ମାଡି ଆସୁଛି ଆଉ ଏକ ଭୟଙ୍କର ବାତ୍ୟା । ୨ଦିନ ହେବ ପ୍ରବଳ ବର୍ଷା ଆଲର୍ଟ ହେଲା ଜାରି ।

Cyclone

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଶା ଉପରକୁ ମାଡି ଆସୁଛି ଏକ ବାତ୍ୟା । ଏହାଛଡା ଆଜି ଓ କାଲି ପ୍ରବଳ ମାତ୍ରାରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ନେଇ ଆଲର୍ଟ ଜାରି କଲା ପାଣିପାଗ ବିଭାଗ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପ୍ରସାରଣ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ଅପରପକ୍ଷରେ ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ଜଣାପଡିଛି । ତେବେ ପାଣିପାଗ ପକ୍ଷରୁ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଘଡଘଡି ସହ ବର୍ଷା ହେବା ନେଇ ବରଗଡ଼ , ଝାରସୁଗୁଡା, ସୁନ୍ଦରଗଡ, କେଉଁଝର, ମୟୁରଭଞ୍ଜ, ଯାଜପୁର, ବାଲେଶ୍ୱର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ପାଇଁ ୟେଲୋ ୱାର୍ଣିଂ ଜାରି କରାଯାଇଛି ।

rains

ଅନ୍ୟ ପକ୍ଷରେ ରାଜ୍ୟରେ ଜୁନ୍ ୧ ରୁ ଆଜି ସୁଧା ୧ ହଜାର ୮୪ ଦଶମିକ ୧ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ତେବେ ଏହି ସମୟ ମଧ୍ୟରେ ସ୍ୱଭାବିକ ବର୍ଷାର ପରିମାଣ ୧ହଜାର ୧୨୦ଦଶମିକ ୩ ମିଲିମିଟର ରହିଛି । ଏହାଛଡା ଆଗାମୀ ୩ରୁ ୪ଦିନ ପର୍ଯ୍ୟନ୍ତ ରାଜ୍ୟର ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ସୂଚନା । ତେବେ ଆସନ୍ତାକାଲି ପାଇଁ ବାଲେଶ୍ଵର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କେଉଁଝର, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ ରାୟଗଡାରେ ବିଜୁଳି ସହ ଝଡବର୍ଷା ହେବାର ସମ୍ଭାବନା ରହିଛି ।

ତେବେ ଏହି ସମସ୍ତ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟଲୋ ୱାର୍ଣିଂ ଜାରି କରାଯାଇଛି । ତେବେ ଏହା ସହିତ ଅକ୍ଟୋବରରେ ମାଡି ଆସୁଛି ଆଉ ଏକ ଘୂର୍ଣ୍ଣିବାଳୟ । ଆଉ ଏହି ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବା ପରେ ଅଧିକ ଘନିଭୂତ ହେଲେ ଏହା ମଧ୍ୟ ବାତ୍ୟାର ରୂପ ନେଇପାରେ ବୋଲି ସମ୍ଭାବନା ରହିଛି । କାହିଁକି ନା ପ୍ରତି ବର୍ଷ ଅକ୍ଟୋବରରେ ଆସୁଥିବା ଲଘୁଚାପ ବାତ୍ୟା ରୂପ ମଧ୍ୟ ନେଇଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *