ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ୩ଦିନ ଧରି ଭିଜିବ ଓଡିଶା । ଘନୀଭୁତ ହେଉଛି ଲଘୁଚାପ । ଭିଜିବ ଅଧା ଓଡିଶା । କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି । ଏହା ପ୍ରଭାବରେ ତିନିଦିନ ପ୍ରବଳ ବର୍ଷିବ । ଆଉ ଆଜି ପ୍ରବଳ ରୁ ଅତି ପ୍ରବଳ ବର୍ଷା ପାଇଁ ୮ ଜିଲ୍ଲାକୁ ରେଡ୍ ୱାର୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
କଟକ, ଢେଙ୍କାନାଳ, ଅନୁଗୁଳ, ନୟାଗଡ, ବୌଦ୍ଧ, ସୋନପୁର, କନ୍ଧମାଳ, ଗଞ୍ଜାମକୁ ରେଡ୍ ୱାର୍ଣିଂ ଜାରି କରିଛି ପାଣିପାଗ ବିଭାଗ । ରେଡ୍ ୱାର୍ଣିଂ ଜାରି ହୋଇଥିବା ଜିଲ୍ଲା ମାନଙ୍କରେ ତଳିଆ ଅଞ୍ଚଳରେ ପାଣି ଜମିବା ସହ ଫ୍ଲାସ ପ୍ଲଡ ଆଶଙ୍କା ରହିଛି । ପାହାଡିଆ ଅଞ୍ଚଳରେ କଞ୍ଚାଘର କ୍ଷତିଗ୍ରସ୍ତ ହେବାର ଆଶଙ୍କା ମଧ୍ୟ ରହିଛି । ପ୍ରବଳ ବର୍ଷା ହେବା ସମୟରେ ଗାଡି ଚଳାଇବା ପାଇଁ ବାରଣ ମଧ୍ୟ କରାଯାଇଛି ।
ଏନେଇ ସମସ୍ତେ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ସେହିପରି ପ୍ରବଳ ରୁ ଅତି ପ୍ରବଳ ବର୍ଷା ପାଇଁ ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣିଂ ଜାରି ହୋଇଛି । ପ୍ରବଳ ବର୍ଷା ସମ୍ଭାବନା ଥିବା ୭ ଜିଲ୍ଲାକୁ ଦିଆଯାଇଛି ୟଲୋ ଆଲର୍ଟ । ୧୫ ତାରିଖ ପରେ କମିବ ବର୍ଷା ।
ଚଳିତ ମୌସୁମୀ ଋତୁରେ ଏଯାଏଁ ୯୦୪.୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହାକି ସ୍ୱଭାବିକ ବୃଷ୍ଟିପାତ ତୁଳନାରେ ୧୨ ପ୍ରତିଶତ କମ୍ । ରାଜ୍ୟର ୧୦ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ୨୦ ଜିଲ୍ଲାରେ ସ୍ୱାଭାବିକ ବୃଷ୍ଟିପାତ ହେଉଛି । ଲଘୁଚାପ ବର୍ଷା ନିଅଣ୍ଟିଆକୁ ଭରଣା କରିବାର ଆଶଙ୍କା ରହିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।