ଅମ୍ଳାନ ଙ୍କ ଝିଅ “ଇକି” ଙ୍କ ଜନ୍ମଦିନରେ ଆସିଲେ ବାବୁଶାନ୍ । ଏକାଠି ହେଲେ ମାଲ୍ୟଗିରି ୨ ଆକ୍ସନ ଷ୍ଟାର ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅମ୍ଲାନଙ୍କ ଲକିଚାମ୍ପ ଓ ଦିଲକା ଟୁକୁରା ତାଙ୍କ ଝିଅ ଇକି । ଆଜି ହେଉଛି ତାଙ୍କର ଜନ୍ମଦିନ । ଇକିଙ୍କ ଜନ୍ମ ଦିନରେ ଆଜି ଏକାଠି ହୋଇଛି ଆଜି ଓଲିଉଡ ଆଉ ବ୍ଲେସ୍ କରିଛନ୍ତି ବେବି ଗାର୍ଲକୁ ଏବଂ ଆଜି ବାପା ଅମ୍ଲାନଙ୍କ ପାଇଁ ଲକି ଡେ । କାହିଁକି ନାଁ ଆଗକୁ ଆସୁଛି ତାଙ୍କର ଫିଲ୍ମ ମାଲ୍ୟଗିରି । ତେବେ ଝିଅ ଆସିବା ପରଠାରୁ ବାପାଙ୍କ ର ହୋଇଛି ଉତ୍ତରତର ଉନ୍ନତି । କାହିଁକି ବା ନହେବ । କାହିଁକି ନାଁ ତାଙ୍କ ଝିଅ ତାଙ୍କ ପାଇଁ ବହୁତାସାରା ଗୁଡ୍ ଲକ୍ସ ନେଇକରି ଆସିଛି ।

ତେବେ ଆଗକୁ ଆସୁଛି ଆକ୍ସନ ପେକ୍ ଟୁ ମୋଭି ମାଲ୍ୟଗିରି । ଯେଉଁଥିରେ ବାବୁସାନ ଏବଂ ଅମ୍ଲାନ ଏହି ଦୁଇ ଜଣକୁ ଦେଖିବାକୁ ପଡିବ । ତେବେ ଏହାର ଟିଜର ସୋସିଆଲ ମିଡିଆରେ ରିଲିଜ ହୋଇସାରିଛି । ଏବଂ ଯେଉଁଥିରେ ଅପରାଜିତା କହୁଛନ୍ତି ଏମିତି ଏକ ଜଙ୍ଗଲର କାହାଣୀ ଯେଉଁଠି ଅଛନ୍ତି ଗୋଟିଏ ବାଘ ଆଉ ଗୋଟିଏ ସିଂହ । କିନ୍ତୁ ତାହାପରେ କ’ଣ ହେଉଛି ତାହା ଫିଲ୍ମରେ ଗୋଟିଏ ବଡ ଟୁଇଷ୍ଟ ।

Amlan das

କିନ୍ତୁ ଜନ୍ମଦିନରେ କ’ଣ ହେଉଛି ତାହା ଆପଣଙ୍କ ଆଖି ଆଗରେ । ଅନେକ ସାରା ଅଭିନେତ୍ରୀ ଏବଂ ତାହା ସହିତ ଅଭିନେତା ମଧ୍ୟ ଉପସ୍ଥିତ ରହିଛନ୍ତି । କୁନି ଝିଅ ଇକିଙ୍କୁ ବ୍ଲେସିଂ ବା ଆଶୀର୍ବାଦ ଦେବା ପାଇଁ । ତେବେ ନିଜର ସ୍ପେଶାଲ ଲୁକରେ ନଜର ଆସିବେ ଅମ୍ଲାନ ଏବଂ ଯେଉଁଥିପାଇଁ ସେ ବହୁତ ସାରା ଦାଢି ବି ବଢେଇଛନ୍ତି । ତେବେ ତାଙ୍କର ସେହି କ୍ୟାରେକ୍ଟରଟି କ’ଣ ରହିବ କାହିଁକି ସେ ଏତେ ଭୟଙ୍କର ରୂପ ଧାରଣ କରିଛନ୍ତି ତାହାତ ଫିଲ୍ମ ଆସିଲେ ଜଣା ପଡିବ କିନ୍ତୁ ଏପଟେ ଝିଅ ପାଇଁ ବାପା ହେଉଛନ୍ତି ନଂ ୧ ।

ଏବଂ ଝିଅ ପାଇଁ ଥିମ୍ ବେଷ୍ଟ ବର୍ଡେ ପାର୍ଟିର ଆୟୋଜନ କରିଛନ୍ତି ଏବଂ ଯେଉଁଥିରେ ପହଞ୍ଚିଥିଲେ ତାଙ୍କର କୁଷ୍ଟାର ବାବୁସାନ ଏବଂ ତା ସହିତ ଅନ୍ୟମାନେ ଏବଂ ତା ସହିତ ବାବୁସାନ, ଅମ୍ଲାନଙ୍କ ଯୋଡି ଦଶହରରାରେ କେତେ ଧୁମ୍ ମଞ୍ଚେଇବ ତାହା ତ ଆଗାମୀ ସମୟରେ ଜଣା ପଡିବ । ହେଲେ ବର୍ତ୍ତମାନ କୁନି ଝିଅ ଇକି ପାଇଁ ଅନେକ ସାରା ବ୍ଲେସିଂ , ଭଲପାଇବା ଆଉ ଆଶୀର୍ବାଦ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *