଇଁ ଆକଳନ କରିଛି ।

ସେହିପରି ଜିଏଫଏସ ମଡେଲର ଆକଳନ କହୁଛି ୨୯ ତାରିଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇ ମିଆଁମାର ମୁହାଁ ହୋଇପାରେ । ବର୍ତମାନର ବାୟୁମଣ୍ଡଳର ସ୍ଥିତି ଏବଂ ସାମ୍ଭାବ୍ୟ ଲଘୁଚାପ ଅଧିକ ଘନିଭୂତ ହେବାକୁ ପାଗ ଅନୁକୂଳ ରହିଛି । ତେବେ ଏହା ଅବପାତ କିମ୍ବା ଗଭୀର ଅବପାତରେ ପରିଣତ ହୋଇପାରେ ବୋଲି ଆକଳନ କରାଯାଇଛି ।

ଅକ୍ଟୋବର ମାସ ଓଡିଶା ପାଇଁ ବାତ୍ୟା ପ୍ରବଣ ମାସ ହୋଇଥିବା ବେଳେ ଆଇଏମଡି ଏହା ଉପରେ ସ୍ୱତନ୍ତ୍ର ନଜର ରଖିଛି । ସେପଟେ ଉତ୍ତରପ୍ରଦେଶ ରୁ ତେଲେଙ୍ଗାନା ମଧ୍ୟରେ ସୃଷ୍ଟି ହୋଇଥିବା ଟ୍ରୁପ ଲାଇନ ପ୍ରଭାବରେ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *